Posted inଖେଳ

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକା ଫଲୋଅନ୍‌

ପୋର୍ଟ ଏଲିଜାବେଥ,୨୦।୧- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ଫଲୋଅନ୍‌ ହୋଇ ପରାଜୟ ଦ୍ୱାରରେ ପହଞ୍ଚିଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୧୫୨ ଓଭରରେ ୯ ଉଇକେଟ ହରାଇ ୪୯୯ ରନ କରି ପାଳି ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୮୬.୪ ଓଭରରେ ୨୦୯ ରନ କରି ଅଲଆଉଟ ହୋଇ ୨୯୦ ରନ ପଛରେ ପଡି ଫଲୋଅନ୍‌ ହୋଇଥିଲା। ଫଲୋଅନ ହୋଇ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୬୨ ଓଭରରେ ୬ ଉଇକେଟ ହରାଇ ୧୦୨ ରନ ସଂଗ୍ରହ କରି ବିପଦରେ ପଡିଛି। ମ୍ୟାଚ୍‌ ଆଉ ଗୋଟିଏ ଦିନ ବାକିଥିବା ବେଳେ ଫଲୋଅନ୍‌ ଏଡାଇବା ପାଇଁ ଦକ୍ଷିଣ ଆଫ୍ରିକା ୪ ଉଇକେଟ ହାତରେ ରଖି ଆଉ ୧୮୮ ରନ ଆବଶ୍ୟକ କରୁଛି। ଷ୍ଟମ୍ପ ଅପସାରଣ ବେଳକୁ ଭର୍ନନ ଫିଲାଣ୍ଡର ୧୩ ଓ କେଶବ ମହାରାଜ ୫ ରନକରି ଅପରାଜିତ ରହିଛନ୍ତି। ଦଳ ତରଫରୁ ଅଧିନାୟକ ଫାଫ୍‌ ଡୁପ୍ଲେସି ସର୍ବାଧିକ ୩୬ ରନ କରିଥିବାବେଳେ ବାକି ସମସ୍ତେ ବିଫଳ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ବୋଲିଂରେ ଜୋ ରୁଟ୍‌ ସର୍ବାଧିକ ୪, ମାର୍କ ଉଡ୍‌ ଦୁଇଟି ଉଇକେଟ ଅକ୍ତିଆର କରିଥିଲେ। ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୦୮/୬ରୁ ଦକ୍ଷିଣ ଆଫ୍ରିକା ଖେଳ ଆରମ୍ଭ କରି ଆଉ ମାତ୍ର ୧ ରନରେ ବାକି ୪ ଉଇକେଟ ହରାଇ ଅଲଆଉଟ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ- ୧୫୨ ଓଭରରେ ୪୯୯/୯ ଇନିଂସ ଘୋଷଣା।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୮୬.୪ ଓଭରରେ ୨୦୯ ରନ ଅଲଆଉ।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ- ୬୨ ଓଭରରେ ୧୦୨/୬ ଫଲୋଅନ
(ଡୁପ୍ଲେସି- ୩୬, ଫିଲାଣ୍ଡର- ୧୩*, ମହାରାଜ- ୫*, ରୁଟ୍‌-୪/୩୧, ଉଡ୍‌- ୨/୨୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ବଡ଼ ବୟାନ

ଆବୁଧାବି,୪।୧୧: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବୁଧବାର ଭାରତ ବିଜେତା ହୋଇଛି। ଏହି ମ୍ୟାଚ୍‌ରେ ଭାରତର ଓପନର ରୋହତି ଶର୍ମା ଉଲ୍ଲେଖନୀୟ...

ଷ୍ଟାଡିୟମରେ ଥିଲେ ୭୭ ହଜାର ଲୋକ, ହଠାତ୍‌ ଭୁଶୁଡ଼ି ପଡ଼ିଲା ଗ୍ୟାଲେରି

ସାଣ୍ଟିଆଗୋ,୧ା୧୦: ମ୍ୟାଚ୍‌ ସମୟରେ ପ୍ରଶଂସକଙ୍କ କ୍ରେଜ୍‌ ବେଳେବେଳେ ସମସ୍ତ ସୀମା ଅତିକ୍ରମ କରେ। ଦକ୍ଷିଣ ଆମେରିକାର ଚିଲିରେ ଶୁକ୍ରବାର ଏକ ଫୁଟବଲ ମ୍ୟାଚ୍‌ ସମୟରେ ସେମିତି...

୬୧ ବର୍ଷରେ ପାଦଦେଲେ କପିଲ୍‌ ଦେବ: ୧୯୮୩ରେ ଭାରତ ପାଇଁ ଆଣିଥିଲେ ପ୍ରଥମ ବିଶ୍ୱକପ୍‌

ନୂଆଦିଲ୍ଲୀ,୬।୧: ଅଲ୍‌ରାଉଣ୍ଡର କ୍ରିକେଟ୍‌ ତାରକା କପିଲ୍‌ ଦେବ୍‌ ସୋମବାର ୬୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୫୯ ଜାନୁୟାରୀ ୬ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ପ୍ରେମିକାଙ୍କ ସହ ରୋମାଣ୍ଟିକ ଅନ୍ଦାଜ୍‌ରେ ନୂଆବର୍ଷ ପାଳିଲେ ରାହୁଲ

ନୂଆ ବର୍ଷ ସେଲିବ୍ରେଶନରେ ସମଗ୍ର ବିଶ୍ୱ ବୁଡି ରହିଛି। ବିରାଟ କୋହଲି, ଏମଏସ ଧୋନୀଙ୍କ ସମେତ ଅନେକ କ୍ରିକେଟର ନିଜ ପରିବାର ସହିତ ନୂଆ ବର୍ଷ...

‘ଗିଲ ହେ କି ମାନତା ନେହିଁ’

ହାଇଦ୍ରାବାଦ,୧୮।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ। ବିସ୍ଫୋରକ ବ୍ୟାଟିଂ କରି ସେ ନିଜର ଦ୍ୱିଶତକ ପୂରଣ କରିଛନ୍ତି।...

ପଣ୍ଡିଚେରୀକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୨୭ା୧୨(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ଜାତୀୟ ସିନିୟର ପୁରୁଷ ଫୁଟ୍‌ବଲ୍‌ ଚାମ୍ପିୟନଶିପ୍‌ ସନ୍ତୋଷ ଟ୍ରଫିର ସୋମବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଓଡ଼ିଶା...

ଦିନିକିଆ ସିରିଜ ଜିତିଲେ ଭାରତୀୟ ମହିଳା ପୁନମ, ମିଥାଲିଙ୍କ ଅର୍ଦ୍ଧଶତକ

ଭଦୋଦରା,୧୨।୧୦(ପି.ଟି.)- ଅଧିନାୟିକା ମିଥାଲି ରାଜ ଓ ପୁନମ ରାଉତଙ୍କ ଉପଯୋଗୀ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଭାରତୀୟ ମହିଳା ଦଳ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ...

ଓ୍ବାର୍ନରଙ୍କ ଶଟ୍‌ ପାଇଁ ଦୁଇ ଭାଗ ହେଲା କ୍ରିକେଟ ଜଗତ

ନୂଆଦିଲ୍ଲୀ,୧୨।୧୧: ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କ ଦୁଇ ଥର ବାଉନ୍ସ ହୋଇଥିବା ବଲକୁ ଛକା ଲଗାଇଥିଲେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌...

Advertisement
Archives

Model This Week