ତାଲିବାନ ସହିତ ଆମେରିକା ଶାନ୍ତିଚୁକ୍ତି: ବଢ଼ିବ ଭାରତର ସମସ୍ୟା; ପାକିସ୍ତାନ ପାଇଁ ସୁଯୋଗ

ଓ୍ବାଶିଂଟନ,୨୨।୨: ଆମେରିକା ଆଫଗାନିସ୍ତାନ ଆତଙ୍କବାଦୀ ସଂଗଠନ ତାଲିବାନ ସହିତ ଶାନ୍ତିଚୁକ୍ତିି କରିବା ଲାଗି ଯୋଜନା କରିଛି। ଫେବୃୟାରୀ ୨୯ରେ ଏହି ଚୁକ୍ତି ହେବ ବୋଲି କୁହାଯାଉଛି। ଇତିମଧ୍ୟରେ ଫେବୃୟାରୀ ୨୨ଠାରୁ ସଙ୍ଘର୍ଷ ବିରାମ ଆରମ୍ଭ ହୋଇଥିବା ଆଫଗାନିସ୍ତାନ ରାଷ୍ଟ୍ରୀୟ ସୁରକ୍ଷା ସମିତି ପ୍ରବକ୍ତା ଜାବେଦ୍‌ ଫୈସଲ ସୂଚନା ଦେଇଛନ୍ତି। ଆମେରିକା ସୈନ୍ୟ ଏବଂ ତାଲିବାନ ମଧ୍ୟରେ କ୍ରମାଗତ ହିଂସା କମିବାରେ ଲାଗିଥିବା ସେ କହିଛନ୍ତି। ତେବେ ଏହି ଶାନ୍ତିଚୁକ୍ତି ଦ୍ୱାରା ଭାରତର ସମସ୍ୟା ବଢ଼ିବ ବୋଲି ଆନୁମାନ କରାଯାଉଛି। ତାଲିବାନ ଯୋଗୁ ଆଫଗାନିସ୍ତାନର ନବନିର୍ବାଚିତ ସରକାରଙ୍କ ପାଇଁ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏଭଳି ହେଲେ ଭାରତର କେତେକ ପରିଯୋଜନା ପ୍ରଭାବିତ ହେବ। ଫଳରେ ପଶ୍ଚିମ ଏସିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟଧାରାରେ ବାଧା ଉତ୍ପନ୍ନ ହେବାର ଆଶଙ୍କା ରହିବ। ଅପରପକ୍ଷରେ ଶାନ୍ତିଚୁକ୍ତି ଯୋଗୁ ଆମେରିକା ସୈନ୍ୟ ଆଫଗାନିସ୍ତାନରୁ ସ୍ବଦେଶ ଫେରିବା ଆରମ୍ଭ କରିବେ। ଏହା ପାକିସ୍ତାନ ଲାଗି ନୂଆ ସୁଯୋଗ ସୃଷ୍ଟି କରିବ। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ତାଲିବାନ ସହାୟତାରେ ସହଜରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କାର୍ଯ୍ୟ ଜାରି ରଖିବାକୁ ସକ୍ଷମ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୂପ ବଦଳାଉଛି କରୋନା ଭାଇରସ୍‌

ଓ୍ବାଶିଂଟନ,୭ା୫: କରୋନା ଭାଇରସ୍‌ ବିଷୟରେ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ହେଲେ ଆମେରିକାର ଲସ୍‌ ଆଲାମୋସ୍‌ ନ୍ୟାଶନାଲ୍‌ ଲାବରେଟୋରି(ଏଲ୍‌ଏଏନ୍‌ଏଲ୍‌)ର ବୈଜ୍ଞାନିକମାନେ ଏକ ଚାଞ୍ଚଲ୍ୟକର ତଥ୍ୟ...

କରୋନା ସଙ୍କଟ ମଧ୍ୟରେ ପାକିସ୍ତାନ ଖୋଲିବ କର୍ତ୍ତାରପୁର କରିଡର

ଇସ୍‌ଲାମାବାଦ୍‌,୨୭।୬: କରୋନା ଭାଇରସ୍‌ ସଙ୍କଟ ଯୋଗୁ ସାରା ବିଶ୍ୱରେ ଧାର୍ମିକ ସ୍ଥଳ ବନ୍ଦ ରଖାଯାଇଛି। ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ପାକିସ୍ତାନ ମଧ୍ୟ କର୍ତ୍ତାରପୁର ସାହିବ...

ଆଫଗାନ୍‌ ସେନାର ଆତ୍ମସମର୍ପଣ

କାବୁଲ, ୧୭ା୮: ମାତ୍ର ୨୦ ସପ୍ତାହରେ କୋଡ଼ିଏ ବର୍ଷ ପଛକୁ ଫେରିଛି ଆଫ୍‌ଗାନିସ୍ତାନ। ଆମେରିକା ସୈନ୍ୟ ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବା ପୂର୍ବରୁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ...

ପ୍ରତି ୫ ଜଣରେ ଜଣଙ୍କୁ କରୋନା ସଂକ୍ରମଣର ରହିଛି ଆଶଙ୍କା: ପୃଥିବୀର ୧୭୦ କୋଟି ଲୋକ ବିପଦରେ

ପ୍ୟାରିସ୍‌, ୧୭।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଲାସେଣ୍ଟ୍‌ ପତ୍ରିକା ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ ହୋଇଛି...

ଯୁଦ୍ଧପୋତର ୨୪୭ ସଦସ୍ୟ କରୋନାରେ ଆକ୍ରାନ୍ତ, କରାଯିବ ଏୟାରଲିଫ୍ଟ୍‌…

ସିଓଲ,୧୯।୭: ଦକ୍ଷିଣ କୋରିଆ ଯୁଦ୍ଧପୋତରେ କରୋନା ସଂକ୍ରମଣ ହୋଇଛି। ଯୁଦ୍ଧପୋତର ୨୪୭ ସଦସ୍ୟଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଯୁଦ୍ଧପୋତ ମୁନ୍‌ମୁ ଦ ଗ୍ରେଟ୍‌ରେ...

କରୋନାଭାଇରସ ଭୟ: ପାଳିତ ଜୀବଙ୍କୁ ମାରି ଦେଉଛନ୍ତି ଲୋକେ

ବେଜିଂ,୨।୨: କରୋନାଭାଇରସ ସଂକ୍ରମଣରେ ଏବେ ପର୍ଯ୍ୟନ୍ତ ଚାଇନାରେ ୩ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ଗୋଟିଏ ଦିନ ପୂର୍ବରୁ ଖବର ଆସିଥିଲା କି ଏଠାରେ ଲୋକେ...

କରୋନା ଟୀକା ପ୍ରଥମେ ଏହି ଦେଶର ଲୋକଙ୍କୁ ଦିଆଯିବ…

ମସ୍କୋ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଗତ ୬ ମାସ ଧରି ଆତଙ୍କ ଦେଖାଦେଇଥିବାବେଳେ ଆଶାର କିରଣ ଦେଖାଦେଇଛି। ବିଭିନ୍ନ ଦେଶର ବହୁ...

ଅଧିକ ସମୟ ଟିଭି ଦେଖୁଛନ୍ତି କି? ହୋଇପାରେ ଏହି ପ୍ରାଣଘାତୀ ରୋଗ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଯଦି ଆପଣ ଟିଭି ପ୍ରେମୀ ହୋଇଥାନ୍ତି, ତେବେ ଏବେଠୁ ସାବଧାନ ହୋଇଯାନ୍ତୁ। ଏକ ସଦ୍ୟ ଗବେଷଣାରୁ...

Advertisement
Archives

Model This Week