ତୁଡିଗଡିଆରେ ୭୭ତମ ଶହୀଦ ଦିବସ ‘ଶହୀଦଙ୍କ ତ୍ୟାଗକୁ ଯୁବପିଢି ଅନୁସରଣ କରନ୍ତୁ’

ଖଇରା, ୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ରକ୍ତତୀର୍ଥ ଭାବେ ପରିଚିତ ତୁଡିଗଡିଆଠାରେ ୭୭ତମ ଶହୀଦ ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ କରାଯାଇ ସ୍ମୃତିଚାରଣ କରାଯାଇଥିଲା। ସକାଳେ ଶହୀଦ ରଘୁ ବେହେରା, ମକର ଲେଙ୍କା ଓ କେଳୁ ସାହୁଙ୍କ ଆମତ୍କଳସ ସ୍ଥାପନ କରାଯାଇଥିଲା ା ଏହାପରେ ଶହୀଦଙ୍କ ଜନ୍ମିତ ଗ୍ରାମ ଡାଲଙ୍ଗ, ଦନ୍ତୋର, ବଧି ଓ ସ୍ବାଧୀନତା ସଂଗ୍ରାମୀ ବୈଦ୍ୟନାଥ ରାଉତଙ୍କ ଖଇରାଡିହି ଗ୍ରାମକୁ ପଦଯାତ୍ରା କରାଯାଇଥିଲା ା ପରେ ଖଇରା ଡିହି ଗ୍ରାମରେ ଶହୀଦଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଜାତୀୟ ପତାକା ଉତ୍ତୋଳନ ଏବଂ ଜିଲା ପ୍ରଶାସନ ତରଫରୁ ତୋପ ସଲାମି ଦିଆଯାଇଥିଲା। ପରେ ସାଂସ୍କୃତିକ ସମ୍ପାଦକ ଅଲେଖ ବାରିକ ଓ ସହ ସମ୍ପାଦକ କରୁଣାକର ଜେନାଙ୍କ ନେତୃତ୍ୱରେ ବ୍ଲକସ୍ତରୀୟ ବକ୍ତୃତା, ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଅମର୍ତ୍ତ୍ୟ ସାହୁ, ପ୍ରତିଭା ମଲ୍ଲିକ, ପୀୟୁଷ କୁମାର ପଣ୍ଡା, ସ୍ନିଗ୍ଧାରାଣୀ ପଣ୍ଡା, କାଜଲରାଣୀ ଜେନା, ରାଧାରାଣୀ ବେହେରା, ସାଇପ୍ରଭା ଦାସ, ଶୁଭଶ୍ରୀ ଜେନା ଓ ସ୍ମୃତିରେଖା ମଲ୍ଲିକ ପ୍ରମୁଖ କୃତିତ୍ୱ ଅର୍ଜନ କରିଥିଲେ। ସନ୍ଧ୍ୟାରେ ଶହୀଦ ଜନକଲ୍ୟାଣ ପରିଷଦ ସଭାପତି ଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା ା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପୌରୋହିତ୍ୟ କରିଥିଲେ। ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି, ସୋର ୟୁଏନ କଲେଜର ପ୍ରାଧ୍ୟାପକ ଡ ଶରତ ଚନ୍ଦ୍ର ମହାନ୍ତି ମୁଖ୍ୟବକ୍ତା, ଇଞ୍ଚୁଡି ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ସଭାପତି ସର୍ବେଶ୍ୱର ଦାସ, ଖଇରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଜିଲାପରିଷଦ ସଭ୍ୟା ଜୟନ୍ତୀ ମହଲା, ସରପଞ୍ଚ ତିଳୋତ୍ତମା ମଲ୍ଲିକ, ସମିତିସଭ୍ୟ ମନୋଜ ସାହୁ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଉପେନ୍ଦ୍ର ପାଢୀ ବିବରଣୀ ପାଠ, ଉପସଭାପତି ବିଷ୍ଣୁମୋହନ ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ। ଶହୀଦଙ୍କ ତ୍ୟାଗକୁ ପ୍ରତ୍ୟେକ ଯୁବପିଢି ଅନୁସରଣ କଲେ ଏହା ଜାତୀୟତାଭାବ ଜାଗ୍ରତ ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ମନ୍ତ୍ରୀ ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଯାତ୍ରୀ ସୁବିଧା କେନ୍ଦ୍ର ଏବଂ ତୁଡିଗଡିଆ ବଜାର ଷ୍ଟ୍ରିଟଲାଇଟକୁ ଉଦ୍‌ଘାଟନ କରିଥିଲେ। ବସନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଓଡିଶା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri