ଡ୍ରେନ୍‌ ନ ହେଲେ ଅବରୋଧ ଚେତାବନୀ

କୋଲାବନଗର,୩୦।୪(ଡି.ଏନ୍‌.ଏ.): କୋରାପୁଟ ସଦର ବ୍ଲକ ଅନ୍ତର୍ଗତ ବଡ଼କେରେଙ୍ଗା ପଞ୍ଚାୟତରେ ଡ୍ରେନ୍‌ ଅଭାବରୁ ଅସୁବିଧା ଭୋଗୁଛନ୍ତି ମାଦଳାସାହୀ ଗ୍ରାମବାସୀ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସ୍ଥାନୀୟ ହନୁମାନ ମନ୍ଦିରରୁ କେରେଙ୍ଗା ପଞ୍ଚାୟତ ଗଞ୍ଜେଇପଦର ପର୍ଯ୍ୟନ୍ତ ୮ କି.ମି. ରାସ୍ତା ୧୦ ବର୍ଷ ତଳୁ ନିର୍ମାଣ କରାଯାଇଥିଲା। ଉକ୍ତ ରାସ୍ତା ମାଦଳାସାହି ଦେଇ ଯାଇଛି। ତେବେ ରାସ୍ତାପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ ହୋଇ ନ ପାରିବାରୁ ଗାଁର ମଇଳା ଆବର୍ଜନା, ଜଳ ଓ ନଳକୂପର ଜଳ ରାସ୍ତାରେ ଭାସୁଛି। ଏହା ପରିମଳ ବିପର୍ଯ୍ୟସ୍ତ କରିବା ସହ ସର୍ବସାଧାରଣ ଚଳପ୍ରଚଳ ବେଳେ ବିରକ୍ତି ସୃଷ୍ଟି କରୁଛି। ୩ ବର୍ଷ ହେଲା ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ୨୦୧୮ ଅଗଷ୍ଟରେ ଉକ୍ତ ଗ୍ରାମକୁ ମନ୍ତ୍ରୀ, କୋରାପୁଟ ଜିଲାପାଳ, କୋରାପୁଟ ବିଡିଓ ଆସିଥିଲେ । ସେମାନଙ୍କ ପାଖରେ ଗ୍ରାମବାସୀ ଡ୍ରେନ୍‌ ନିର୍ମାଣ ପାଇଁ ଅଭିଯୋଗ ମଧ୍ୟ କରିଥିଲେ । ବିଡିଓ ୩ ଦିନ ମଧ୍ୟରେ ଡ୍ରେନ୍‌ କାମ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଯାବତ୍‌ ତାହା କାର୍ଯ୍ୟକାରୀ ହେଲାନାହିଁ। ଉକ୍ତ ରାସ୍ତାରେ ଜିଲା ପ୍ରଶାସନର କର୍ମଚାରୀ ସବୁଦିନ ଲମତାପୁଟ ବ୍ଲକ ଯାତାୟାତ କରୁଛନ୍ତି। କିନ୍ତୁ ଆନ୍ତରିକତା ଅଭାବରୁ ୩ଶହ ମିଟର ଡ୍ରେନ୍‌ ନିର୍ମାଣ ହୋଇପାରୁ ନାହିଁ । ଗ୍ରାମବାସୀ ବର୍ତ୍ତମାନ ତାତିଲେଣି, ଆଗକୁ ଏହି ରାସ୍ତା ବନ୍ଦ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ବଂଶଧାରା ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗୁଣପୁର ୩।୯( ସୁଜାତା ପାଢ଼ୀ): ରାୟଗଡା ଜିଲା ଗୁଣପୁର ବଂଶଧାରା ନଦୀ ବିକ୍ରମପୁର ତୁଠରେ ଗାଧୋଇବାକୁ ଯାଇ ନିଖୋଜ ବ୍ୟକ୍ତିକୁ ମାଛଖୁଣ୍ଟି ଠାରେ ଗୁରୁବାର ସkରେ ଉଦ୍ଧାର…

କେବଳ ଚାକିରି ନୁହେଁ, ରୋଜଗାରଦାତା ହୁଅନ୍ତୁ: ସ୍ବଦେଶୀ ଜାଗରଣ ମଞ୍ଚର ଆହ୍ବାନ

କଲ୍ୟାଣସିଂହପୁର/ରାୟଗଡ଼ା, ୩।୯(ଦୀପକ କୁମାର ପରିଡା): ସ୍ବଦେଶୀ ଜାଗରଣ ମଞ୍ଚ ରାୟଗଡ଼ା ଜିଲା ପକ୍ଷରୁ ଚାଲିଥିବା ‘ସ୍ବାବଲମ୍ବୀ ଭାରତ ଅଭିଯାନ’ (୨୧ ଅଗଷ୍ଟରୁ ୨ ଅକ୍ଟୋବର) ପରିପ୍ରେକ୍ଷୀରେ ସ୍ଥାନୀୟ…

କଲ୍ୟାଣସିଂହପୁରରେ ଆମ୍ବେଦକର ଯୁବମଞ୍ଚର ନୂତନ କମିଟି, ବାବାସାହେବ…..

କଲ୍ୟାଣସିଂହପୁର,୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ‘ଆମ୍ବେଦକର ଯୁବମଞ୍ଚ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ନୂତନ କମିଟି ଗଠନ…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri