ତହସିଲ୍‌ଦାରଙ୍କୁ ଧମକ ମାମଲା, ଜେଲ ଗଲେ ଅଭିଯୁକ୍ତ

ଚିକିଟି,୨୭ା୫(ଡି.ଏନ.ଏ.)- କ୍ୱାରାଣ୍ଟାଇନ୍‌ ସେଣ୍ଟର ନିକଟରେ କ୍ରିକେଟ ଖେଳୁଥିବାବେଳେ ବାରଣ କରିବାରୁ ପାତ୍ରପୁର ତହସିଲଦାରଙ୍କୁ ଗାଳିଗୁଲଜ ଓ ଧମକ ମାମଲାରେ କେ.ନୂଆଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ନୂଆ ମୈଶାନପୁର ଗ୍ରାମର ତ୍ରିପତି ସାହୁ।
ଚିକିଟି ବ୍ଲକ ନୂଆ ମୈଶାନପୁର ଗ୍ରାମ କ୍ବାରାଣ୍ଟାଇନ୍‌ ସେଣ୍ଟର ନିକଟରେ ଗତ ୨୧ ତାରିଖରେ ଗ୍ରାମର କେତେଜଣ ଯୁବକ କୋଭିଡ୍‌ ନିୟମ ଉଲ୍ଲଘଂନ କରି କ୍ରିକେଟ୍‌ ଖେଳୁଥିଲେ। ସେହି ରାସ୍ତାଦେଇ ଯାଉଥିବା ପାତ୍ରପୁର ତହସିଲ୍‌ଦାର ଡ. ଶ୍ରୀନିବାସ ବେହେରା ସେମାନଙ୍କ ପାଖକୁ ଯାଇ ଖେଳ ବନ୍ଦ କରିବାକୁ କହିଥିଲେ। ପରେ ଯୁବକମାନେ ତାଙ୍କୁ ଗାଳିଗୁଲଜ ସହ ଧମକ ଦେଇଥିବା ନେଇ ତହସିଲ୍‌ଦାର ବେହେରା କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ନଂ.୧୧୪/୨୦ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିଲା। ତ୍ରିପତିଙ୍କୁ ଗିରଫ କରି ମଙ୍ଗଳବାର ଅପରାହ୍ନରେ ପାତ୍ରପୁର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବ୍ରହ୍ମପୁର ଜେଲ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରିଡ଼ାଖଣ୍ଡିରେ ବାର୍‌ହା ଆତଙ୍କ: ଧରିବାକୁ ଯାଇ ବନକର୍ମଚାରୀଙ୍କ ସମେତ ୯ ଆହତ

ବ୍ରହ୍ମପୁର ଅଫିସ,୩୦।୩- କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବାବେଳେ ସୋମବାର ସକାଳୁ ବ୍ରହ୍ମପୁରରେ ଦେଖାଦେଇଥିଲା ବାର୍‌ହା ଆତଙ୍କ। ବ୍ରହ୍ମପୁର ହରିଡାଖଣ୍ଡି ଗୌଡ଼ସାହି ଲକ୍ଷ୍ମୀ...

ଜେଏସ୍‌ପି ପ୍ଲାଣ୍ଟ ପରିଦର୍ଶନ କଲେ ରେଲ୍‌ୱେ ଜିଏମ୍‌

ଅନୁଗୋଳ ଅଫିସ, ୨୪ା୧୨: ଇଷ୍ଟକୋଷ୍ଟ ରେଲ୍‌ୱେ ଜିଏମ୍‌ ଆର୍‌.ଏନ୍‌. ଶୁନକରଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଗୁରୁବାର ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର...

ବାଇକ୍‌କୁ ଶୁଣ୍ଢରେ ଟେକି କଚାଡିଲା ହାତୀ

ପାଟଣା,୧୨।୧(ସ୍ବ.ପ୍ର.): କିଛିଦିନ ବ୍ୟବଧାନରେ ପୁଣି କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ସୋମବାର ବିଳମ୍ବିତ ରାତିରେ ତୋଣ୍ଡ ବିଟ୍‌ ଅନ୍ତର୍ଗତ ସଡ଼ଙ୍ଗବାହାଳୀ...

ଖରିଫ ଧାନ ଫସଲ ଖାଇଗଲେ ଚକଡ଼ା ପୋକ

ଡେଲାଙ୍ଗ,୧୧ା୧୧(ଡି.ଏନ୍‌.ଏ.): ଫସଲରେ ଚକଡା ପୋକ ଯୋଗୁ ଏବେ ଚାଷୀ ମୁଣ୍ଡରେ ଚଡ଼କ ପଡିଛି। ପରିବାର ପ୍ରତିପୋଷଣ କରିବା ପାଇଁ ଧାର କରଜ କରି ଧାନ ଫସଲ...

ପ୍ରେମିକ ମା’ଙ୍କ କଟୁ କଥା ସହି ନ ପାରି ଘରୁ ଚାଲିଯାଇଥିଲେ ଯୁବତୀ, କୂଅରୁ ଉଦ୍ଧାର ହେଲା ମୃତଦେହ

ଖୋର୍ଦ୍ଧା ଅଫିସ,୨୫।୬: ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ଜରିପୁଟ ସ୍କୁଲ କ୍ୟାମ୍ପସରେ ଥିବା କୂଅରୁ ପୋଲିସ ଗୁରୁବାର ଜଣେ ଯୁବତୀ ଙ୍କ ମୃତଦେହ ଉଦ୍ଧାର କରିଛି। ସେ...

ଶୃଙ୍ଖଳିତ ମତଦାନକୁ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧୪ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣଠାରୁ ଗଣତି ପର୍ଯ୍ୟନ୍ତ...

କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ

କେନ୍ଦୁଝର, ୧୪ା୨ (ସ୍ବ.ପ୍ର.) କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ଜଙ୍ଗଲରେ ଶିକାରୀ ସକ୍ରିୟ ରହୁଥିବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଙ୍ଗଲ ଭିତରେ...

ରୂପା ଛାଉଣିରେ ଝଲସୁଛି କଳାହାଟ ଦ୍ୱାର

ପୁରୀ ଅଫିସ,୧୨।୭ ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ସଂଯୋଗ କରୁଥିବା କଳାହାଟ ଦ୍ୱାରରେ ରୂପା ଛାଉଣି ହୋଇଛି । ରୂପା ଚାଦର ବିଛାଯିବା ପରେ କଳାହାଟ ଦ୍ୱାର...

Advertisement
Archives

Model This Week