ତୁଡିଗଡିଆରେ ୭୭ତମ ଶହୀଦ ଦିବସ ‘ଶହୀଦଙ୍କ ତ୍ୟାଗକୁ ଯୁବପିଢି ଅନୁସରଣ କରନ୍ତୁ’

ଖଇରା, ୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ଭାବେ ପରିଚିତ ତୁଡିଗଡିଆଠାରେ ୭୭ତମ ଶହୀଦ ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ କରାଯାଇ ସ୍ମୃତିଚାରଣ କରାଯାଇଥିଲା। ସକାଳେ ଶହୀଦ ରଘୁ ବେହେରା, ମକର ଲେଙ୍କା ଓ କେଳୁ ସାହୁଙ୍କ ଆମତ୍କଳସ ସ୍ଥାପନ କରାଯାଇଥିଲା ା ଏହାପରେ ଶହୀଦଙ୍କ ଜନ୍ମିତ ଗ୍ରାମ ଡାଲଙ୍ଗ, ଦନ୍ତୋର, ବଧି ଓ ସ୍ବାଧୀନତା ସଂଗ୍ରାମୀ ବୈଦ୍ୟନାଥ ରାଉତଙ୍କ ଖଇରାଡିହି ଗ୍ରାମକୁ ପଦଯାତ୍ରା କରାଯାଇଥିଲା ା ପରେ ଖଇରା ଡିହି ଗ୍ରାମରେ ଶହୀଦଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଜାତୀୟ ପତାକା ଉତ୍ତୋଳନ ଏବଂ ଜିଲା ପ୍ରଶାସନ ତରଫରୁ ତୋପ ସଲାମି ଦିଆଯାଇଥିଲା। ପରେ ସାଂସ୍କୃତିକ ସମ୍ପାଦକ ଅଲେଖ ବାରିକ ଓ ସହ ସମ୍ପାଦକ କରୁଣାକର ଜେନାଙ୍କ ନେତୃତ୍ୱରେ ବ୍ଲକସ୍ତରୀୟ ବକ୍ତୃତା, ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଅମର୍ତ୍ତ୍ୟ ସାହୁ, ପ୍ରତିଭା ମଲ୍ଲିକ, ପୀୟୁଷ କୁମାର ପଣ୍ଡା, ସ୍ନିଗ୍ଧାରାଣୀ ପଣ୍ଡା, କାଜଲରାଣୀ ଜେନା, ରାଧାରାଣୀ ବେହେରା, ସାଇପ୍ରଭା ଦାସ, ଶୁଭଶ୍ରୀ ଜେନା ଓ ସ୍ମୃତିରେଖା ମଲ୍ଲିକ ପ୍ରମୁଖ କୃତିତ୍ୱ ଅର୍ଜନ କରିଥିଲେ। ସନ୍ଧ୍ୟାରେ ଶହୀଦ ଜନକଲ୍ୟାଣ ପରିଷଦ ସଭାପତି ଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା ା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପୌରୋହିତ୍ୟ କରିଥିଲେ। ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି, ସୋର ୟୁଏନ କଲେଜର ପ୍ରାଧ୍ୟାପକ ଡ ଶରତ ଚନ୍ଦ୍ର ମହାନ୍ତି ମୁଖ୍ୟବକ୍ତା, ଇଞ୍ଚୁଡି ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ସଭାପତି ସର୍ବେଶ୍ୱର ଦାସ, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଜିଲାପରିଷଦ ସଭ୍ୟା ଜୟନ୍ତୀ ମହଲା, ସରପଞ୍ଚ ତିଳୋତ୍ତମା ମଲ୍ଲିକ, ସମିତିସଭ୍ୟ ମନୋଜ ସାହୁ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଉପେନ୍ଦ୍ର ପାଢୀ ବିବରଣୀ ପାଠ, ଉପସଭାପତି ବିଷ୍ଣୁମୋହନ ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ। ଶହୀଦଙ୍କ ତ୍ୟାଗକୁ ପ୍ରତ୍ୟେକ ଯୁବପିଢି ଅନୁସରଣ କଲେ ଏହା ଜାତୀୟତାଭାବ ଜାଗ୍ରତ ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ମନ୍ତ୍ରୀ ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଯାତ୍ରୀ ସୁବିଧା କେନ୍ଦ୍ର ଏବଂ ତୁଡିଗଡିଆ ବଜାର ଷ୍ଟ୍ରିଟଲାଇଟକୁ ଉଦ୍‌ଘାଟନ କରିଥିଲେ। ବସନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଓଡିଶା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ଜିଲା ଚିକିତ୍ସାଳୟରୁ ଶିଶୁ ଚୋରି କରି ଗିରଫ ହେଲେ ମହିଳା

ବାଲେଶ୍ୱର,୧୦ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗତ ଶନିବାର ଜନ୍ମର ମାତ୍ର ୮ ଘଣ୍ଟା ପରେ ଏକ ଶିଶୁପୁତ୍ରକୁ ଚୋରି ହେବା ଘଟଣାରେ ବାଲେଶର...

ମେଡିକାଲରୁ ଚୋରି ନବଜାତ ଉଦ୍ଧାର

ବାଲେଶ୍ୱର,୧୦ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଉଦ୍ଧାର ହୋଇଛି। ଜଳେଶ୍ୱର ଅଞ୍ଚଳରୁ ନବଜାତ ପୁତ୍ରକୁ ପୋଲିସ ଉଦ୍ଧାର କରିଛି। ନବଜାତକୁ...

କୋଇଲା ଟ୍ରେନ୍‌ରେ ଲାଗିଲା ନିଆଁ

ସୋର,୮ା୬: ବାଲେଶ୍ୱର ଜିଲା ସୋର ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନ୍‌ର ଦୁଇଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁକୁ...

ବାଘ ଆକ୍ରମଣରେ ୪ ଗୁରୁତର, ଗଡ଼ ଗାଁରେ ଆତଙ୍କ

ଖଇରା,୮ା୬(ଉତ୍କଳବନ୍ଧୁ ପଣ୍ଡା): ଶନିବାର ଅପରାହ୍ନରେ ବାଲେଶ୍ୱର ଜିଲା ଖଇରା ବ୍ଲକ ନୟାଖଣ୍ଡି  ପଞ୍ଚାୟତ ଅଧୀନ ଗଡ଼ ଗ୍ରାମରେ ଏକ ବାଘ ଆକ୍ରମଣରେ ଜଣେ ମହିଳାଙ୍କ ସମେତ...

ପୁଣି ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ: ଲୋକେ ଭୟଭୀତ

ବାଲେଶ୍ୱର/ଭଦ୍ରକ,୭।୬: ବାଲେଶ୍ୱର ଓ ଭଦ୍ରକ ଜିଲାରେ ପୁଣି ଶୁକ୍ରବାର ସକାଳୁ ହଠାତ୍‌ ପ୍ରଚଣ୍ଡ ଶବ୍ଦ ଶୁଭିଛି। ପ୍ରଚଣ୍ଡ ଶବ୍ଦ ପରେ ଥରି ଉଠିଛି ଆଖପାଖ ଅଞ୍ଚଳ।...

ବାଲେଶ୍ବର, ଭଦ୍ରକରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ଭୁବନେଶ୍ୱର,୬।୬: ବାଲେଶ୍ବର ଓ ଭଦ୍ରକ ବାସୁଦେବପୁରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ୧ ମିନିଟ୍‌ରେ ୨ରୁ ୩ ଥର ପ୍ରଚଣ୍ଡ ଶବ୍ଦ ଶୁଭିଛି। ଯାହାକୁ ନେଇ ଲୋକେ...

ଓଲଟିଲା ଚିପ୍ସ ବୋଝେଇ ଡମ୍ପର: ଚାଲିଗଲା ୨ ଜୀବନ

ଜଳେଶ୍ୱର,୫।୬: ଜଳେଶ୍ୱର ବ୍ଲକ ଅଧିନ ଆମ୍ବଳିଅଠା ନିକଟ ସୋଲପଟା ରାସ୍ତା କଡରେ ଥିବା ଏକ ଘର ଉପରେ ମେଟାଲ ବୋଝେଇ ଡମ୍ପର ଓଲଟି ଯାଇଥିଲା। ଘର...

ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀ ଆଗୁଆ, ପଛରେ ପଡିଲେ ଶ୍ରୀକାନ୍ତ-ଲେଖାଶ୍ରୀ

ଭୁବନେଶ୍ୱର,୪।୬: ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଉଭୟ ବିଧାନସଭା ଓ ଲୋକ ସଭା ଆସନରେ ଭାଜପା ଆଗରେ ଥିବା ବେଳେ ପଛରେ ପଡି ଯାଇଛି ବିଜେଡି ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri