ଡ୍ରେନ୍‌ ନ ହେଲେ ଅବରୋଧ ଚେତାବନୀ

କୋଲାବନଗର,୩୦।୪(ଡି.ଏନ୍‌.ଏ.): କୋରାପୁଟ ସଦର ବ୍ଲକ ଅନ୍ତର୍ଗତ ବଡ଼କେରେଙ୍ଗା ପଞ୍ଚାୟତରେ ଡ୍ରେନ୍‌ ଅଭାବରୁ ଅସୁବିଧା ଭୋଗୁଛନ୍ତି ମାଦଳାସାହୀ ଗ୍ରାମବାସୀ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସ୍ଥାନୀୟ ହନୁମାନ ମନ୍ଦିରରୁ କେରେଙ୍ଗା ପଞ୍ଚାୟତ ଗଞ୍ଜେଇପଦର ପର୍ଯ୍ୟନ୍ତ ୮ କି.ମି. ରାସ୍ତା ୧୦ ବର୍ଷ ତଳୁ ନିର୍ମାଣ କରାଯାଇଥିଲା। ଉକ୍ତ ରାସ୍ତା ମାଦଳାସାହି ଦେଇ ଯାଇଛି। ତେବେ ରାସ୍ତାପାର୍ଶ୍ୱରେ ଡ୍ରେନ୍‌ ନିର୍ମାଣ ହୋଇ ନ ପାରିବାରୁ ଗାଁର ମଇଳା ଆବର୍ଜନା, ଜଳ ଓ ନଳକୂପର ଜଳ ରାସ୍ତାରେ ଭାସୁଛି। ଏହା ପରିମଳ ବିପର୍ଯ୍ୟସ୍ତ କରିବା ସହ ସର୍ବସାଧାରଣ ଚଳପ୍ରଚଳ ବେଳେ ବିରକ୍ତି ସୃଷ୍ଟି କରୁଛି। ୩ ବର୍ଷ ହେଲା ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ୨୦୧୮ ଅଗଷ୍ଟରେ ଉକ୍ତ ଗ୍ରାମକୁ ମନ୍ତ୍ରୀ, କୋରାପୁଟ ଜିଲାପାଳ, କୋରାପୁଟ ବିଡିଓ ଆସିଥିଲେ । ସେମାନଙ୍କ ପାଖରେ ଗ୍ରାମବାସୀ ଡ୍ରେନ୍‌ ନିର୍ମାଣ ପାଇଁ ଅଭିଯୋଗ ମଧ୍ୟ କରିଥିଲେ । ବିଡିଓ ୩ ଦିନ ମଧ୍ୟରେ ଡ୍ରେନ୍‌ କାମ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଯାବତ୍‌ ତାହା କାର୍ଯ୍ୟକାରୀ ହେଲାନାହିଁ। ଉକ୍ତ ରାସ୍ତାରେ ଜିଲା ପ୍ରଶାସନର କର୍ମଚାରୀ ସବୁଦିନ ଲମତାପୁଟ ବ୍ଲକ ଯାତାୟାତ କରୁଛନ୍ତି। କିନ୍ତୁ ଆନ୍ତରିକତା ଅଭାବରୁ ୩ଶହ ମିଟର ଡ୍ରେନ୍‌ ନିର୍ମାଣ ହୋଇପାରୁ ନାହିଁ । ଗ୍ରାମବାସୀ ବର୍ତ୍ତମାନ ତାତିଲେଣି, ଆଗକୁ ଏହି ରାସ୍ତା ବନ୍ଦ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରନାଥରେ ଫସିଲେ ୫ ଓଡ଼ିଆ ଯାତ୍ରୀ

ରାୟଗଡ଼ା ଅଫିସ,୯ା୭: ଅମରନାଥରେ ଶୁକ୍ରବାର ବାଦଲ ଫଟା ବର୍ଷା ଯୋଗୁ ପ୍ରବଳ ପାଣି ମାଡ଼ି ଆସିଥିଲା। ଫଳରେ ୩ ମହିଳାଙ୍କ ସମେତ ୧୬ ଜଣ ମୃତ୍ୟ...

