ଡ୍ରିମ୍‌ ଓ୍ବେଡିଂ ଚାହୁଁଛନ୍ତି ମଲାଇକା

ମୁମ୍ବାଇ: ବି-ଟାଉନର ଲଭ୍‌ ବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ବହୁଥର ଏହି ଲଭ୍‌ ବାର୍ଡଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳିଛି। ନିକଟରେ ଦୁହିଁଙ୍କର ମାଲଦ୍ୱୀପ ଓ ନ୍ୟୁୟର୍କରେ ଛୁଟି କଟାଇଥିବାର କିଛି ଫଟୋ ଭାଇରାଲ ହୋଇଥିଲା। ଯାହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥିଲେ। ଗତ କିଛି ଦିନରୁ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହାକୁ ନେଇ ପୂର୍ବରୁ ଏହି କପୁଲ ଖଣ୍ଡନ କରିସାରିଛନ୍ତି। ଇତିମଧ୍ୟରେ ଏବେ ନିଜ ବିବାହକୁ ନେଇ ମଲାଇକା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଅର୍ଜୁନଙ୍କ ସହ ସେ ଡ୍ରିମ୍‌ ଓ୍ବେଡିଂ କରିବାକୁ ଚାହୁଁଛନ୍ତି। ନେହା ଧୂପିଆଙ୍କ ଚିଟ୍‌ଚାଟ ଶୋ’ରେ ମଲାଇକା ଅର୍ଜୁନଙ୍କ ସହ ଡ୍ରିମ୍‌ ଓ୍ବେଡିଂ ବିଷୟରେ ଆଲୋଚନା କରିଥିଲେ। ସମୁଦ୍ରକୂଳରେ ଏକ ହ୍ବାଇଟ ଓ୍ବେଡିଂ କରିବାକୁ ଚାହୁଁଥିବା ବେଳେ ବିବାହ ଦିନ ସେ ଏଲି ସାବ ଗାଉନ ପିନ୍ଧିବେ ବୋଲି କହିଛନ୍ତି। ଏଥିସହ ତାଙ୍କ କନ୍ୟାଯାତ୍ରୀରେ ବ୍ରାଇଡ୍ସମେଡ ସାମିଲ ହେବେ। ହ୍ବାଇଟ ଓ୍ବେଡିଂ ଓ ବ୍ରାଇଡ୍ସମେଡ କନସେପ୍ଟ ତାଙ୍କୁ ବେଶ୍‌ ପସନ୍ଦ ବୋଲି ମଲାଇକା କହିଛନ୍ତି। କେବଳ ସେତିକି ନୁହେଁ ଏହି ଶୋ’ରେ ସେ ଅର୍ଜୁନଙ୍କ ବିଷୟରେ ମଧ୍ୟ କଥାବାର୍ତ୍ତା କରିଛନ୍ତି। ସେ କହିଛନ୍ତି, ସବୁବେଳେ ଅର୍ଜୁନ ଭାବନ୍ତି ମଲାଇକା ତାଙ୍କର ଭଲ ଫଟୋ କ୍ଲିକ କରନ୍ତି ନାହିଁ। କିନ୍ତୁ ଅର୍ଜୁନ ସବୁବେଳେ ମଲାଇକାଙ୍କ ଭଲ ଫଟୋ ଉଠାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦେଖାରେ ସାୟାରାଙ୍କୁ ଭଲ ପାଇ ବସିଥିଲେ ଏ.ଆର୍‌.ରହମାନ୍‌…

ମୁମ୍ବାଇ,୬।୧: ସଙ୍ଗୀତକାର ଏ.ଆର୍‌.ରହମାନ୍‌ଙ୍କୁ ବୁଧବାର ୫୩ ବର୍ଷ ପୂରଣ ହୋଇଛି। ସେ ୫୪ରେ ପାଦ ଦେଇଛନ୍ତି। ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ଶାଢ଼ି ବଦଳରେ ଏମିତି ପୋଷାକ ପିନ୍ଧି ଟ୍ରୋଲ ହେଲେ କଙ୍ଗନା

ବଲିଉଡ୍‌ର ପଙ୍ଗା କୁଇନ୍‌ କୁହାଯାଉଥିବା କଙ୍ଗନା ରଣାଓ୍ବତ୍‌ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ସୋସିଆଲ ମିଡିଆରେ ନିଜର ବିବୃତ୍ତି ପାଇଁ ସେ ସବୁବେଳେ ଚର୍ଚ୍ଚାରେ...

