ତଲାବିରା କୋଇଲା ଖଣି ଆଗରେ ଗ୍ରାମବାସୀଙ୍କ ଧାରଣା

ରେଙ୍ଗାଲି,୭।୬(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ତଲାବିରା ୨ ଓ ୩ କୋଇଲା ଖଣି ଖନନ କାମ କରୁଥିବା ଏନ୍‌ଏଲ୍‌ସି କମ୍ପାନୀର ମନମୁଖି କାର୍ଯ୍ୟ ଏବଂ ବିଭିନ୍ନ ଦାବି ନେଇ ତଲାବିରା ଗ୍ରାମବାସୀ ଖଣି ସମ୍ମୁଖରେ ଶନିବାର ଧାରଣାରେ ବସିଥିଲେ । କମ୍ପାନୀ କର୍ତ୍ତୃପକ୍ଷ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ା ବିଶେଷ କରି ଅଗ୍ରାଧିକାର ଭିତ୍ତିରେ ବିସ୍ଥାପିତଙ୍କୁ ନିଯୁକ୍ତି ପ୍ରଦାନ। ଏକ୍ସପର୍ଟମାନଙ୍କୁ ଡାକି କମ୍ପାନୀ କରୁଥିବା ବ୍ଲାଷ୍ଟିଂର ମାନ ପରୀକ୍ଷା କରିବା, ବ୍ଲାଷ୍ଟିଂରେ ଯେପରି ସ୍ଥାନୀୟ ଜନସାଧାରଣଙ୍କ କୌଣସି କ୍ଷତି ନ ଘଟେ ସେଥିପ୍ରତି କମ୍ପାନୀ କର୍ତ୍ତୃପକ୍ଷ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗଛ, ଘର, କୂଅର ମୂଲ୍ୟାୟନ ସରକାରଙ୍କ ନିୟମ ଅନୁସାରେ କରାଯିବ, ଜମିର ମୂଲ୍ୟ ନିରୂପଣ ପାଇଁ ନୂତନ କମିଟି ଗଠନ ହେବ, ଭୂମିହୀନମାନଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏହି ଆଲୋଚନାରେ ରେଙ୍ଗାଲି ତହସିଲଦାର ସୁନୀଲ ମେହେର, ଏସ୍‌ଡିପିଓ ହିମାଂଶୁ ବେହେରା, ଠେଲକଲୋଇ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ, ଏନ୍‌ଏଲ୍‌ସି ପ୍ରୋଜେକ୍ଟ ମୁଖ୍ୟ ସୁରେଶ ସୁମନ, ଆଦାନୀ ମୁଖ୍ୟ ପ୍ରସନ୍ନ କୁମାର ପଣ୍ଡା, ଗ୍ରାମବାସୀଙ୍କ ପକ୍ଷରୁ ପଦ୍ମଲୋଚନ ଧର, ପ୍ରକାଶ ଦାସ, ସୁଶାନ୍ତ ପଧାନ, ସମିତି ସଭ୍ୟା କମଳିନୀ ରାୟ, ଶଶୀ କୁମାର ମେହେର, ସୁନୀଲ ଦାସ, ପ୍ରଦୀପ ପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?