ଢେଙ୍କାନାଳରେ କର୍ମଚାରୀ ମରୁଡ଼ି: ଖାଲିପଡ଼ିଛି ୨୮୯ ପଦବୀ

ଢେଙ୍କାନାଳ ଅଫିସ, ୨୮।୭ –  କାର୍ଯ୍ୟାଳୟ ଅଛି। ହେଲେ କାମ କରିବାକୁ ନାହାନ୍ତି ଅଧିକାରୀ କି କର୍ମଚାରୀ। ଖାଲି ପଡୁଛି ଚୌକି। ଖଁ। ଖଁ। ଅଫିସ। ଜରୁରୀ କାର୍ଯ୍ୟରେ ଆସୁଥିବା ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶରେ ଫେରୁଛନ୍ତି। ଢେଙ୍କାନାଳ ଜିଲାର ଯେ କୌଣସି ଅଫିସରେ ପଶିବା କ୍ଷଣି ଆଖିରେ ପଡ଼ିବ ଏଭଳି ଦୃଶ୍ୟ। ଆବଶ୍ୟକ କର୍ମଚାରୀ ନ ଥିବାରୁ ସାରା ଜିଲାରେ ଏପରି ପ୍ରଶାସନିକ ଅଚଳାବସ୍ଥା ସୃଷ୍ଟି ହୋଇଛି, ଯାହା ବିକାଶରେ ପ୍ରମୁଖ ପ୍ରତିବନ୍ଧକ ସାଜିଥିବା ଚର୍ଚ୍ଚା ହେଉଛି।
ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଜିଲାରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ମିଶାଇ ମୋଟ ମଞ୍ଜୁରୀ ପଦବୀ ସଂଖ୍ୟା ୭୫୨। ସେଥିରୁ ଚଳିତ ଜୁଲାଇ ସୁଦ୍ଧା ୨୮୯ ପଦବୀ ଖାଲିପଡ଼ିଛି, ଯାହା ପାଖାପାଖି ୩୮.୪୩%। ତନ୍ମଧ୍ୟରୁ ୩ ସହକାରୀ ଉପଜିଲାପାଳ, ୨ ଡେପୁଟି କଲେକ୍ଟର, ୮ ଆସିଷ୍ଟାଣ୍ଟ କଲେକ୍ଟର, ୨ ଜୋନ୍‌ ଅଫିସର, ଜଣେ ବ୍ୟକ୍ତିଗତ ସହାୟକ, ୬ ଜୁନିୟର ଷ୍ଟେନୋଗ୍ରାଫର, ୩ ରେଭେନ୍ୟୁ ସୁପରଭାଇଜର, ୧୧ ଆର୍‌ଆଇ, ୯ ସହକାରୀ ଆର୍‌ଆଇ, ୧୯ ଅମିନ, ୧୭ ମୁଖ୍ୟକିରାଣି, ୨୭ ବରିଷ୍ଠ କିରାଣି, ୩୪ କନିଷ୍ଠ କିରାଣି, ୧୬ ଡ୍ରାଇଭର, ଜଣେ ଡ୍ରାଫ୍ଟସ୍‌ ମ୍ୟାନ, ୩ ଦପ୍ତରି, ୫୯ ପିଅନ, ୧୭ ଚୌକିଦାର କମ୍‌ ସୁଇପର, ୪ ସୁଇପର କମ୍‌ ମାଳୀ, ୧୬ ଚେନ୍‌ମ୍ୟାନ ଏବଂ ୩୧ ପ୍ରୋସେସ ସର୍ଭର ପଦବୀ ଖାଲି ପଡ଼ିଛି। କର୍ମଚାରୀଙ୍କ ପଦୋନ୍ନତି ନ ହେବା ଅନ୍ୟ ଏକ ସମସ୍ୟା ଭାବେ ଉଭା ହୋଇଛି।
ଅପରପକ୍ଷେ ଜିଲାର ପ୍ରମୁଖ ପ୍ରଶାସନିକ କାର୍ଯ୍ୟସ୍ଥଳୀ କୁହାଯାଉଥିବା ଜିଲା କାର୍ଯ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। କର୍ମଚାରୀ ମରୁଡ଼ି ଯୋଗୁ ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗ ବୋଝ ମୁଣ୍ଡାଇବାକୁ ପଡୁଛି। ଫଳରେ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ଆଖିଦୃଶିଆ ଅଗ୍ରଗତି ହୋଇପାରୁନାହିଁ। କାମ ବିଳମ୍ବ ହେଉଥିବାରୁ ଅଭିଯୋଗକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି। ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଆବଶ୍ୟକ କମ୍ପ୍ୟୁଟର ନାହିଁ। ଗୋଟିଏ କମ୍ପ୍ୟୁଟର ଉପରେ ୨-୩ ବିଭାଗର କର୍ମଚାରୀ ନିର୍ଭର କରୁଛନ୍ତି। ଇ-ଗଭର୍ନାନ୍ସ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ସରକାର ଅନ୍‌ଲାଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ହେଲେ ଏଥିପାଇଁ ଆବଶ୍ୟକ ଆନୁଷଙ୍ଗିକ ସୁବିଧା ହେଉନାହିଁ। ଏପରି ବ୍ୟବସ୍ଥା କେବଳ ଲୋକ ଦେଖାଣିଆ ବୋଲି ସହରର ବୁଦ୍ଧିଜୀବୀ କହିଛନ୍ତି। ଏହାର ତୁରନ୍ତ ପ୍ରତିକାର ନ କଲେ ଆଗାମୀ ଦିନରେ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ମତପ୍ରକାଶ ପାଇଛି।
ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ସେ ଜୁଲାଇ ୩ରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦୋନ୍ନତି ଅପେକ୍ଷାରେ ଥିବା କର୍ମଚାରୀଙ୍କ କାର୍ଯ୍ୟ ଅଗ୍ରଗତି ହୋଇଛି। ସମୟ ଆସିଲେ ଖାଲି ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri