ତିନି ବଖରା ଜଳିଗଲା

ପୁରୁଣାକଟକ, ୨୫ା୫(ଡି.ଏନ.ଏ.) : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୀରନସିଂହପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାମାଲ ଗ୍ରାମର ଅଚ୍ୟୁତ ମହାନନ୍ଦିଆଙ୍କ ଘରେ ନିଆଁଲାଗି ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଶନିବାର ଅପରାହ୍ନ ପ୍ରାୟ ୨ଟା୩୦ରେ ପରିବାରର ସମସ୍ତେ ଶୋଇ ପଡିଥିବା ବେଳେ ଘର ପଛପଟୁ ନିଆଁଲାଗି ଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଚାହୁଁଚାହୁଁ ଘର ଜଳି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ଘରେ ଥିବା ଧାନ, ଚାଉଳ ଓ ଆସବାବପତ୍ର ଏବଂ ଇନ୍ଦିରା ଆବାସ ଘର ତିଆରି କରିବା ପାଇଁଁ ରଖିଥିବା ୩୦ବସ୍ତା ସିମେଣ୍ଟ ପୋଡିଯାଇଥିଲା। ଖବର ପାଇ ବୌଦ୍ଧ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦମକଳ ଗାଡି ସହ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ଅଗ୍ନି ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାଗଡ଼ ଶିଶୁମନ୍ଦିରରେ ଯୋଗ ଦିବସ

ପାଟଣାଗଡ଼,(ଡି.ଏନ୍‌.ଏ.): ପାଟଣାଗଡ ସରସ୍ବତୀ ଶିଶୁମନ୍ଦିରରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଶିକ୍ଷକ ପ୍ରଦୀପ ସିଂ ବାବୁଙ୍କ ନେତୃତ୍ୱରେ ବିଦ୍ୟାଳୟର ୯୦୦ ଜଣ...

୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି ଯୁବକଙ୍କ ଜୀବନ ଗଲା

ଗୁଡ଼ଭେଲା,୧୭।୭(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ମଧ୍ୟମ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ତୁଷୁରା ସହରସ୍ଥିତ ସୋନଗଡ଼ ନଦୀରେ ଜଳସ୍ତର ମାପୁ ଥିବାବେଳେ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗି...

କିଡ଼୍‌ନୀ ରୋଗରେ ପୀଡ଼ିତ କ୍ଷୀରସିନ୍ଧୁ

କୋକସରା/ବେହେରା, ୧୨ା୫ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଁଚେତ୍‌ ଖୁଣ୍ଟିଅ ଗାଁର କ୍ଷୀରସିନ୍ଧୁ ଦୁର୍ଗା(୫୩)। ସେ ଆଏଜ୍‌କେ ବଛ୍‌ରେ ହେଲା କିଡ଼୍‌ନୀ ରୋଗ୍‌ରେ...

ଚିକିତ୍ସା ଲାଗି ଟଁକା ବାଧକ୍‌: ଗୁରୁତର ହେଉଛେ ସ୍ବାଧୀନର ଅବସ୍‌ତା

ବିନିକା,୧୫ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଧୀନ ମହଦା ଗଁାର ଶ୍ରୀରାମ ନଗର ପଡ଼ାର ଉତ୍ତମ ବିଶ୍ୱାଳକଁର ପୁଓ ସ୍ବାଧୀନ ବିଶ୍ୱାଳ(୪)। ସେ ଜନମ ବେଲେ...

ରାସ୍ତା କାଦୁଅ ପଚପଚ, ବାଟରେ ଅଟକିଲା ଆମ୍ବୁଲାନ୍ସ

ଝରିଗାଁ, ୫।୭(ସ୍ବ.ପ୍ର.) : ସାମାନ୍ୟ ବର୍ଷାରେ ରାସ୍ତା କାଦୁଅରେ ପଚପଚ। ଜରୁରିକାଳୀନ ରୋଗୀ, ଗର୍ଭବତୀଙ୍କୁ ଆଣିବା ପାଇଁ ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ। ଅଧା ବାଟରେ ଅଟକି ରହୁଛି।...

ବିଶ୍ୱସ୍ତରୀୟ କରିବାକୁ ଲକ୍ଷ୍ୟ

ସମ୍ବଲପୁର, ୨୦ା୧(ବ୍ୟୁରୋ): ୨୦୨୦ ଜାନୁୟାରୀ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର ସମଲେଇ ମନ୍ଦିର ଦର୍ଶନ କରି ଏହାର ସର୍ବାଙ୍ଗୀନ ଉନ୍ନତି କରିବା ଲାଗି...

ଡ୍ରେନ୍‌ ଭିତରେ ପାଏନ୍‌ ପାଇପ୍‌, ରୋଗ୍‌ ଆଶଁକା

ମନମୁଣ୍ଡା, ୭।୬ (ଡି.ଏନ.ଏ): ବୌଦ୍ଧ ଜିଲା ମନମୁଣ୍ଡାକେ ବହୁତ ବଛର ହେଲା ପାଇପ୍‌ ପାଏନ୍‌ ଯୁଗାବାର ବେବସ୍‌ତା ହେଇଛେ। ହେଲେ କମ୍‌ ପାଓ୍ବାରର ମୋଟର ଲାଗି...

ନୂଆପଡ଼ାରେ ଢୋଲକିଆ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୬ଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ନୂଆପଡ଼ା ବିଧାନସଭା ଆସନରେ ବିଜେଡିର ରାଜେନ୍ଦ୍ର କୁମାର ଢୋଲକିଆ ଆଗରେ ରହିଛନ୍ତି। ଢୋଲକିଆ ୧୧୬୩୫ ଭୋଟ...

Advertisement
Archives

Model This Week