ଢେଙ୍କାନାଳରେ ବିଗୁଡୁଛି ଆଇନଶୃଙ୍ଖଳା: ଓକିଲ ସଂଘର ଉଦ୍‌ବେଗ

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳ ସହରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ବ୍ୟବସ୍ଥା। ଚୋରି, ଡକାୟତି, ଛିନ୍‌ତାଇ, ରାହାଜାନି, ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ଜିଲା ଓକିଲ ସଂଘ। ଏ ନେଇ ମଙ୍ଗଳବାର ଅପରାହ୍ନରେ ସଂଘ ପକ୍ଷରୁ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।
ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର ହେଉଛି। ଅଗ୍ରାଧିକାର ଭିତ୍ତିରେ ମାମଲାର ସମାଧାନ କରାଯାଉନାହିଁ। ଦୂରଦୂରାନ୍ତରୁ ଆସୁଥିବା ଲୋକେ ହୀନସ୍ତା ହେଉଛନ୍ତି। ସଦର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ବ ସମ୍ପର୍କିତ ବହୁ ମାମଲା ବିଚାର ନ ହୋଇ ପଡ଼ିରହିଛି। ଆର୍‌ଟିଓ କାର୍ଯ୍ୟାଳୟରେ ଦଲାଲ ମାତିଛନ୍ତି। ସେଠାରେ ବ୍ୟାପକ ଦୁର୍ନୀତି କାରବାର ହେଉଛି। ଜିଲା କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଥିବା ଅତ୍ୟାଧୁନିକ ଯନ୍ତ୍ରପାତି କାର୍ଯ୍ୟକ୍ଷମ ହେଉନାହିଁ। ରୋଗୀ ଉନ୍ନତମାନର ଚିକିତ୍ସା ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ବାଧ୍ୟ ହୋଇ ଘରୋଇ ନର୍ସିଂହୋମ୍‌ ଉପରେ ନିର୍ଭର କରୁଛନ୍ତି। ବିଦ୍ୟୁତ୍‌ ବିଲ୍‌ ପ୍ରଦାନ କରାଯାଇ ନ ଥିବାରୁ ଅଧିକାଂଶ ସମୟରେ ବିଦ୍ୟୁତ୍‌ କାଟ ହେଉଛି, ଯାହା ରୋଗୀ ସେବାକୁ ପ୍ରଭାବିତ କରୁଛି। ସହରରେ ଅଟୋରିକ୍ସା ଚାଳକଙ୍କ ମନମାନି ବଢ଼ିଚାଲିଛି। ଯାତ୍ରୀଙ୍କଠାରୁ ମନଇଚ୍ଛା ଭଡ଼ା ଆଦାୟ କରାଯାଉଛି। ପ୍ରତିବାଦ କଲେ ନିର୍ଯାତନା ମଧ୍ୟ ଦିଆଯାଉଛି। ଏହାର ପ୍ରତିକାର କରିବାକୁ ଦାବି କରିଛନ୍ତି ଆଇନଜୀବୀ।
ଏଥିସହ ବିବାହ ଏବଂ ରାଜନୈତିକ ଦଳର ଶୋଭାଯାତ୍ରା ସମୟରେ ଅନୁମତି ପ୍ରଦାନକୁ କଡ଼ାକଡ଼ି ପାଳନ, ଶବ୍ଦ ପ୍ରଦୂଷଣ ରୋକିବା, ରାତି ୧୦ଟା ପରେ ଡିଜେ ସାଉଣ୍ଡ ବନ୍ଦ, ଜବରଦଖଲକାରୀଙ୍କୁ ଉଚ୍ଛେଦ, ବେଆଇନ ପଲିଥିନ ବ୍ୟବହାର ଉପରେ କଟକଣା, ଦ୍ରୁତଗତିରେ ଗାଡ଼ିଚାଳନା ଉପରେ ରୋକ୍‌ ଲଗାଇବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଏ ନେଇ ସଂଘ ସଭାପତି ସଞ୍ଜୟ ମିଶ୍ର, ସାଧାରଣ ସମ୍ପାଦକ ଟଙ୍କଧର ବେହେରା, ପ୍ରକାଶ ଦାସ, ଶରତ ସାହୁ, ମାତୃପ୍ରସାଦ ନନ୍ଦ, ପଦ୍ମଲୋଚନ ମହାପାତ୍ର, ଚିରଞ୍ଜୀବ ନନ୍ଦ, ସୁରେଶ ପାଣିଗ୍ରାହୀ, ଜାହିର ମହମ୍ମଦ, ମଳୟ ପାଣିଗ୍ରାହୀ ପ୍ରମୁଖ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମାସେ ମଧ୍ୟରେ ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରି ସମାଧାନ ଲାଗି ପଦକ୍ଷେପ ନେବାକୁ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଜୁଲାଇ ୭ରେ ଜିଲାର ବିଭିନ୍ନ ସମସ୍ୟା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବାକୁ ଓକିଲ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଜିଲା ପ୍ରଶାସନର ଅନୁରୋଧକୁ ରକ୍ଷା କରି ଏହାକୁ ସ୍ଥଗିତ ରଖାଯାଇଛି। ଜିଲାପାଳଙ୍କ ସହ ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଛି। ଏହାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରା ନ ଗଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

ବୋମା ଖାଇ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ, ବାରହା ପାଇଁ…

କାମାକ୍ଷାନଗର,୧୦।୩( ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି ।…

ଗାଁରେ ବୁଲୁଛି ହାତୀ, ହଜିଗଲାଣି ଲୋକଙ୍କ ନିଦ

ପରଜଙ୍ଗ,୧୦।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ଭାଲୁମୁଣ୍ଡା ଗାଁରେ ଗୋଠଛଡ଼ା ଦନ୍ତା ଆତଙ୍କ ହଟୁନି। ସଞ୍ଜ ନଇଁବା ମାତ୍ରେ ହାତୀଟି ଜନବସତି ଆଡକୁ ମାଡ଼ିଆସୁଛି।…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଘରେ ପଶିଗଲା ୧୮ ଚକିଆ ଟ୍ରକ୍, ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ

ଢେଙ୍କାନାଳ,୬।୩(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି କରମୂଳ ହାତିବାରି ଗ୍ରାମ ରେ ଭୟଙ୍କର ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ଏକ ୧୮…

ଛେଣ୍ଡିପଦା ବିଧାୟକଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ, ବାମ ଗୋଡରେ ଲାଗିଛି…..

ଢେଙ୍କାନାଳ,୫।୩(ରତନ ନାୟର): ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଫରଚ୍ୟୁନର ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁବାର ଛେଣ୍ଡିପଦା ବିଧାୟକ ନିଜ ଗାଡ଼ିରେ ଛେଣ୍ଡିପଦାରୁ…

ଗାଁ ଯାତ୍ରା ଦେଖିବାକୁ ଭଉଣୀକୁ ଆଣିବା ପାଇଁ ଯାଇଥିଲେ ଭାଇ, ରାସ୍ତାରେ ଛକିଥିଲା ଯମ, ଘଟିଲା…

ପରଜଙ୍ଗ,୫ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଭାଲୁମୁଣ୍ଡା-ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର କୁମୁସିସ୍ଥିତ ମାଧିଆ ରଗୁଡ଼ି ପାଖରେ ଅନୁଗୋଳରୁ ପଣ୍ଡୁଆ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri