ଢ଼େପସାହି ହତ୍ୟା ମାମଲା: ଗିରଫ ୧୧ ଜଣଙ୍କୁ କୋର୍ଟ ଚାଲାଣ

ଭଞ୍ଜନଗର,୧୮।୧୨(ଡି.ଏନ୍‌.ଏ): ତାରସିଂ ଥାନା ବୁରପଲ୍ଲୀ ଢ଼େପସାହିର ହାଡ଼ିଆ ନାଇକ ହତ୍ୟା ମାମଲାରେ ପୋଲିସ ବୁଧବାର ୧୧ ଜଣଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଭଞ୍ଜନଗର ସ୍ବତନ୍ତ୍ର ଉପ କାରାଗାରକୁ ପଠାଇ ଦିଆଯାଇଛି। ସେମାନେ ହେଲେ ସୀମାଞ୍ଚଳ ଭୂୟଁ।, ନାରାୟଣ ଭୂୟଁ।, ଭିକାରୀ ନାୟକ, ରବୀନ୍ଦ୍ର ନାୟକ, ଅନନ୍ତ ସ୍ବାଇଁ, ପ୍ରଦୀପ ପ୍ରଧାନ, ବାବୁଲା ଗୌଡ଼, ମନୁ ଗୌଡ଼, ପୂର୍ଣ୍ଣଚନ୍ଦ୍ର ରାଉତ, ପୂର୍ଣ୍ଣଚନ୍ଦ୍ର ଗୌଡ଼ ଓ ନରହରି ନାୟକ।
ପ୍ରକାଶଯେ ହାଡ଼ିଆ ବିଭିନ୍ନ ସମୟରେ ଗ୍ରାମବାସୀଙ୍କୁ ଭୟଭୀତ କରି ରଖୁଥିଲେ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଅସନ୍ତୋଷ ଲାଗି ରହିଥିଲା। ଗତ ୧୪ ତାରିଖ ଦିନ ହାଡ଼ିଆ ଜଣଙ୍କୁ ଧମକ ଦେଇଥିଲେ। ଏନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ହାଡ଼ିଆଙ୍କୁ ଆକ୍ରମଣକରି ବିଲମାଳରେ ଫୋପାଡ଼ି ଦେଇଥିଲେ। ପରିବାର ଲୋକେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେଇଥିଲେ। ସେଠାରେ ୧୬ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି। ଅପରପକ୍ଷେ ହାଡ଼ିଆଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ଯେ, ଘଟଣା ଦିନ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ କଥା ହେବାକୁ ଯାଇଥିବାବେଳେ ଗ୍ରାମବାସୀ ତାଙ୍କ ପୁଅକୁ ଆକ୍ରମଣ କରିଥିଲେ। ପୋଲିସ ନଂ.୧୬୧।୧୯ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିମାଣୀ ପଞ୍ଚାୟତରେ ଆବାସ ହଡ଼ପ

ଭାପୁର,୫ା୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି। କୌଣସି ଗରିବ ଓ ଅସହାୟ ବ୍ୟକ୍ତି ଚାଳ ଘରେ ରହିବ...

ମାସାନ୍ତମେରୁ ଯାତ୍ରା ଉଦ୍‌ଯାପିତ

ଭଞ୍ଜନଗର, ୧୪।୪(ଡି.ଏନ.ଏ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚର ବୁଧବାର ମାସନ୍ତ ମେରୁ ଯାତ୍ରା ହୋଇଥିଲା। ଭଞ୍ଜନଗର ଅଞ୍ଚଳର ବିଭିନ୍ନ ମେରୁ ଯାତ୍ରା ପଡିଆରେ ହଜାର ହଜାର ଶ୍ରଦ୍ଧାଳୁଙ୍କ...

କେନ୍ଦୁପତ୍ର ତୋଳାଳି, କର୍ମଚାରୀଙ୍କୁ ୬୦ କୋଟିର ବୋନସ

ଭୁବନେଶ୍ୱର,୧୨।୧(ବ୍ୟୁରୋ): କେନ୍ଦୁପତ୍ର ତୋଳାଳି ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି।...

ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର,୨।୭: ଭୁବନେଶ୍ୱର ସାମପୁର ଓ୍ବାର୍ଡ ନମ୍ବର-୨୩ ସ୍ଥିତ ଜିମଖାନା ପାମ୍‌ ହାଇଟ୍‌ ଆପାର୍ଟମେଣ୍ଟର ବ୍ଲକ ‘ଇ’କୁ ସିଲ କରିଛି ବିଏମ୍‌ସି। ଉକ୍ତ ବ୍ଳକରୁ ଏକାଧିକ କୋଭିଡ୍‌...

ଏଡିଏମ୍‌ଙ୍କ ହସ୍ତକ୍ଷେପ ଲୋଡ଼ିଲେ ପ୍ରଭାବିତ ପରିବାର

ସୁକିନ୍ଦା, ୯ା୨(ଡି.ଏନ୍‌.ଏ.): ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରେ ଖଣି ଖାଦାନ ସଂଲଗ୍ନ ଅଞ୍ଚଳର ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବରେ ପ୍ରଭାବିତ ହେଉଥିବା ଲୋକମାନଙ୍କ ଜୀବନ ଧାରଣ ମାନର...

ବଜ୍ରପାତରେ ଚାଲିଗଲା ଜୀବନ

କର୍ଲାମୁଣ୍ଡା,୪।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର...

ଚାକିରି ସ୍ଥାୟୀ ନ ହେବାରୁ ଆତ୍ମାହୁତି

ସମ୍ବଲପୁର, ୨୧।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)ରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର (୫୦) ମଙ୍ଗଳବାର ଆତ୍ମାହୁତି ଦେଇଛନ୍ତି। ବିଶ୍ୱବିଦ୍ୟାଳୟ...

ବ୍ଲକ ଉପାଧ୍ୟକ୍ଷାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ: ଏତଲାର ୨ ଦିନ ପରେ ବି ମିଳିନି ପତ୍ତା

ସୁନ୍ଦରଗଡ଼,୧୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ନିଖୋଜ ହୋଇଯାଇଛନ୍ତି। ସେ ଗତ ୪ ତାରିଖରେ ଅନୁଗୋଳ ଜିଲା ଖମାର ସ୍କୁଲରେ ପଢୁଥିବା...

Advertisement
Archives

Model This Week