ତନ୍ତ୍ରସାଧକ ଭାଇର ନାରକୀୟ କାଣ୍ଡ ଘଟଣାର ପର୍ଦ୍ଦାଫାଶ : ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, ୭ା୧ (ଡି.ଏନ୍‌.ଏ.): ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ଅଭିଯୁକ୍ତ ତନ୍ତ୍ରସାଧକ ଜେଲରୁ ଜାମିନରେ ବାହାରି ସମାନ ଢଙ୍ଗରେ ନିଜ ସାନ ଭଉଣୀକୁ ଅପହରଣ କରି ତଣ୍ଟି କାଟି ବଳି ଦେଇଥିଲେ। ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ସାଲେବରଟ ଗଁାରେ ଘଟିଥିବା ଏହି ନାରକୀୟ କାଣ୍ଡ ଉପରୁ ପରଦା ହଟିଛି।
ଏସ୍‌ପି ସନ୍ଦୀପ ମାଡକର ମଙ୍ଗଳବାର ସିନ୍ଧେକେଲା ଥାନାରେ ଏକ ଖବରଦାତା ସମ୍ମିଳନୀରେ ଏହି ବଳି ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ତନ୍ତ୍ରଗୁରୁ କୁଞ୍ଜ ରଣାଙ୍କ କୋପରୁ ରକ୍ଷା ପାଇବା ପାଇଁ ଅଭିଯୁକ୍ତ ଶୋଭାବନ ରଣା (୨୮) ନିଜ ସାନଭଉଣୀ ଜନନୀଙ୍କୁ ଚକାଗୁଜିଆ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଗୁଜିଆ ପାହାଡ ଉପରେ ବଳି ଦେଇଥିଲେ। ଶୋଭାବନଙ୍କ ସ୍ବୀକାରୋକ୍ତି ଓ ସୂଚନା ଅନୁଯାୟୀ ପୋଲିସ ଟିମ୍‌ ଗୁଜିଆ ପାହାଡ ଉପରୁ ଜନନୀଙ୍କ ମୁଣ୍ଡ ଗଣ୍ଡି ଅଲଗା ମୃତଦେହକୁ ଉଦ୍ଧାର କରିଛି। ବଳିରେ ବ୍ୟବହୃତ ସିନ୍ଦୂର, ଛୁରି ଓ ଜନନୀଙ୍କ ବସ୍ତ୍ର ଜବତ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଶୋଭାବନ ରଣାଙ୍କୁ ମଙ୍ଗଳବାର ଅପରାହ୍ଣରେ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଟିଓରେ ଭିଡ଼ ମହିଳାଙ୍କ ପାଇଁ ହେଉନି ସ୍ବତନ୍ତ୍ର ଧାଡ଼ି

ପୁରୀ ଅଫିସ, ୧୪ା୯: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସବୁଠି ଏବେ ହଇଚଇ। ପୋଲିସ ଅଧିକ ସକ୍ରିୟ ହୋଇପଡିଥିବାବେଳେ ଜୋର୍‌ଦାର ଚାଲିଛି ଧରପଗଡ଼। ...

କରୋନା କଟକଣା: ଫିକା ପଡ଼ିଛି ଗଣେଶ ପୂଜା

ବାଲିଗୁଡ଼ା,୨୨ା୮(ଡି.ଏନ୍‌.ଏ.) : ଆଜି ପ୍ରଭୁ ଗଣେଶଙ୍କ ପୂଜା । ହେଲେ ଚଳିତ ବର୍ଷ ସମଗ୍ର କନ୍ଧମାଳ ଜିଲା ସମେତ ବାଲିଗୁଡ଼ା ଟାଉନରେ ଫିକା ପଡ଼ିଛି ଏହି...

କୋଭିଡ୍‌ ଯୋଦ୍ଧାଙ୍କୁ ସାଧୁବାଦ

ବିଜେପୁର,୧୯ା୪(ଡି.ଏନ୍‌.ଏ.): କୋଭିଡ୍‌-୧୯କୁ ପ୍ରତିହତ କରିବାକୁ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଦିନରାତି କର୍ମ ସଂପାଦନ କରୁଛନ୍ତି। ତେଣୁ...

ଭବାନୀପାଟଣା ଅର୍ବାନ ୟୁପି ଏଚ୍‌ସିକୁ ଏମ୍‌କ୍ୱାସ୍‌ ଟିମ୍‌ର ପରିଦର୍ଶନ

ଭବାନୀପାଟଣା,୨୬।୨(ଡି.ଏନ୍‌.ଏ.): ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଭବାନୀପାଟଣାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ଅର୍ବାନ ୟୁପି ଏଚ୍‌ସି)କୁ ଏମ୍‌କ୍ୱାସର ଦୁଇ ଜଣିଆ ସମୀକ୍ଷା ଟିମ୍‌ ପହଞ୍ଚତ୍...

କରୋନା ସହାୟତା: ନିମାପଡ଼ା ବ୍ଲକର ୪୦ହଜାର ହିତାଧିକାରୀଙ୍କୁ ୪ କୋଟି ସହାୟତା ପ୍ରଦାନ

ନିମାପଡ଼ା,୯।୪(ଡି.ଏନ୍‌.ଏ.): ମହାମାରୀ କରୋନା ପରିପ୍ରେକ୍ଷୀରେ ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳର ମୋଟ ୪୪ହଜାର ୭୫୭ଜଣ ରାଶନ କାର୍ଡ ଧାରୀଙ୍କ ମଧ୍ୟରୁ ୪୦ହଜାରଙ୍କୁ ୪ କୋଟି...

ଥରେଇଲା ବର୍ଷା, କୋହଲା ପବନ

ଭୁବନେଶ୍ୱର,୬ା୨(ବ୍ୟୁରୋ): କୋହଲା ପବନ ସାଙ୍ଗକୁ ବର୍ଷା ଦେହ ମୁଣ୍ଡ ଥରାଇ ଦେଇଛି। ଗତ ଦୁଇଦିନ ହେବ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଆକାଶରେ ବାଦଲ ଘୋଡ଼ାଇ...

ଭଣ୍ଡାରିପୋଖରୀ ବଜାରର ୫୦ ବ୍ୟବସାୟୀଙ୍କୁ ଉଚ୍ଛେଦ

ଭଣ୍ଡାରିପୋଖରୀ, ୧୦ା୯(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବାରୁ ଭଣ୍ଡାରିପୋଖରୀ ବଜାରର ବହୁ ଅଂଶକୁ ଭାଙ୍ଗି ଦିଆଯାଇଛି। ଗତ...

କୁଷ୍ଠରୋଗୀଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ

ବିନିକା,୨୫ା୪(ଡି.ଏନ୍‌.ଏ): ସୁବଣ୍ଣର୍ର୍ପୁର ଜିଲା ଭଣ୍ଡାର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଲୁଣ୍ଡା ଗ୍ରାମ ନିର୍ମଳ ଛାୟାରେ ବାସ କରୁଥିବା କୁଷ୍ଠରୋଗୀଙ୍କୁ ଶନିବାର ଜିଲା ଯୁବ ବିଜେଡି ସଭାପତି ଅଶୋକ...

Coronavirus Update


Archives

Model This Week

Why Dharitri