Posted inଖେଳ

ଡ୍ରିମ୍ସ ରଣଜୀ: ଜମ୍ମୁ କଶ୍ମୀରଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୨୨।୧- ଚଳିତ ରଣଜୀ ସିଜିନରେ ଓଡ଼ିଶା ଦଳ ୬ ମ୍ୟାଚ୍‌ ଖେଳିବା ପରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ୪ ଉଇକେଟରେ ଜମ୍ମୁ କଶ୍ମୀରଠାରୁ ପରାସ୍ତ ହୋଇଛି। ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଥିବା ଜମ୍ମୁ କଶ୍ମୀରର ଆକ୍ୱିବ ନବିଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରାଯାଇଥିଲା। ବିଜୟ ସହ ଭ୍ରମଣକାରୀ ଜମ୍ମୁ କଶ୍ମୀରକୁ ୬ ପଏଣ୍ଟ ମିଳିଛି। ୬ଟି ମ୍ୟାଚ୍‌ରୁ ୩୨ପଏଣ୍ଟ ସଂଗ୍ରହ କରି ଜମ୍ମୁ କଶ୍ମୀର ଏହି ଗ୍ରୁପ୍‌ରେ ଟେବୁଲର ଶୀର୍ଷ ସ୍ଥାନକୁ ଉଠିଛି। ପୂର୍ବରୁ ଶୀର୍ଷରେ ଥିବା ଓଡ଼ିଶା ୬ ମ୍ୟାଚ୍‌ରୁ ୪ ବିଜୟ ଏବଂ ଗୋଟିଏ ଲେଖାଏ ପରାଜୟ ଓ ଡ୍ର ସହ ୨୮ ପଏଣ୍ଟ ସଂଗ୍ରହ କରି ଦ୍ୱିତୀୟ ସ୍ଥାନକୁ ଖସିଛି। ଆସନ୍ତା ୨୭ରୁ ଭୁବନେଶ୍ୱରର କିଟ୍‌ ଗ୍ରାଉଣ୍ଡରେ ଆସାମ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍‌ ଖେଳିବ ଓଡ଼ିଶା।
ପ୍ରଥମ ଇନିଂସ ୧୬୧ରନରେ ସୀମିତ ରହିବାପରେ ଭ୍ରମଣକାରୀ ଜମ୍ମୁ କଶ୍ମୀର ଦଳ ୧୨୪ ରନରେ ଅଲ୍‌ଆଉଟ ହୋଇଥିଲା। ୩୭ ରନରେ ଆଗୁଆ ଥିବା ଘରୋଇ ଓଡ଼ିଶା ଦଳ ସୋମବାର ୨ୟ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଦ୍ୱିତୀୟ ଇନିଂସରେ ୭ ଉଇକେଟ ବିନିମୟରେ ୧୩୬ ରନ କରିଥିଲା। ତେବେ ମଙ୍ଗଳବାର ସକାଳେ ଓଡ଼ିଶା ପୂର୍ବଦିନର ଅସମାପ୍ତ ୨ୟ ଇନିଂସ ସ୍କୋରରେ ଆଉ ୩୦ ରନ ଯୋଗ କରି ୧୬୬ ରନରେ ସୀମିତ ରହିଥିଲା। ରାଜେଶ ଧୂପର ୧୩, ରାଜେଶ ମହାନ୍ତି ୯ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୧୩ ରନ କରି ଆଉଟ୍‌ ହୋଇଥିଲେ। ଉମର ନାଜିର ଏହି ୩ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିବା ସହ ୫ ଉଇକେଟ୍‌ ସଫଳତା ପାଇଥିଲେ। ବସନ୍ତ ମହାନ୍ତି ୫ ରନରେ ଅପରାଜିତ ରହିଥିଲେ। ଫଳରେ ଜମ୍ମୁ କଶ୍ମୀର ସମ୍ମୁଖରେ ଓଡ଼ିଶା ୨୦୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭ୍ରମଣକାରୀ ଦଳ ୩୯ ରନରେ ଅହମ୍ମଦ ବନ୍ଦେ (୫ ରନ) ଓ ଶୁଭମ ଖଜୁରିଆ (୯ରନ) ଉଇକେଟ ହରାଇଥିଲା। କିନ୍ତୁ ଅନ୍ୟତମ ଓପନର ସୂର୍ଯ୍ୟାଂଶ ରାଇନା ଓ ଶୁଭମ ପୁନ୍ଦିର ୩ୟ ଉଇକେଟ୍‌ ଯୋଡ଼ିରେ ଗୁରୁତ୍ୱପୂର୍ଣ୍ଣ ୭୭ ରନ ଭାଗୀଦାରି ସୃଷ୍ଟି କରି ଦଳ ପାଇଁ ବିଜୟ ଆଶା ଦୃଢ଼ୀଭୂତ କରିଥିଲେ। ଶୁଭମଙ୍କୁ ୪୫ ରନରେ ଆଉଟ କରି ଦେବବ୍ରତ ପ୍ରଧାନ ଓଡ଼ିଶା ପାଇଁ ଏକ ବଡ଼ ବ୍ରେକଥ୍ରୁ ଦେଇଥିଲେ। ଏହାପରେ ଦେବବ୍ରତ ଅଧିନାୟକ ପରେଭେଜ ରସୁଲ (୧୫) ଓ ଉଇକେଟକିପର ଫାଜିଲ ରସିଦ (୧)ଙ୍କୁ କ୍ଲିନ ବୋଲ୍ଡ କରିବା ସହ ଧୌର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଖେଳିଥିବା ସୂର୍ଯ୍ୟାଂଶ (୬୯ ବଲ୍‌, ୧୫୧ ବଲ)ଙ୍କୁ ଆଉଟ୍‌ କରିଥିଲେ। ଫଳରେ ଜମ୍ମୁ କଶ୍ମୀର ୧୬୩ ରନରେ ୬ଟି ଉଇକେଟ ହରାଇବା ଯୋଗୁ ମ୍ୟାଚ୍‌ରେ ଓଡ଼ିଶା ପାଇଁ ପୁନର୍ବାର ବିଜୟ ଆଶା ସଞ୍ଚାର ହୋଇଥିଲା। ତେବେ ଅସମାପ୍ତ ୭ମ ଉଇକେଟରେ ଅବଦୁଲ ସାମଦ (୩୦ ରନ) ଓ ଆକ୍ବୁବ ନବି (୨୬ରନ) ୪୨ରନ ସଂଗ୍ରହ କରି ଭ୍ରମଣକାରୀ ଦଳକୁ ରୋମାଞ୍ଚକ ବିଜୟ ଭେଟି ଦେଇଥିଲେ। ଓଡ଼ିଶା ପକ୍ଷରୁ ଦେବବ୍ରତଙ୍କୁ ୪ ଏବଂ ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୪୮ ରନରେ ୪ଟି ଉଇକେଟ ଅକ୍ତିଆର କରି ପ୍ରଥମ ଶ୍ରେଣୀ କ୍ରିକେଟରେ ଦେବବ୍ରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ଫୁଟବଲ ଖେଳାଳି ସୁବାଷଙ୍କ ପରଲୋକ

କଟକ ଅଫିସ,୫।୧- ରାଜ୍ୟର ପୂର୍ବତନ ଫୁଟବଲ ଖେଳାଳି ସୁବାଷ ଚନ୍ଦ୍ର ବୋଷଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା। ସନ୍ତୋଷ ଟ୍ରଫିରେ...

ବୁଲା କୁକୁର ସହ ଖେଳିଲେ ବିରୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ଏବେ ଭୁଟାନରେ ଛୁଟି କାଟୁଛନ୍ତି। ପ୍ରତିଦିନ ଉଭୟଙ୍କ ନୂଆ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ...

୧୧ରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ

ଲଣ୍ଡନ,୪।୭(ପି.ଟି.): ଆସନ୍ତା ୧୧ ତାରିଖରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ପ୍ରଧନମନ୍ତ୍ରୀ ବୋରିସ...

କ୍ୱାର୍ଟର ଫାଇନାଲରେ ନାଗାଲ

ପ୍ରାଗ୍‌(ଚେକ୍‌ ରିପବ୍ଲିକ), ୨୦।୮(ପି.ଟି.)- ଭାରତର ଶୀର୍ଷସ୍ଥାନୀୟ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ପ୍ରାଗ୍‌ ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

ପାକିସ୍ତାନ ଦିନିକିଆ ଦଳରେ ନଓ୍ବାଜ, ଇଫ୍‌ତିକର

କରାଚୀ,୨୧।୯: ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ଲାଗି ଶନିବାର ପାକିସ୍ତାନ ଦଳ ଘୋଷଣା ହୋଇଯାଇଛି। ଅଲରାଉଣ୍ଡର ମହମ୍ମଦ ନଓ୍ବାଜଙ୍କୁ ଦୀର୍ଘ ଦିନ ପରେ ଜାତୀୟ ଦଳକୁ...

ଗୁଜରାଟ ବିପକ୍ଷ ମ୍ୟାଚ୍‌ରୁ ଦିଣ୍ଡା ବାଦ୍‌

କୋଲକାତା,୩୧।୧୨- ସିନିୟର ପେସର ଅଶୋକ ଦିଣ୍ଡାଙ୍କୁ ଗୁଜରାଟ ବିପକ୍ଷ ମ୍ୟାଚ୍‌ ପାଇଁ ୧୬ ଜଣିଆ ବେଙ୍ଗଲ ଦଳରେ ସ୍ଥାନ ମିଳିନାହିଁ। ଦଳର ବୋଲିଂ କୋଚ୍‌ ରଣାଦେବ...

ଗୁଜରାଟର ରୋମାଞ୍ଚକ ବିଜୟ

ମୁମ୍ବାଇ,୨୭।୪: ଆଇପିଏଲ୍‌ରେ ୨୦୨୨ରେ ୪୦ତମ ମ୍ଯାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକ ମୁକାବିଲାରେ ୪ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ୧୯୬ର ବିଜୟ ଲକ୍ଷ୍ୟକୁ...

‘କାର୍ତ୍ତିକଙ୍କୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ଦରକାର’

ମୁମ୍ବାଇ,୬।୪: ଦୀନେଶ କାର୍ତ୍ତିକଙ୍କ ମ୍ୟାଚ୍‌ ଓ୍ବିନିଂ ପାଳି ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୪ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ସଳ ବ୍ୟାଟିଂ...

Advertisement
Archives

Model This Week