ତୁଟିନି ଅନ୍ଧବିଶ୍ୱାସ: ଶବଦାହ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍‌,୧୭।୪-ଅନ୍ଧବିଶ୍ୱାସ, ସାମାଜିକ କୁସଂସ୍କାର ଏବେ ମଧ୍ୟ ଦୂରୀଭୁତ ହୋଇ ପାରିନାହିଁ। ପରିବାରର ଜଣେ କୁଷ୍ଠ ରୋଗାକ୍ରାନ୍ତ ବୋଲି ବରଗଡ଼ ସହର ଉପକଣ୍ଠ ବରଡ଼ୋଲ ଗ୍ରାମର ଜଣେ ମହିଳାଙ୍କ ଶବଦାହ ପାଇଁ ସମ୍ପର୍କୀୟ କିମ୍ବା ସାହି ପଡ଼ିଶା ଲୋକ ବାହାରିଲେ ନାହିଁ। ଶେଷରେ ଶୁକ୍ରବାର ବରଗଡ଼ର ଏକ ସାମାଜିକ ଅନୁଷ୍ଠାନ ନିଷ୍ଠା ପରିବାରର ସ୍ବେଚ୍ଛାସେବୀମାନେ ସମ୍ପୃକ୍ତ ଅସହାୟ ମହିଳାଙ୍କ ଶବଦାହ କରିଛନ୍ତି। ମୃତା ଜଣକ ଉକ୍ତ ଗ୍ରାମର ମିଥିଲା ସାହୁ(୪୮)। ତାଙ୍କର ଜଣେ ବଡ଼ଭାଇ ବ୍ୟତୀତ ପରିବାରରେ ଆଉ କେହି ନାହାନ୍ତି। ମୃତା ରୋଗାକ୍ରାନ୍ତ ଥିଲେ। ଶୁକ୍ରବାର ତାଙ୍କ ଦେହାନ୍ତ ହୋଇଥିଲା। ତେବେ ମହିଳାଙ୍କ ଜଣେ ସମ୍ପର୍କୀୟ କୁଷ୍ଠ ରୋଗାକ୍ରାନ୍ତ ଥିବାଯୋଗୁ ଶବ ସଂସ୍କାର ପାଇଁ କେହି ସମ୍ପର୍କୀୟ କିମ୍ବର ସାହି ପଡ଼ିଶା ଲୋକ ଆସି ନଥିଲେ। ପୋଲିସଠାରୁ ସୂଚନା ପାଇ ନିଷ୍ଠା ପରିବାରର ସ୍ବେଚ୍ଛାସେବୀମାନେ ପହଞ୍ଚି ଚାରିକାନ୍ଧ ଦେବା ସହିତ ସ୍ଥାନୀୟ ଜୀରାନଦୀ କୂଳ ସ୍ବର୍ଗଦ୍ୱାରକୁ ମୃତଦେହ ନେଇ ସେଠାରେ ସଂସ୍କାର କରିଥିଲେ। ନିଷ୍ଠା ପରିବାରର ସଭାପତି ରକ୍ଷପାଳ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁ, ରୋହିତ ସାହୁ, କ୍ଷୀରୋଦ୍ର ସାହୁ, ଲିଙ୍ଗରାଜ ସାହୁ, ଜୟନ୍ତ ପ୍ରଧାନ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁଳି ଉତ୍ସବରେ ସୀମିତ ନ ରହୁ ସେବା

ଯାଜପୁର ଅଫିସ,୨୮ା୭:ଆଜାଦୀ କା ଅମୃତ ମହୋତ୍ସବ ପରୀପ୍ରେକ୍ଷୀରେ ୨୫ରୁ ୩୦ ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲାରେ ଉଜ୍ଜ୍ୱଳ ଭାରତ-ଉଜ୍ଜ୍ୱଳ, ଭବିଷ୍ୟତ  ପାୱାର-୨୦୪୭ କାର୍ଯ୍ୟକ୍ରମ(ବିଜୁଳି ମହୋସତ୍ବ) ପାଳନ କରାଯାଉଛି।...

ବୈପାରିଗୁଡା: ବ୍ଲକ ଅଧ୍ୟକ୍ଷ ଆସନକୁ ଅଙ୍କକଷା

ବୈପାରିଗୁଡା,୨ା୨ (ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ବ୍ଲକ ଅଧ୍ୟକ୍ଷ ଆସନକୁ ନେଇ ବୈପାରିଗୁଡା ବ୍ଲକରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା...

ଅନ୍ଧାରରେ ତିନି ରଥ

ପୁରୀ ଅଫିସ,୨୩।୬: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଥିଲା। ଫଳରେ ପ୍ରାୟ ଦେଢ଼ ଘଣ୍ଟା  ଧରି ମହାପ୍ରଭୁ ଅନ୍ଧାରରେ ରହିଥିଲେ ।...

ଆଦର୍ଶ ଆଚରଣ ବିଧି, ଖର୍ଚ୍ଚ ହିସାବ ଉପରେ ଗୁରୁତ୍ୱ

ଭଦ୍ରକ ଅଫିସ, ୧୯।୧୦: ଧାମନଗର ଉପନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ପରେ ପ୍ରାର୍ଥୀ, ତାଙ୍କ ପ୍ରତିନିଧି ଓ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ...

ପ୍ରେମିକର ବର୍ବରକାଣ୍ଡ: ପ୍ରେମିକାଙ୍କ ବେକ କାଟିଦେଲେ

କାମାକ୍ଷାନଗର, ୨୧।୮(ଡି.ଏନ୍‌.ଏ.): ପ୍ରେମିକାଙ୍କୁ ପିଛା କରି ସୁନ୍ଦରଗଡ଼ରୁ ଚାଲିଆସିଲେ ଢେଙ୍କାନାଳ। ରାତାରାତି ତାଙ୍କୁ ଧରି ଫେରାର ହୋଇଯିବାକୁ କରିଥିଲେ ଯୋଜନା। ହେଲେ ଏଥିରେ ଯୁବତୀ ଜଣକ...

ବାରବାଟୀ ଟିକେଟ୍‌କୁ ନେଇ ତନାଘନା

ଅନୁଗୋଳ ଅଫିସ, ୧୪।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆୟୋଜିତ ହୋଇଯାଇଥିଲେ ମଧ୍ୟ ଅନୁଗୋଳ...

ନଦୀରୁ ଅଜଣା ମୃତଦେହ ଉଦ୍ଧାର

କଣ୍ଟାମାଳ, ୧୨।୯(ଡି.ଏନ.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କମଘାଟ ଗାଁର ତେଲ ନଦୀ ଘାଟରୁ ଗୁରୁବାର ଏକ ଅଜଣା ମୃତଦେହ ଉଦ୍ଧାର...

ବଶିଷ୍ଠକୁଁ ଉଧାର କଲା ଡାକ୍‌ତରି ଦଲ: ଚିକିତ୍ସା ଲାଗି ବୁର୍ଲା ଡାକ୍‌ତରଖାନାରେ ଭରତି

ଲୋଇସିଂହା,୩।୭(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ନେଗିପାଲି ଗାଁର ବଶିଷ୍ଠ ନାଗ(୬୦) ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଅଭାବ ଅନାଟନ ଲାଗି ସେ ଚିକିସତ୍ିତ ନାଇଁ...

Advertisement
Archives

Model This Week