ତାମିଲନାଡ଼ୁରେ ନିର୍ଯାତନା ଅଭିଯୋଗ ଆଣିଲେ ବରଗଡ଼ର ପ୍ରବାସୀ ଶ୍ରମିକ

ବରଗଡ଼ ଅଫିସ୍‌,୧୪।୫-: ଲକ୍‌ ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକଙ୍କ ଦୁଃଖ ବଢ଼ି ଯାଇଛି । ଘରକୁ ଫେରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ି ଥିବାବେଳେ ଭୋକ, ଉପାସରେ ମଧ୍ୟ ରହିବାକୁ ପଡୁଛି। ଅନ୍ୟପଟେ ଏଭଳି ବିପର୍ଯ୍ୟୟ ସମୟରେ ସେମାନଙ୍କୁ ସହାୟତା ବଦଳରେ ମାଡ଼ ଖାଇବାକୁ ମଧ୍ୟ ପଡୁଛି। ବରଗଡ଼ ଜିଲାରୁ ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇଥିବା କେତେକ ଶ୍ରମିକଙ୍କ ଉପରେ ଏଭଳି ନିଯର୍ର୍ାତନା ଦିଆଯାଇଥିବା ଖବର ସାମ୍ନାକୁ ଆସିଛି । ନିର୍ଯାାତିତ ଶ୍ରମିକମାନେ ସେଠାରୁ ପଠାଇଥିବା ଏକ ଭିଡ଼ିଓ କ୍ଲିପିଂ ଏବଂ କେତେକ ଫଟୋରୁ ତାହା ସ୍ପଷ୍ଟ ହୋଇ ଯାଇଛି ।
ସୂଚନା ଅନୁଯାୟୀ, ଗତ କିଛିମାସ ତଳୁ ବରଗଡ଼ ଜିଲାର ୩୦ଜଣଙ୍କ ସମେତ ଓଡ଼ିଶାର ଶତାଧିକ ଶ୍ରମିକ ତାମିଲନାଡ଼ୁ ରାଜ୍ୟର ତିରପୁରଠାରେ ରହିଥିବା ଏକ ଏକ କପଡ଼ା କାରଖାନାରେ କାମ କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ସେମାନେ ଘରକୁ ଫେରିବାକୁ ଚାହୁଁଛନ୍ତି । ଏଥିପାଇଁ ସେମାନେ କିଛିଦିନ ତଳେ ସେହି କାରଖାନାରୁ ବାହାରି ପାସ୍‌ ପାଇଁ ଏକ କାର୍ଯ୍ୟାଳୟକୁ ଯାଉଥିଲେ। ମାତ୍ର ସେମାନେ ସେଠାରୁ ବାହାରିବା ପରେ କାରଖାନା ମାଲିକ ପୋଲିସ ଲଗାଇ ସେମାନଙ୍କୁ ମାଡ଼ ମରାଇଥିବା ଅଭିଯୋଗ ହୋଇଛି। ଏପରିକି ଶ୍ରମିକଙ୍କ ହାତ, ଗୋଡ଼ ତଥା ଶରୀରର ବିଭିନ୍ନ ସ୍ଥାନରେ ଅନେକ ମାଡ଼ ଦାଗ ରହିଛି । ସେହିପରି କାରଖାନାରୁ ବାହାରିଲେ ଶ୍ରମିକଙ୍କୁ ପୁଣି ମାଡ଼ ଦିଆଯିବ ବୋଲି କୁଆଡ଼େ କାରଖାନା ମାଲିକ ଧମକ୍‌ ଦେଉଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଶ୍ରମିକମାନେ କାରଖାନା ଭିତରେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏ ନେଇ ପଦ୍ମପୁର ଉପଖଣ୍ଡ ସମାରପାଲି ଗ୍ରାମର ଜଣେ ପ୍ରବାସୀ ଶ୍ରମିକ ନିଜ ଘରକୁ ଫୋନ କରି ଜଣାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ଏହି ସୂଚନା ପାଇବା ପରେ ସାମାଜିକ କର୍ମୀ ଦିବସ ସମ୍ପୃକ୍ତ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆଇଜି ଅମିତାଭ ଠାକୁରଙ୍କୁ ଫୋନ ଯୋଗେ ନିବେଦନ କରିଥିଲେ। ସେହି ସୂଚନା ପାଇବା ପରେ ଓଡ଼ିଶାର କୋଭିଡ୍‌ ହେଲ୍ପଲାଇନ୍‌ ପକ୍ଷରୁ ମଧ୍ୟ ସମ୍ପୃକ୍ତ ଶ୍ରମିକଙ୍କୁ ଯୋଗାଯୋଗ କରାଯାଇ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଶ୍ରମିକଙ୍କ ଜୀବନ ପ୍ରତି ବିପଦ ଥିବା ଯୋଗୁ ସେମାନଙ୍କୁ ସେଠାରୁ ତୁରନ୍ତ ଉଦ୍ଧାର କରି ଘରକୁ ପଠାଇବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସାମାଜିକ କର୍ମୀ ଦିବସ ତଥା ଶ୍ରମିକଙ୍କ ପରିବାର ଲୋକେ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମସିଆ ଘେରରେ କ୍ଷେମୁଣ୍ଡିପଦର ସ୍କୁଲ

  ଭବାନୀପାଟଣା, ୭ା୧୨ (ଡି.ଏନ.ଏ.)- ସବୁ ଛୁଆ କେନ୍‌ଥେଇ ପ୍ରାଥମିକ ଶିକ୍ଷା ପାଇପାରବେ ସେଥିରଲାଗି ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସେନ୍‌ତା ସ୍କୁଲ ଛାତ୍ରୀଛାତ୍ରକଁର...

ଭଣ୍ଡାରିପୋଖରୀ ସ୍ବାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ଟିମ୍‌

ଭଣ୍ଡାରିପୋଖରୀ, ୨୧।୧୧ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ କାୟାକଳ୍ପ ଟିମ୍‌ ଗସ୍ତ କରି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି। ଭୁବନେଶ୍ୱର ଟିମ୍‌...

ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର,୨୬ା୧(ବ୍ୟୁରୋ): ଓଡ଼ିଶାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଅତିଥି ସତ୍କାର କରିବାର ଦାୟିତ୍ୱ ନେବା ପାଇଁ ବୁଧବାର ନୂଆଦିଲ୍ଲୀସ୍ଥିତ ସଫଦରଜଙ୍ଗ ରେଳ ଷ୍ଟେଶନଠାରେ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌ର ଲୋକାର୍ପଣ...

ଜଳ ନିଷ୍କାସନ ବାଧାପ୍ରାପ୍ତ ଯୋଗୁ ଫସଲ ନଷ୍ଟ ହେଉଛି: ଜିଲାପାଳଙ୍କୁ ଭେଟିଲା ଯଯାତୀ କୃଷକ ସଂଗଠନ

ଯାଜପୁର ଟାଉନ ୧୪।୮(ଡି.ଏନ୍‌.ଏ.)- ଡ୍ରେନେଜ ବିଭାଗର ଦାୟିତ୍ୱହୀନତା ଯୋଗୁ ଯାଜପୁର ବ୍ଲକ ଅନ୍ତର୍ଗତ ବିଚିତ୍ରପୁର, ବାଲିଆମୁଣ୍ଡୁଳୀ, ଦକ୍ଷିଣବିଲ, ମୋଗଲପୁର, ବାଛିଆରୀ, ରାଣୁଆ, ଧନିପୁର, ମାର୍କଣ୍ଡପୁର, ବଇଭୂଇଁ...

ବାତ୍ୟା ଅମ୍ଫନ ପ୍ରଭାବ: ଆରଡିରେ ଆରମ୍ଭ ହେଲାଣି ବର୍ଷା, ବହୁଛି ୪୦ କି.ମି. ବେଗରେ ପବନ

ଆରଡି,୧୯ା୫, (ଡି.ଏନ.ଏ.)-ଭଦ୍ରକ ଜିଲା ଆରଡି ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ବାତ୍ୟା ଅମ୍ଫନର ପ୍ରଭାବ ଦେଖିବାକୁ ମିଳିଛି। ଅପରାହ୍ନରୁ ଝିପିଝିପି ବର୍ଷା ସାଙ୍ଗକୁ ଘଣ୍ଟାକୁ...

୧୪୭ ଫେରନ୍ତା ଶ୍ରମଜୀବୀ ପଞ୍ଜୀକୃତ

ବଇଣ୍ଡା,୨୫।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ପ୍ରଶାସନ ଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ରାଜ୍ୟ ବାହାରୁ ଫେରିଥିବା ୧୪୭ ଶ୍ରମଜୀବୀ ବୁଧବାର ନାମ ପଞ୍ଜୀକରଣ କରିଛନ୍ତି। ସେମାନେ...

ସ୍କୁଲ ଛାତ ଉପରେ ପଡ଼ିଲା ଗଛ

ଅମରପାଲି, ୫।୪: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅମରପାଲି ସରକାରୀ ୟୁପି ସ୍କୁଲ ପରିସରରେ ଥିବା ଏକ ବହଳ ଗଛ ସୋମବାର ପବନରେ ଉପୁଡି ଶ୍ରେଣୀ...

ବିଦ୍ୟୁତ୍‌ ତାର ଛିଣ୍ଡି ୧ ମଇଁଷି, ୨ ପୋଢ ମୃତ

ଛେଣ୍ଡିପଦା,୧୪।୭(ସ୍ବ.ପ୍ର)-ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ନିକଟରେ ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ରବିବାର ଗୋଟିଏ ମଇଁଷି ଓ ୨ଟି ପୋଢ଼ର ମୃତ୍ୟୁ ଘଟିଛି।...

Advertisement
Archives

Model This Week