ତହସିଲଦାରଙ୍କୁ ଦୁର୍ବ୍ୟବହାର, ଗାଡ଼ିଭଙ୍ଗା ଘଟଣା: ନ୍ୟାୟ ପାଇଁ ଗୁହାରି କଲେ ମହିଳା

ସଜନାଗଡ଼, ୨୩।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ମିତ୍ରପୁର କାଠପାଳ ଛକଠାରେ ଗତ ୧୪ତାରିଖ ରାତି ପ୍ରାୟ ୧୧ଟାରେ ୩ଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ଅଟକାଇଥିଲେ। ଏହାକୁ ନେଇ ଉକ୍ତ ସ୍ଥାନରେ ଗଣ୍ଡଗୋଳ ଉପୁଜିଥିଲା। ୫୦ରୁ ୬୦ ଲୋକ ଏକଜୁଟ୍‌ ହୋଇ ଏହାକୁ ବିରୋଧ କରିଥିଲେ। ପରେ ତହସିଲଦାର ଭଡ଼ାରେ ନେଇଥିବା ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଗାଡ଼ିରେ ଥିବା ଆର୍‌ଆଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମାରପିଟ୍‌ କରିଥିବା ତହସିଲଦାର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ମାମଲା (ନଂ.୨୨୦/୧୯) ରୁଜୁ କରି ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଭୟରେ କାଠପାଳ, ଖସାପଡ଼ିଆ ଓ କରଞ୍ଜିଆ ଗ୍ରାମର କେତେକ ଲୋକ ଗ୍ରାମ ଛାଡ଼ି ବାହାରକୁ ପଳାଇଛନ୍ତି। ଫଳରେ ଗଁାଗୁଡ଼ିକ ପୁରୁଷଶୂନ୍ୟ ହୋଇପଡ଼ିଛି। ତହସିଲଦାରଙ୍କ ଘଟଣାରେ ଯେଉଁମାନେ ପ୍ରକୃତ ଦୋଷୀ ସେମାନଙ୍କୁ ଗିରଫ କରାଯାଇ ନିର୍ଦ୍ଦୋଷୀଙ୍କୁ ଛାଡି ଦେବା ଲାଗି ଆଞ୍ଚଳିକ ମହିଳା ସୁରକ୍ଷା ମଞ୍ଚର ସଦସ୍ୟାମାନେ ରବିବାର ଏକ ଖବରଦାତା ସମ୍ମିଳନୀରେ ପ୍ରଶାସନଠାରେ ନିବେଦନ କରିଛନ୍ତି।
ମହିଳାମାନେ ଦର୍ଶାଇଛନ୍ତି ଯେ, ଗଁାଗୁଡିକ ପୁରୁଷଶୂନ୍ୟ ହୋଇପଡିଥିବାରୁ ରାତିରେ ଚୋରି ହେଉଛି। କାଠପାଳ ଘାଟରୁ ବାଲି ୩ ଖଣ୍ଡ ଗ୍ରାମର ଲୋକ ଘରୋଇ ବ୍ୟବହାର ପାଇଁ ନେଇଥାନ୍ତି ା ଗତ ସେପ୍ଟେମ୍ବର ୧୪ତାରିଖ ରାତିରେ ସୋନନଦୀ କୂଳରେ ବିଳମ୍ବିତ ରାତିରେ ଜୋର ପାଟିତୁଣ୍ଡ ଶୁଭିଥିଲା। ପାଟିତୁଣ୍ଡ ଶୁଣି ଗଁାଲୋକ ରୁଣ୍ଡ ହୋଇଥିଲେ। ବାହାରୁ ଆସିଥିବା କେତେକ ଟ୍ରାକ୍ଟର ପଳାଇ ଯାଇଥିଲା। ୨ଟି ଟ୍ରାକ୍ଟର ଛିଡ଼ା ହୋଇଥିଲା। କେତେକ ବ୍ୟକ୍ତିଙ୍କ ସହ ତହସିଲଦାରଙ୍କ ଯୁକ୍ତିତର୍କ ଚାଲିଥିଲା ା ଏହି ସମୟରେ ଅନ୍ୟ ଟ୍ରାକ୍ଟରଗୁଡ଼ିକ ପଳାଇଯାଇଥିଲେ। ଏହି ୩ଖଣ୍ଡ ମୌଜାର ଲୋକଙ୍କୁ ବାଲିମାଫିଆ ଆଖ୍ୟା ଦିଆଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଗଣ୍ଡଗୋଳରେ ଗ୍ରାମବାସୀଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ସେମାନେ ଦାବି କରିଛନ୍ତି। ଖବରଦାତା ସମ୍ମିଳନୀରେ ସଭାପତି ଶୁଭଲକ୍ଷ୍ମୀ ମହାଳିକ, ନିର୍ମଳ ଦଣ୍ଡପାଟଙ୍କ ସମେତ ଶକୁନ୍ତଳା ଦଣ୍ଡପାଟ, କୁନି ଦଣ୍ଡପାଟ, ବାସନ୍ତୀ ଦଣ୍ଡପାଟ, ସସ୍ମିତା ନାୟକ, ଅମ୍ବିକା ଦାଶ, ନିନି ଦଳେଇ, ମାଳତୀ ଦଣ୍ଡପାଟ ଓ ଉଷା ନାୟକଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri