ତରଭାରେ ପହଞ୍ଚିଲେ ୧୯୦ ପ୍ରବାସୀ ଶ୍ରମିକ

ତରଭା,୨୩ା୫(ଡି.ଏନ.ଏ.)- ଶୁକ୍ରବାର ବିଳମ୍ବିତ ରାତିରେ ତରଭାରେ ପ୍ରବାସୀ ଶ୍ରମିକମାନେ ପହଞ୍ଚିଥିବା ଜଣାପଡିବା ପରେ ଆଖପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ା ବିଭିନ୍ନ ସ୍ଥାନରୁ ୪୧୧ ଶ୍ରମିକ ଆସିବା ପାଇଁ ପଞ୍ଜୀକୃତ ହୋଇଥିଲା ା କିନ୍ତୁ ସୁବର୍ଣ୍ଣପୁର ଜିଲାର ୧୯୦ ଜଣ ଶ୍ରମିକ ରାତି ପ୍ରାୟ ୧୧ ଟା ୪୫ମିନିଟରେ ବାଇପାସ ରାସ୍ତା ଦେଇ ନବୋଦୟ ପଟୁ ତରଭା ଖେଳପଡିଆରେ ବସ ଯୋଗେ ପହଞ୍ଚିଥିଲେ ା ନାମ ପଞ୍ଜୀକରଣ ପରେ ସମସ୍ତଙ୍କୁ ଭାତ ଡାଲମା ଖାଇବାକୁ ଦେବାର ବ୍ୟବସ୍ଥା କରାଯାଇଥିଲା ା ଏଥିରେ ତରଭା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ୬୬ ଜଣ ଓ ତରଭା ଏନ.ଏ.ସିର ଜଣେ ରହିଥିବା ଜଣାଯାଇଥିଲା ା ସୋନପୁର ବ୍ଲକର ୨୮ ଜଣ,ଡୁଙ୍ଗୁରିପାଲି ବ୍ଲକର ୪୬,ବିଏମପୁର ୩,ଉଲୁଣ୍ଡା ୧୮,ବିନିକାର ୨୮ ଜଣ ଥିଲେ ା ଜିଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ନିଜ ବ୍ଲକ ଅନ୍ତର୍ଗତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ନେଇଥିଲେ ା ଶନିବାର ସକାଳେ ଏହି କଥା ଜଣାପଡିବା ପରେ ଲୋକେ ଖେଳପଡିଆ ବାଟ ଦେଇ ଯିବା ଆସିବା କରୁନାହାନ୍ତି ା ଏହି କାର୍ଯ୍ୟକ୍ରମକୁ ଏସ.ପି ଦେବୀପ୍ରସାଦ ଦାସ,ଏସଡିପିଓ ମିହିର ପଣ୍ଡା,ବିଡିଓ ନିହାର ରଞ୍ଜନ କହଁର,ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା,ଆରଟିଓ ରବିନ ପଟ୍ଟନାୟକ,ଅଗ୍ନିଶମ ବିଭାଗ ଅଧିକାରୀ ସୁଧାକର ନାୟକଙ୍କ ସମେତ ବ୍ଲକ ଓ ତହସିଲର ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ା ଆଗାମୀ ଦିନରେ ସହର ପାଖାପାଖି ଜନବସତି ଓ ସରକାରୀ କାର୍ଯ୍ୟାଳୟ ନିକଟରେ ଟ୍ରାଞ୍ଜିଟ ସେଣ୍ଟର ନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ସମିତି ସଭ୍ୟଙ୍କୁ ଗୁଳିମାରି ହତ୍ୟା: ବଢୁଛି ସନ୍ଦେହ, କାର୍‌ ଭିତରେ ଥିବା ସମୟରେ…

ଡୁଙ୍ଗୁରିପାଲି,୧୧।୯:ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ସୀମାବର୍ତ୍ତୀ କେବାଡ଼ ଜିରୋ ଆଡି କେନାଲ ନିକଟରେ ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୪୦)ଙ୍କୁ ଗୁଳିମାରି ହତ୍ୟା କରାଯାଇଛି।…

ପୂରାଉଁଆସରେ ସଂସ୍କୃତି-ପରମ୍ପରାର ଝଲକ: କୁଣ୍ଢିକାଚିରେ ଘର ସଂସାର ଶିକ୍ଷା

ଅମରପାଲି,୧୧।୯(ପୀତାମ୍ବର ସାହୁ):ପରମ୍ପରା ହିଁ ଗୋଟିଏ ଜାତିର ପରିଚୟ। ଯେଉଁ ପରମ୍ପରା ଲୋକଜୀବନ ସହ ପିଢି ପରେ ପିଢି ଯୋଡ଼ି ରହିଛି। ଏହା ହିଁ ହୋଇଯାଏ ଲୋକସଂସ୍କୃତିର ଅମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?