ତହସିଲ କାର୍ଯ୍ୟାଳୟରେ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ଜନଶୁଣାଣିକୁ ବିରୋଧ

ବାଲିଆପାଳ, ୧୩।୬(ସ୍ବ.ପ୍ର.)-କରୋନା ପାଇଁ ପ୍ରଶାସନ ଜନସାଧାରଣଙ୍କୁ ଜନଗହଳିରୁ ଦୂରେଇ ରହିବା ପାଇଁ ସଚେତନ କରାଇବା ଏବଂ ମାକ୍ସ ନ ପିନ୍ଧିଲେ ଫାଇନ କରିବା ଆଦି ପଦକ୍ଷେପ ନେଉଛି। ମାତ୍ର ଶୁକ୍ରବାର କରୋନା କଟକଣାକୁ ପ୍ରଶାସନ ଊଲ୍ଲଘଂନ କରି ବାଲିଆପାଳର ସମୁଦ୍ର ଉପକୂଳରେ ପ୍ରସ୍ତାବିତ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ନିର୍ମାଣ ପାଇଁ ଜନଶୁଣାଣି ଆୟୋଜନ କରିଥିଲା। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସମ୍ପୃକ୍ତ ପଞ୍ଚାୟତବାସୀ ଏବଂ ଉପକୂଳ ଭିଟାମାଟି ସୁରକ୍ଷା କମିଟି ସମେତ ବିଭିନ୍ନ ସଙ୍ଗଠନ ବିରୋଧ କରିବାରୁ ଶେଷରେ ଜନଶୁଣାଣି ସ୍ଥଗିତ ରହିଥିଲା।
ବାଲିଆପାଳର ଚଉମୁଖଠାରେ ସୁବର୍ଣ୍ଣରେଖା ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଚେନ୍ନାଇର କ୍ରିଏଟିଭ୍‌ ପୋର୍ଟ ଏବଂ ଟାଟା କମ୍ପାନୀ ସହିତ ଚୁକ୍ତି କରିବା ପରେ ପୋର୍ଟ ଏବଂ ରେଳ ସଂଯୋଗ ସରକାର ଜମି ଅଧିଗ୍ରହଣ ପାଇଁ ସମସ୍ତ କାର୍ଯ୍ୟ ତ୍ୱରାନ୍ବିତ କରୁଛନ୍ତି। ଅପରପକ୍ଷରେ ସେଠାରେ ବନ୍ଦରଭିତ୍ତିକ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ସ୍ଥାପନ ପାଇଁ ହଳଦିଆ ପେଟ୍ରୋକେମିକାଲ୍ସ ସହିତ ଅନ୍ୟ ଏକ ଚୁକ୍ତିପତ୍ର ସ୍ବାକ୍ଷର ହେବା ସହିତ ଏହି ବ୍ଲକର ଅଁଳାଡ଼ିହା, ନୂଆଗାଁ, ଜମ୍ଭିରାଇ ଆଦି ପାଞ୍ଚଟି ପଞ୍ଚାୟତର ୩୫ଶହ ଏକର ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଶୁକ୍ରବାର ଜମ୍ଭିରାଇ ପଞ୍ଚାୟତର ଜନଶୁଣାଣି ବାଲିଆପାଳ ତହସିଲ ପରିସରରେ ହେବା ପାଇଁ ସ୍ଥିର ହୋଇ ଲୋକଙ୍କୁ ନୋଟିସ୍‌ କରାଯାଇଥିଲା। ମାତ୍ର କରୋନା ପରି ମହାମାରୀ ସମୟରେ ପଞ୍ଚାୟତଠାରୁ ୨୦ରୁ ୨୫ କି.ମି. ଦୂରରେ ଜନଶୁଣାଣିକୁ ବିରୋଧ କରି ଶତାଧିକ ଲୋକ ଏକାଠି ହୋଇ ମରିବୁ ପଛେ କମ୍ପାନୀ ପାଇଁ ଇଞ୍ଚେ ହେଲେ ଜାଗା ଛାଡ଼ିବୁ ନାହିଁ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ଉପକୂଳ ଭିଟାମାଟି ସୁରକ୍ଷା କମିଟି ଏହାର ନେତୃତ୍ୱ ନେଉଥିବା ବେଳେ ଏହାର ନେତା ଅନୁଜ ମହାପାତ୍ର, ଆକବର ସାହା, କୁଶଧ୍ୱଜ ଜେନା ପ୍ରମୁଖ ଜନଶୁଣାଣିକୁ ଗ୍ରାମସ୍ତରରେ ଆୟୋଜନ କରିବାକୁ ଦାବି କରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଜନଶୁଣାଣି ପାଇଁ ବାଲେଶ୍ୱର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଉପଜିଲାପାଳ ନିଲୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସଙ୍କୁ ପଚାରିବାରୁ ସେ ଏହା ଜନଶୁଣାଣି ନୁହେଁ ବରଂ ଏହା ବେଆଇନ ଭାବେ ସରକାରୀ ଜମି ଜବରଦଖଲ କରିଥିବା ସମ୍ପର୍କରେ ବୋଲି କହିଥିଲେ। ତେବେ ସରକାରୀ ନିୟମ ଅନୁଯାୟୀ ଜବରଦଖଲକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାଯର୍‌ୟାନୁଷ୍ଠାନ ହେବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri