ତୁର୍କୀ-ସିରିଆ ଅସ୍ତ୍ରବିରତିର ତୃତୀୟ ଦିନ: ସୀମାରେ ଗଲାଣି ୨୧ ଜୀବନ

ଡମାସ୍‌କସ୍‌,୨୧ା୧୦(ଆଇଏଏନ୍‌ଏସ୍‌): ସିରିଆର ଉତ୍ତରପୂର୍ବାଞ୍ଚଳରେ ତୁର୍କୀର ଆକ୍ରମଣକୁ ବନ୍ଦ କରିବା ଲାଗି ୩ ଦିନ ପୂର୍ବେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ହୋଇଥିଲା। ଏହାପରଠାରୁ ସୀମାନ୍ତରେ ୨୦ ସାଧାରଣ ନାଗରିକ ଓ ଜଣେ ତୁର୍କୀ ସୈନ୍ୟ ନିହତ ହେଲେଣି। ଏଥିସହିତ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ନିହତ ୨୦ ନାଗରିକଙ୍କ ମଧ୍ୟରୁ ସିରିଆ ସୀମାନ୍ତ ସହର ରାସ୍‌ ଅଲ୍‌-ଆଇନ୍‌ର ଏକ ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା କୁର୍ଦ୍ଦିଶ୍‌ ରେଡ କ୍ରିସେଣ୍ଟ ପକ୍ଷରୁ କୁହାଯାଇଛି। ତୁର୍କୀ ସେନା ଆକ୍ରମଣରେ ଉକ୍ତ ହସ୍ପିଟାଲ ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା। ଗୁରୁବାର ରାତିରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ୍‌ ଏର୍ଡୋଗାନ୍‌ ଏବଂ ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ସ୍ବାକ୍ଷର ହୋଇଥିଲା। ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଏପର୍ଯ୍ୟନ୍ତ ସିରିଆ ତୁର୍କୀ ସୀମାରେ ୨୩୫ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେବା ସହ ୬୭୭ ଜଣ ଆହତ ହେଲେଣି। ମୃତକଙ୍କ ମଧ୍ୟରେ ୨୨ ଶିଶୁ ଅନ୍ତର୍ଭୁକ୍ତ ବୋଲି କୁର୍ଦ୍ଦିଶ୍‌ କର୍ତ୍ତୃପକ୍ଷ ଶନିବାର କହିଥିଲେ। ଅନ୍ୟପକ୍ଷରେ ରବିବାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଜଣେ ସୈନ୍ୟ ନିହତ ହୋଇଥିବା ତୁର୍କୀ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରେ ପେଟ୍ରୋଲ ଦାମ୍‌ ୪୨୦, ଡିଜେଲ୍‌ ୪୦୦…

କଲମ୍ବୋ, ୨୪।୫ : ଏକ ଐତିହାସିକ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଆଁ ହୋଇଛି।...

ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ବାସୋପଯୋଗୀ ଗ୍ରହର ସନ୍ଧାନ

ଓ୍ବାଶିଂଟନ:ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର...

ଯୁଦ୍ଧର ହୃଦୟ ବିଦାରକ ତଥ୍ୟ, ୫୧ ଲକ୍ଷରୁ ଅଧିକ ଶରଣାର୍ଥୀ, ସୈନ୍ୟ-ସାଧାରଣ ଲୋକଙ୍କ ରକ୍ତରେ ଭିଜିଛି ମାଟି…

କ୍ୱିଭ୍‌/ମସ୍କୋ, ୨୫।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଶେଷ ହେବାର ନା ଧରୁନି। ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ଲକ୍ଷ ଲକ୍ଷ ଲୋକ ଭିଟାମାଟି ଛାଡ଼ି ପଡୋଶୀ...

ସଂଘାଇରେ କରୋନା ପ୍ରକୋପ

ବେଜିଂ,୫।୪: ଦିନକୁ ଦିନ ଚାଇନାରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ବର୍ତ୍ତମାନ ହଜାର ହଜାର ସଂଖ୍ୟାରେ ଦୈନିକ ସଂକ୍ରମଣ ଚିହ୍ନଟ...

ପାକିସ୍ତାନ ବନ୍ୟା: ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସେନା ହେଲିକପ୍ଟର ନିଖୋଜ

ଇସଲାମାବାଦ,୨ ।୮: ପାକିସ୍ତାନର ଏକ ସେନା ହେଲିକପ୍ଟର ସୋମବାର ନିଖୋଜ ହୋଇଯାଇଛି । ସେନାର ମିଡିଆ ୱିଙ୍ଗ ଟୁଇଟରରେ ସୂଚନାଦେଇ କହିଛନ୍ତି, ଏଭିଏଶନ ହେଲିକପ୍ଟର ବେଲୁଚିସ୍ତାନର...

ଦୂତାବାସ ଅଧିକାରୀଙ୍କୁ ଇରାନର ସମନ

ତେହେରାନ,୨ା୧(ପି.ଟି.): ପଡୋଶୀ ଇରାକରେ ଆମେରିକା ଯୁଦ୍ଧ ଉତ୍ତେଜନା ସୃଷ୍ଟି କରୁଥିବାରୁ ଇରାନରେ ଏହାର ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିବା ସ୍ବିସ୍‌ ଦୂତାବାସର ଅଧିକାରୀଙ୍କୁ ତେହେରାନ ସମନ...

ମଙ୍କିପକ୍ସ ପାଇଁ ଦାୟୀ ନୁହେଁ ମାଙ୍କଡ, ଦୟାକରି ମାରନ୍ତୁ ନାହିଁ: ଡବ୍ଲୁଏଚ୍‌ଓ

ଜେନେଭା,୧୨।୮: ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇଛି। ମଙ୍କିପକ୍ସ ପାଇଁ ମାଙ୍କଡ ଦାୟୀ ଭାବି ଅନେକ ଦେଶରେ ମାଙ୍କଡ ମାରିଦେଉଛନ୍ତି। କିନ୍ତୁ ବିଶ୍ୱ...

ମେଦବହୁଳତା ଯୋଗୁ କମୁଛି ଛୋଟପିଲାଙ୍କ ମନେରଖିବା ଶକ୍ତି

ଓ୍ବାଶିଂଟନ,୧।୧: ଖାଦ୍ୟପେୟ ତଥା ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ କେତେକ ଛୋଟ ପିଲାଙ୍କଠାରେ ମେଦବହୁଳତା ଦେଖାଯାଉଛି। ଏହାର ପ୍ରଭାବରେ ସେମାନଙ୍କ ମନେ ରଖିବା ଶକ୍ତି କମିଯାଉଛି।...

Advertisement
Archives

Model This Week