ତାଳଚେର କୋଭିଡ୍‌ ଡାକ୍ତରଖାନା ପ୍ରସ୍ତୁତ

ତାଳଚେର, ୨୧ା୪(ନି.ପ୍ର.)

ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍‌ପିଟାଲରେ ସୋମବାର ସ୍ବତନ୍ତ୍ର କୋଭିଡ-୧୯ ଡାକ୍ତରଖାନା ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ। ଏହି ହସ୍‌ପିଟାଲ ଉଦ୍‌ଘାଟନ ପୂର୍ବରୁ ଏମ୍‌ସିଏଲ୍‌, ସମ୍‌ ହସ୍ପିଟାଲ ଏବଂ ଜିଲା ପ୍ରଶାସନ ମଧ୍ୟରେ କୋଭିଡ-୧୯ ଡାକ୍ତରଖାନାର ସୁପରିଚାଳନା ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏଠାରେ କରୋନା ରୋଗୀଙ୍କ ପାଇଁ ୧୫୦ଟି ବେଡ୍‌ ସହ ୬ଟି ଆଇସିୟୁ ଶଯ୍ୟା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅଶୋକ ମହାପାତ୍ର, ପ୍ରଫେସର ଡ. ଈଶ୍ୱର ଚନ୍ଦ୍ର ବେହେରା, ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ, ସେଣ୍ଟ୍ରାଲ ହସ୍‌ପିଟାଲ ସିଏମ୍‌ଏସ୍‌ ଡା଼. ମନୋଜ ବେହେରା, ଜଗନ୍ନାଥ କ୍ଷେତ୍ର ଜିଏମ୍‌ ଏମ.ଜି. ବ୍ରହ୍ମପୁରକରଙ୍କ ସମେତ ପ୍ରଶାସନିକ ଅଧିକାରୀ, ଏମସିଏଲ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଏହି କୋଭିଡ-୧୯ ଡାକ୍ତରଖାନା ଏମ୍‌ସିଏଲ୍‌ ଅନୁଦାନରେ ନିର୍ମିତ ହୋଇଥିବାବେଳେ ସମ୍‌ ହସ୍ପିଟାଲ ପକ୍ଷରୁ ପରିଚାଳନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଇଥିବା ଭ୍ୟାନିଟି ଫେରିପାଇଲେ ମହିଳା

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଶହୀନଗର ହାଟରେ ହଜିଯାଇଥିବା ଭ୍ୟାନିଟି ବ୍ୟାଗକୁ ଶୁକ୍ରବାର ଫେରିପାଇଛନ୍ତି ସ୍ମୃତିରେଖା ମହାପାତ୍ର ନାମ୍ନୀ ଜଣେ ମହିଳା। ସେଥିରେ ନଗଦ ୮ ହଜାର ଟଙ୍କା,...

ପଦ୍ମପୁର ବିଧାନସଭା: ଭାଜପା ଆଗରେ

ପଦ୍ମପୁର,୨୩।୫: ପଦ୍ମପୁର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପ୍ରଦୀପ ୯୦୦୨ ଭୋଟ ପାଇଥିବାବେଳେ...

ଅଣ୍ଡା ମୂଲ୍ୟ ମିଳୁନି, କୁକୁଡ଼ା ଚାଷୀ ହତାଶ

ବାରିପଦା ଅଫିସ,୮।୮: ମୟୂରଭଞ୍ଜ ଜିଲାର କୁକୁଡ଼ା ଚାଷୀମାନେ ଦିନକୁ ଦେଢ଼ ଲକ୍ଷ ଅଣ୍ଡା ଉତ୍ପାଦନ କରୁଥିବା ବେଳେ ବଜାର ବ୍ୟବସ୍ଥା ନ ଥିବାରୁ ଉପଯୁକ୍ତ ମୂଲ୍ୟ...

ଭିଜିଲାନ୍ସ ହାତରେ କୋଟିପତି ଅବକାରୀ ଏସ୍‌ଆଇ

ସମ୍ବଲପୁର,୧ା୨(ବ୍ୟୁରୋ): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଜିଲା ବେଲପାହାଡ଼ ଅବକାରୀ ବିଭାଗରେ କାର୍ଯ୍ୟରତ ଏସ୍‌ଆଇ ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି।...

୨୦ ରାଉଣ୍ଡ ସୁଦ୍ଧା ୩୫,୨୯୬ ଖଣ୍ଡ ଭୋଟ୍‌ରେ ବିଜେଡି ଆଗୁଆ

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୨୦ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା...

ନିଷ୍ପତ୍ତି ବଦଳାଇଲେ ସରକାର

ଭୁବନେଶ୍ୱର,୧୮।୪(ବ୍ୟୁରୋ): ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର। ତେବେ ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି। ପୂର୍ବଭଳି...

ଉଠା ଦୋକାନୀଙ୍କ ବିରୋଧ, ଆଜିଠାରୁ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ବିଏମ୍‌ସି, ବିଡିଏ ଓ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦକୁ ଜୋର୍‌ଦାର ବିରୋଧ କରିଛି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ...

ବିଜେଡିରୁ ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ

ଭୁବନେଶ୍ୱର,୮।୯: ଭାଜପା ନେତାଙ୍କୁ ମାଡ଼ ମାରିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ...

Advertisement
Archives

Model This Week