ତୃତୀୟ ଦିନରେ ୭୬ ଅନୁପସ୍ଥିତ

କଣିହାଁ, ୨୫ା୨(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକର ବିଜିଗୋଳ ପଞ୍ଚାୟତ ହାଇସ୍କୁଲରେ ସୋମବାର ତୃତୀୟ ଦିନ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ତୃତୀୟ ଭାଷା ପରୀକ୍ଷାରେ ମୋଟ ୭୬ ଛାତ୍ରୀଛାତ୍ର ଅନୁପସ୍ଥିତ ଥିବା ଜଣାପଡିଛି। ସେହିପରି କପି କରି ୨ ଜଣ ସେଣ୍ଟ୍ରାଲ ସ୍କ୍ବାଡ ହାତରେ ଧରାପଡିଛନ୍ତି। କଣିହାଁ ନୋଡାଲ କେନ୍ଦ୍ର ସୂଚନାରୁ ଜଣାଯାଏ, ବିଜିଗୋଳ ପରୀକ୍ଷା କେନ୍ଦ୍ରରେ ୨ଟି ସିଟିଂରେ ମାଟ୍ରିକ ପରୀକ୍ଷା ହୋଇଛି। ପ୍ରଥମ ସିଟିଂରେ ରେଗୁଲାର ଓ କରେସପଣ୍ଡେସ ପରୀକ୍ଷାର୍ଥୀ ୨୩୨ ଜଣଙ୍କ ମଧ୍ୟରୁ ସୋମବାର ୩୪ ଜଣ ଅନୁପସ୍ଥିତ ଥିଲେ। ପ୍ରଥମ ଦିନରେ ୧୨ ଜଣ ଅନୁପସ୍ଥିତ ଥିବାବେଳେ ଏବେ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ନ ଦେବାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ସେହିପରି ସେକେଣ୍ଡ ସିଟିଂରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ୧୭୨ ଜଣଙ୍କ ମଧ୍ୟରୁ ୪୨ ଜଣ ଅନୁପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏହି ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗା ନ ଯିବାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ କଣିହାଁ ବ୍ଲକ ଶିକ୍ଷାଧିକାରୀ ଖଗେଶ୍ୱର ବେହେରାଙ୍କ ସହ ଯୋଗାଯୋଗ ନ ହେବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକିଓ ଅଲିମ୍ପିକ୍ସରେ ପ୍ରଦର୍ଶିତ ହେବ ଓଡ଼ିଶା ଚିତ୍ରଶିଳ୍ପୀଙ୍କ ଚିତ୍ରକଳା

କଟକ ଅଫିସ, ୨୪।୭: ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ ଓଡ଼ିଶା ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶନ ହେବ। ଏ ନେଇ ଇଣ୍ଡିଆନ କଣ୍ଟେମ୍ପୋରାରୀ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଆନ୍ତର୍ଜାତିକ...

କୃଷକ ସଶକ୍ତୀକରଣକୁ ଗୁରୁତ୍ୱ

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଯାହାର ଅର୍ଥନୀତି ବିଶେଷକରି ଗ୍ରାମ୍ୟ ଓ କୃଷିଭିତ୍ତିକ। କୃଷି ରାଜ୍ୟର ବଡ଼ ନିଯୁକ୍ତି କ୍ଷେତ୍ର ଭାବେ ମୋଟ ଶ୍ରମବଳର ପ୍ରାୟ...

ବଢୁଛି ଇକୋ-ଫ୍ରେଣ୍ଡ୍‌ଲି ରାଖୀର ଚାହିଦା

ଭୁବନେଶ୍ୱର, ୧୮।୮(ବ୍ୟୁରୋ):ଆଉ ୪ଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହ ସମ୍ପର୍କର ଅତୁଟ ଡୋରି। ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଖୋଲିଲାଣି...

ଭୀମଟାଙ୍ଗିରେ ମହିଳାଙ୍କ ତଣ୍ଟିକାଟି ହତ୍ୟା ଘଟଣା: ହତ୍ୟାର ୪ଦିନ ପୂର୍ବରୁ କରିଥିଲେ ଯୋଜନା

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ ଫେଜ୍‌-୧ ପ୍ଲଟ୍‌ ନଂ. ଏ/ଏଲ୍‌-୧ରେ ଭଡ଼ାରେ ରହୁଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ: କ୍ୱାରାଣ୍ଟାଇନରେ ନ ରହିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୫।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପରେ ପ୍ରବାସୀ ଓଡ଼ିଆଙ୍କୁ କଡ଼ା ଚେତାବନୀ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ...

ରେକର୍ଡ ଭାଙ୍ଗୁଛି ତାତି: ଆହୁରି ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୨୬।୫(ବ୍ୟୁରୋ)-ଚଳିତବର୍ଷ ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶନିବାର...

ତଦନ୍ତ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): କୃଷି ଯନ୍ତ୍ରାଂଶ ସବ୍‌ସିଡି ହଡ଼ପ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଜୁଲାଇ ୧୫ ମଧ୍ୟରେ ଆବଶ୍ୟକ ତଦନ୍ତ କରି...

ଆଜିଠାରୁ ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା

ତାଳଚେର,୧୮ା୪(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା ଉତ୍ସବ ଗୁରୁବାରଠାରୁ ଆରମ୍ଭ ହେବ। ଏଥିପାଇଁ ତାଳଚେର ସହ...

Advertisement
Archives

Model This Week