Posted inଖେଳ

ଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଆଶା ଉଜ୍ଜୀବିତ

ଭୁବନେଶ୍ୱର,୧୫।୨(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଭ୍ରମଣକାରୀ ନର୍ଥ ଇଷ୍ଟ ୟୁନାଇଟେଡକୁ ପରାସ୍ତ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ୨-୧ ଗୋଲରେ ବିଜୟୀ ହେବା ସହ ତା’ର ପ୍ଲେ- ଅଫ୍‌ ଆଶା ଉଜ୍ଜୀବିତ ରଖିଛି।
ମ୍ୟାଚ୍‌ର ୨୪ତମ ମିନିଟ୍‌ରେ ନର୍ଥ ଇଷ୍ଟର ମାର୍ଟିନ ଚେଭ୍ସ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦୁଇଟି ଗୋଲ ଦେଇଥିଲା। ଓଡ଼ିଶା ତରଫରୁ ୪୬ତମ ମିନିଟ୍‌ରେ ମାନୁଏଲ ଓନୁ ଓ ୭୨ତମ ମିନିଟ୍‌ରେ ମାର୍ଟିନ ପେରେଜ ଗୁଏଡ୍ସ ଗୋଲ ଦେଇ ଦଳକୁ ଜିତାଇଥିଲେ। ଓଡ଼ିଶା ଏପର୍ଯ୍ୟନ୍ତ ୧୭ଟି ମ୍ୟାଚ୍‌ ଖେଳି ୭ ବିଜୟ, ୩ ଡ୍ର ଓ ୭ ପରାଜୟ ସହ ମୋଟ୍‌ ୨୪ ପଏଣ୍ଟ ପାଇଁ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି। ଏହି ବିଜୟ ଓଡ଼ିଶା ପାଇଁ ଆଉ ଏକ ସୁଯୋଗ ସୃଷ୍ଟି କରିଛି। ଅନ୍ୟପଟେ ନର୍ଥ ଇଷ୍ଟର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ନର୍ଥ ଇଷ୍ଟ ଏପର୍ଯ୍ୟନ୍ତ ୧୬ଟି ମ୍ୟାଚ୍‌ ଖେଳି ୨ ବିଜୟ, ୭ ଡ୍ର ଓ ୭ ପରାଜୟ ସହ ୧୩ ପଏଣ୍ଟ ପାଇ ତାଲିକାର ନବମ ସ୍ଥାନରେ ରହିଛି।
ଆରମ୍ଭରୁ ଓଡ଼ିଶା ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ସାରା ମ୍ୟାଚ୍‌ରେ ଓଡ଼ିଶା ଗୋଲ କିପର ଅର୍ଶଦୀପ ସିଂ ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷ ଦଳର ଏକାଧିକ ଆକ୍ରମଣକୁ ପଣ୍ଡ କରିଥିଲେ। ସ୍ଥାନୀୟ ଖେଳାଳି ଶୁଭମ ଷଡଙ୍ଗୀ ୨୮ତମ ମିନିଟ୍‌ରେ ମିଳିଥିବା ଗୋଟିଏ ସୁଯୋଗ ହାତଛଡ଼ା କରିଥିଲେ। ପ୍ରଥମାର୍ଦ୍ଧର ଠିକ୍‌ ପରେ ପରେ ସ୍ପେନ୍‌ ଫରଓ୍ବାର୍ଡ ମାନୁଏଲ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ତରକୁ ଆଣିଥିଲେ। ନର୍ଥ ଇଷ୍ଟ ବାରମ୍ବାର ଆକ୍ରମଣ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ଗୋଲ ଦେବାରେ ସଫଳ ହୋଇ ନ ଥିଲା। ୮୩ତମ ମିନିଟ୍‌ରେ ଭ୍ରମଣକାରୀ ଦଳ ସୁଯୋଗ ପାଇଥିଲା। ତେବେ ଗୋଲ ଦେଇପାରି ନ ଥିଲା। ଏହି ବିଜୟ ସହ ଘରୋଇ ଦଳ ୩ ପଏଣ୍ଟ ହାସଲ କରିଥିଲା। ଓଡ଼ିଶା ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ ୨୩ ତାରିଖରେ ରବିବାର ଏଠାରେ ଶକ୍ତିଶାଳୀ କେରଳ ବ୍ଲାଷ୍ଟର୍ସକୁ ଭେଟିବ। ପ୍ଲେ-ଅଫ୍‌ରେ ସ୍ଥାନ ହାସଲ କରିବାକୁ ହେଲେ ଏହି ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ମାନୁଏଲ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ଓ୍ବିନିଙ୍ଗ ପାସ୍‌ ଅଫ୍‌ ଦି ମ୍ୟାଚ୍‌ ଆଓ୍ବାର୍ଡ ପୁରସ୍କାର ହାସଲ କରିଛନ୍ତି। ନର୍ଥ ଇଷ୍ଟ ୟୁନାଇଟେଡର ନିମ୍‌ ଦୋର୍ଜି ତୋମାଙ୍ଗ ଇମର୍ଜିଂ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସେହିପରି ଓଡ଼ିଶା ଏଫ୍‌ସିର ଜିସ୍କୋ ହେର୍ନାଣ୍ଡିଜ୍‌ ହିରୋ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
୬, ୫୦୦ ଦର୍ଶକ ମ୍ୟାଚ୍‌ ଦେଖିଲେ
ଘରୋଇ ଦର୍ଶକ ଓଡ଼ିଶା ଏଫ୍‌ସିକୁ ମ୍ୟାଚ୍‌ରେ ଉତ୍ସାହିତ କରିଥିବା ଦେଖାଯାଇଥିଲା। ପାଖାପାଖି ୬,୫୦୦ ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ରହି ଓଡ଼ିଶା ଦଳକୁ ଚିୟର କରିଥିଲେ। ଷ୍ଟାଣ୍ଡରେ କେତେଜଣ ମହିଳା କ୍ରୀଡ଼ାବିତ୍‌ଙ୍କ ସମେତ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଉପସ୍ଥିତ ରହି ମ୍ୟାଚ୍‌ର ମଜା ନେଇଥିଲେ। ମହିଳା ଆଥଲେଟ ଜଉନା ମୁର୍ମୁ, ପୂର୍ଣ୍ଣମା ହେମ୍ବ୍ରମ, ପୂର୍ବତନ ମହିଳା ଫୁଟ୍‌ବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗୀତାଞ୍ଜଳି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆମ ପାଖରେ ଆଉ ହରାଇବାକୁ କିଛି ନାହିଁ: ସଞ୍ଜୁ ସାମସନ

ଦୁବାଇ,୩୦।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ କରିଥିଲା। ଏହି ପରାଜୟ ପରେ ରାଜସ୍ଥାନ...

ମାତ୍ର ୧ ରନ୍‌ ପାଇଁ ରେକର୍ଡରୁ ବଞ୍ଚିତ ହେଲେ ଏହି କ୍ରିକେଟର୍‌

ଲଣ୍ଡନ,୩।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଓଭାଲରେ ଖେଳାଯାଉଛି। ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ...

ପ୍ରଥମ ମ୍ୟାଚରେ ଅଧିନାୟକତ୍ୱ କରିବେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ, ୩୧ା୩ (ପି.ଟି.):ଭେଟେରାନ ଭାରତୀୟ ସିମର ଭୁବନେଶ୍ୱର କୁମାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସନରାଇଜର୍ସ ହାଇଦ୍ରାବାଦର ଓପନିଂ ମ୍ୟାଚରେ ଅଧିନାୟକତ୍ୱ କରିବେ। ଦଳର ପ୍ରକୃତ...

କିୱି ଦଳ ବୋଲିଂରେ ଶ୍ରୀଲଙ୍କା ଚିତ୍‌ପଟାଙ୍ଗ, ୬୫ ରନ୍‌ରେ ହାରିଲା…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିବା ମ୍ୟାଚ୍‌ରେ କିୱି ଦଳ ବୋଲିଂରେ ଶ୍ରୀଲଙ୍କା ଚିତ୍‌ପଟାଙ୍ଗ...

କୋହଲିଙ୍କୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ଟି -୨୦ ଏବଂ ଦିନିକିଆ ଦଳର ନିୟମିତ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା । ବିରାଟ କୋହଲିଙ୍କ ହାତରେ ଏବେ କେବଳ ଟେଷ୍ଟ ଦଳର...

୧୭ରେ ଆଇ-ଲିଗ୍‌ ଟ୍ରଫି ଗ୍ରହଣ କରିବ ମୋହନବାଗାନ

କୋଲକାତା, ୨ା୧୦ (ପି.ଟି.)-ଶେଷରେ ଅକ୍ଟୋବର ୧୭ରେ କ୍ଲବ ଟେଣ୍ଟ୍‌ରେ ଆଇ-ଲିଗ୍‌ ଟ୍ରଫି ଗ୍ରହଣ କରିବ ସହରର ପ୍ରମୁଖ ଫୁଟ୍‌ବଲ ଦଳ ମୋହନବାଗାନ। ଦଳ ୭ ମାସ...

ଲଣ୍ଡନରେ ଛୁଟି କାଟୁଛନ୍ତି ବିରାଟ-ଅନୁଷ୍କା, ରାଗିଲେ ଫ୍ୟାନ୍‌

ଲଣ୍ଡନ, ୧୪।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ଭାରତର ପରାଜୟକୁ ନେଇ ଦେଶରେ ନିରାଶାର ମାହୋଲ ଖେଳିଯାଇଥିବାବେଳେ...

ପୂର୍ବତନ ଭାରତୀୟ ଫୁଟ୍‌ବଲରଙ୍କ ପରଲୋକ

କୋଲକାତା,୨୨ା୨ (ପି.ଟି.): ପୂର୍ବତନ ଭାରତୀୟ ଫୁଟ୍‌ବଲର ଅଶୋକ ଚାଟାର୍ଜୀଙ୍କ ପରାଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ୧୯୬୫ ଏବଂ ୧୯୬୬ରେ ମର୍ଡେକା କପ୍‌ ଜିତିଥିବା ଭାରତୀୟ...

Advertisement
Archives

Model This Week