ମୁନିଗୁଡ଼ା ବ୍ଲକ ଅମ୍ଲାଭଟ୍ଟା ପଞ୍ଚାୟତ ୩ ଦିନ ଶଟ୍‌ଡାଉନ: ଜିଲାର ଏହି ବ୍ଲକକୁ ଛୁଇଁ ପାରିନି କରୋନା

ମୁନିଗୁଡ଼ା,୫।୮(ଡି.ଏନ୍‌.ଏ.): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଲକ୍‌ଡାଉନ ଓ ଶଟ୍‌ଡାଉନ ଲାଗୁ ହେଉଛି। ଯାହାଫଳରେ ସଂକ୍ରମଣକୁ ରୋକାଯାଇ ପାରିବ। ତେବେ...

ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଏନକାଉଣ୍ଟରରେ ଆହତ

ରାୟଗଡ଼ା ଅଫିସ, ୨୫।୧୧: ହାଡ଼ପା ଶିବା ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାୟଗଡ଼ା ପୋଲିସ ରବିବାର ରାତିରେ ଏନକାଉଣ୍ଟର କରିଛି। ଶିବାଙ୍କ ନାମରେ ୫୦ରୁ ଅଧିକ...

ନେଲ୍‌ କ୍ୟୁଆର୍‌ କୋଡ୍‌ ପ୍ରସ୍ତୁତ କରି ଚର୍ଚ୍ଚାରେ ଶିଶିର

ଟିକିରି,୯ା୫(ଡି.ଏନ୍‌.ଏ.): ଟେକ୍ନୋଲୋଜି ଯୁଗରେ ମନୁଷ୍ୟ ନିଜର ଆବଶ୍ୟକତାକୁ ପୂରଣ କରିବା ଦିଗରେ ପ୍ରତ୍ୟେକ ଜିନିଷକୁ ସରଳ କରିବାକୁ ଉଦ୍ୟମ ଚଳାଇଛି। ସେହିପରି ଏବେକା ସମୟରେ ବିଭିନ୍ନ...

ଫେରିଗଲା ଓପନ ଜିମ୍‌ ପାଇଁ ଆସିଥିବା ନିମ୍ନମାନର ସାମଗ୍ରୀ

ବିଷମକଟକ,୨୮।୧୨(ଡି.ଏନ୍‌.ଏ.): ବିଷମକଟକରେ ଓପନ ଜିମ୍‌ ପାଇଁ ଆସିଥିବା ବିଭିନ୍ନ ସାମଗ୍ରୀ ମଙ୍ଗଳବାର ଫେରିଯାଇଛି। ବିନା ଟେଣ୍ଡରରେ ଜଣେ ଠିକାଦାରଙ୍କୁ କ୍ରୀଡ଼ା ବିଭାଗ କାର୍ଯ୍ୟାଦେଶ ଦେଇଥିବା ନେଇ...

ବେଆଇନ ଭାବେ ସରକାରୀ ଅଫିସରେ ଲାଗୁଛି ପ୍ରାଇଭେଟ ଗାଡ଼ି

ରାୟଗଡ଼ା,୨୭।୬(ଆଶିଷ ରଞ୍ଜନ ପଣ୍ଡା): ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟକ୍ତିଗତ ବ୍ୟବହୃତ ପାଇଁ ପଞ୍ଜୀକୃତ ଗାଡ଼ିଗୁଡ଼ିକ ମାସିକ ଭଡ଼ା ସୂତ୍ରରେ ଲଗାଯାଇ ପରିବହନ ନିୟମର ଖୋଲା ଉଲଂଘନ ଚାଲିଥିବା...

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳତ୍କାର ମାମଲା: ମୁଖ୍ୟ ଡାକ୍ତରାଖାନାରେ ପୀଡିତା, ପରିବାର ସଦସ୍ୟଙ୍କୁ ଭେଟିଲେ କୋରାପୁଟ ଏମପି

ରାୟଗଡା,୨୬।୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡା ଜିଲା କାଶୀପୁର ବ୍ଲକର ଡ଼ଙ୍ଗାସିଲ ଗ୍ରାମରେ ଥିବା ଏକ କନ୍ୟାଶ୍ରମରେ ଏକ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ପିଅନ ବଳାତ୍କାର କରିଥିଲେ।...

ଛେଳି ପାଇଁ ଡାଳ ସଂଗ୍ରହ କରୁଥିଲେ, ଚାଲିଗଲା ଜୀବନ

ଟିକିରି,୨୮ା୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅଧୀନ ସୋରିଷପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ...

Advertisement
Archives

Model This Week