ଶ୍ରୀଦେବୀଙ୍କ ଜୀବନୀକୁ ନେଇ ଲେଖାହେଲା ପୁସ୍ତକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ଆଉ ନାହାଁନ୍ତି ସତ। ହେଲେ ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଘର କରି ରହିଛି। ଅଭିନୟରେ ପାରଦର୍ଶିତା ଥିବା...

କୌଣସି ବିଳାସପୂର୍ଣ୍ଣ ଘରଠାରୁ କମ୍‌ ନୁହେଁ ସଲମାନ୍‌ଙ୍କ ଭ୍ୟାନିଟି ଭ୍ୟାନ୍‌: ଏସବୁ ଫଟୋ ତାର ପ୍ରମାଣ

ବମ୍ବେ: ଭାରତୀୟ ସିନେମାର ଜଣେ ଦିଗ୍ଗଜ କଳାକାର ହେଲେ ସଲମାନ୍‌ ଖାନ। ଆଜି ବି ବଲିଉଡ୍‌ରେ ତାଙ୍କର ଦବ୍‌ଦବା ଜାରି ରହିଛି। ପ୍ରଶଂସକମାନେ ତାଙ୍କ ଫିଲ୍ମକୁ...

ଶାହାରୁଖ୍‌ଙ୍କ ଉପରେ ରାଗି ନିଜ ଜିନ୍ସ ଚିରିଦେଇଥିଲେ ସନ୍ନି ଦେଓଲ: ଜାଣନ୍ତୁ କାହିଁକି

ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କର ଆଜି ଅର୍ଥାତ୍‌ ନଭେମ୍ବର ୨ ହେଉଛନ୍ତି ଜନ୍ମଦିନ। ଆଜି ସେ ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଶାହାରୁଖ୍‌ଙ୍କ...

ଦିନେ ଥିଲେ ବଲିଉଡ୍‌ ଷ୍ଟାର୍‌: ଏବେ ଜୀବନ ବିତୁଛି ପାଗଳଖାନାରେ !

ମୁମ୍ବାଇ,୭।୧୧: ଦିନେ ବଲିଉଡ୍‌ରେ ଆଗଧାଡ଼ିର ଷ୍ଟାର୍‌ ଥିବା ରାଜ କିରନ୍‌ଙ୍କ ଜୀବନ ଏବେ ପାଗଳଖାନାରେ ବିତୁଛି। ରାଜ କିରନ୍‌ଙ୍କ ପୂରା ନାମ ରାଜ କିରନ୍‌ ମହାତାନି।...

ରାବଣ ବଧ ସହ ଶେଷ ହେଲା ରାମାୟଣ: ରବିବାରଠାରୁ ପ୍ରସାରିତ ହେବ ‘ଉତ୍ତର ରାମାୟଣ’

ନୂଆଦିଲ୍ଲୀ,୧୮।୪: ଦେଶରେ ଳକ୍‌ଡାଉନ୍‌ ଯୋଗୁ ଦୂରଦର୍ଶନରେ ରାମାୟଣ, ମହାଭାରତ ଓ ଶକ୍ତିମାନ ଭଳି ଅନେକ ପପୁଲାର ଶୋ’ ପ୍ରସାରିତ ହେଉଛି। ଲୋକମାନେ ଏହାକୁ ବେଶ୍‌ ପସନ୍ଦ...

ଶାହରୁଖ୍‌ଙ୍କ ସିକ୍ରେଟ୍‌ ଖୋଲିଲେ ଗୌରୀ

ବଲିଉଡ୍‌ର ବାଦ୍‌ଶାହ ଶାହରୁଖ ଖାଁ ଏବଂ ସ୍ତ୍ରୀ ଗୌରୀ ଖାନ ଇଣ୍ଡଷ୍ଟ୍ରୀର ସବୁଠୁ ଷ୍ଟାଇଲିସ୍‌ କପଲ୍‌ ଭାବେ ଜଣାଶୁଣା। କୌଣସି ପାର୍ଟିରେ ହେଉ କି ଇଭେଣ୍ଟ...

Play 250+ Trending Games
Archives

Model This Week

Why Dharitri