ତାଳଚେର ବିଧାୟକଙ୍କ ଗାଡ଼ି ପୋଡ଼ିଦେବା ଘଟଣା:ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି, ଏସ୍‌ପିଙ୍କ ତଦନ୍ତ

ତାଳଚେର, ୧୦ା୧୨(ନି.ପ୍ର.)

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ କାର୍ଯ୍ୟାଳୟରେ ଶନିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କ କାର ପୋଡ଼ିଦେବା ଏବଂ ପୂର୍ବରୁ ତାଙ୍କ ପୈତୃକ ବାସଭବନରେ ନିଆଁ ଲଗାଇଦେବାକୁ ଉଦ୍ୟମ କରିବା ଘଟଣାରେ ସୋମବାର ପୋଲିସ ପକ୍ଷରୁ ତଦନ୍ତ କରାଯାଇଛି। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ, ଜିଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅଧିକାରୀମାନେ ବିଧାୟକଙ୍କ ଭରତପୁର କାର୍ଯ୍ୟାଳୟର କର୍ମଚାରୀଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ବିଧାୟକ ବ୍ୟବହାର କରୁଥିବା ଗାଡ଼ିକୁ ମଧ୍ୟ ଦେଖିଥିଲେ। ପରେ ଅଧିକାରୀମାନେ ବିଧାୟକଙ୍କ ହାଣ୍ଡିଧୂଆଁସ୍ଥିତ ପୈତୃକ ବାସଭବନରେ ପହଞ୍ଚି ସେଠାରେ ପୂର୍ବରୁ ଦୁର୍ବୃତ୍ତଙ୍କ ଦ୍ୱାରା ନିଆଁ ଲଗା ସ୍ଥାନକୁ ଅନୁଧ୍ୟାନ କରିଥିଲେ। ଏହି ସମୟରେ ତାଳଚେର ଏସ୍‌ଡିପିଓ ସିଦ୍ଧାର୍ଥ କାଟାରିଆ, ବିକ୍ରମପୁର ଆଇଆଇସି, କଲିୟରୀ ଆଇଆଇସି ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କିତ ପ୍ରତ୍ୟେକ ଘଟଣାବଳୀର ଗୁରୁତ୍ୱକୁ ଉପଲବ୍ଧ କରି ବର୍ତ୍ତମାନର କେସ୍‌ ଏବଂ ପୁରୁଣା କେସ୍‌ଗୁଡ଼ିକର ଛାନଭିନ୍‌ ତ୍ୱରାନ୍ବିତ କରିବାକୁ ଡିଆଇଜି ଭୋଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ ପୋଲିସ ଗୁରୁତ୍ୱର ସହ ବିଚାର କରୁଥିବା ଏସ୍‌ପି ମୀନା ପ୍ରକାଶ କରିଥିଲେ। ବିଧାୟକଙ୍କ ଗାଡ଼ି ପୋଡ଼ା ଘଟଣା ନେଇ ବିକ୍ରମପୁର ଥାନାରେ ନଂ୧୪୨/୧୯ରେ ଏକ ମାମଲା ରୁଜୁ କରାଯାଇଛି। କଲିୟରୀ ଥାନା ଆଇଆଇସି ଏବଂ ବିକ୍ରମପୁର ଥାନା ଆଇଆଇସି, ତାଳଚେର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ମାମଲାର ତଦନ୍ତ କରୁଛନ୍ତି ବୋଲି ଏସ୍‌ପି ପ୍ରକାଶ କରିଥିଲେ। ଅପରପକ୍ଷେ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରାଯିବା ସହ ଏପରି କାମ ପଛର କାରଣ ତୁରନ୍ତ ଖୋଜାଯିବା ଆବଶ୍ୟକ ବୋଲି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?