Posted inଖେଳ

ଡ୍ରିମ୍ସ ରଣଜୀ: ଜମ୍ମୁ କଶ୍ମୀରଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୨୨।୧- ଚଳିତ ରଣଜୀ ସିଜିନରେ ଓଡ଼ିଶା ଦଳ ୬ ମ୍ୟାଚ୍‌ ଖେଳିବା ପରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ୪ ଉଇକେଟରେ ଜମ୍ମୁ କଶ୍ମୀରଠାରୁ ପରାସ୍ତ ହୋଇଛି। ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଥିବା ଜମ୍ମୁ କଶ୍ମୀରର ଆକ୍ୱିବ ନବିଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରାଯାଇଥିଲା। ବିଜୟ ସହ ଭ୍ରମଣକାରୀ ଜମ୍ମୁ କଶ୍ମୀରକୁ ୬ ପଏଣ୍ଟ ମିଳିଛି। ୬ଟି ମ୍ୟାଚ୍‌ରୁ ୩୨ପଏଣ୍ଟ ସଂଗ୍ରହ କରି ଜମ୍ମୁ କଶ୍ମୀର ଏହି ଗ୍ରୁପ୍‌ରେ ଟେବୁଲର ଶୀର୍ଷ ସ୍ଥାନକୁ ଉଠିଛି। ପୂର୍ବରୁ ଶୀର୍ଷରେ ଥିବା ଓଡ଼ିଶା ୬ ମ୍ୟାଚ୍‌ରୁ ୪ ବିଜୟ ଏବଂ ଗୋଟିଏ ଲେଖାଏ ପରାଜୟ ଓ ଡ୍ର ସହ ୨୮ ପଏଣ୍ଟ ସଂଗ୍ରହ କରି ଦ୍ୱିତୀୟ ସ୍ଥାନକୁ ଖସିଛି। ଆସନ୍ତା ୨୭ରୁ ଭୁବନେଶ୍ୱରର କିଟ୍‌ ଗ୍ରାଉଣ୍ଡରେ ଆସାମ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍‌ ଖେଳିବ ଓଡ଼ିଶା।
ପ୍ରଥମ ଇନିଂସ ୧୬୧ରନରେ ସୀମିତ ରହିବାପରେ ଭ୍ରମଣକାରୀ ଜମ୍ମୁ କଶ୍ମୀର ଦଳ ୧୨୪ ରନରେ ଅଲ୍‌ଆଉଟ ହୋଇଥିଲା। ୩୭ ରନରେ ଆଗୁଆ ଥିବା ଘରୋଇ ଓଡ଼ିଶା ଦଳ ସୋମବାର ୨ୟ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଦ୍ୱିତୀୟ ଇନିଂସରେ ୭ ଉଇକେଟ ବିନିମୟରେ ୧୩୬ ରନ କରିଥିଲା। ତେବେ ମଙ୍ଗଳବାର ସକାଳେ ଓଡ଼ିଶା ପୂର୍ବଦିନର ଅସମାପ୍ତ ୨ୟ ଇନିଂସ ସ୍କୋରରେ ଆଉ ୩୦ ରନ ଯୋଗ କରି ୧୬୬ ରନରେ ସୀମିତ ରହିଥିଲା। ରାଜେଶ ଧୂପର ୧୩, ରାଜେଶ ମହାନ୍ତି ୯ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୧୩ ରନ କରି ଆଉଟ୍‌ ହୋଇଥିଲେ। ଉମର ନାଜିର ଏହି ୩ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିବା ସହ ୫ ଉଇକେଟ୍‌ ସଫଳତା ପାଇଥିଲେ। ବସନ୍ତ ମହାନ୍ତି ୫ ରନରେ ଅପରାଜିତ ରହିଥିଲେ। ଫଳରେ ଜମ୍ମୁ କଶ୍ମୀର ସମ୍ମୁଖରେ ଓଡ଼ିଶା ୨୦୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭ୍ରମଣକାରୀ ଦଳ ୩୯ ରନରେ ଅହମ୍ମଦ ବନ୍ଦେ (୫ ରନ) ଓ ଶୁଭମ ଖଜୁରିଆ (୯ରନ) ଉଇକେଟ ହରାଇଥିଲା। କିନ୍ତୁ ଅନ୍ୟତମ ଓପନର ସୂର୍ଯ୍ୟାଂଶ ରାଇନା ଓ ଶୁଭମ ପୁନ୍ଦିର ୩ୟ ଉଇକେଟ୍‌ ଯୋଡ଼ିରେ ଗୁରୁତ୍ୱପୂର୍ଣ୍ଣ ୭୭ ରନ ଭାଗୀଦାରି ସୃଷ୍ଟି କରି ଦଳ ପାଇଁ ବିଜୟ ଆଶା ଦୃଢ଼ୀଭୂତ କରିଥିଲେ। ଶୁଭମଙ୍କୁ ୪୫ ରନରେ ଆଉଟ କରି ଦେବବ୍ରତ ପ୍ରଧାନ ଓଡ଼ିଶା ପାଇଁ ଏକ ବଡ଼ ବ୍ରେକଥ୍ରୁ ଦେଇଥିଲେ। ଏହାପରେ ଦେବବ୍ରତ ଅଧିନାୟକ ପରେଭେଜ ରସୁଲ (୧୫) ଓ ଉଇକେଟକିପର ଫାଜିଲ ରସିଦ (୧)ଙ୍କୁ କ୍ଲିନ ବୋଲ୍ଡ କରିବା ସହ ଧୌର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଖେଳିଥିବା ସୂର୍ଯ୍ୟାଂଶ (୬୯ ବଲ୍‌, ୧୫୧ ବଲ)ଙ୍କୁ ଆଉଟ୍‌ କରିଥିଲେ। ଫଳରେ ଜମ୍ମୁ କଶ୍ମୀର ୧୬୩ ରନରେ ୬ଟି ଉଇକେଟ ହରାଇବା ଯୋଗୁ ମ୍ୟାଚ୍‌ରେ ଓଡ଼ିଶା ପାଇଁ ପୁନର୍ବାର ବିଜୟ ଆଶା ସଞ୍ଚାର ହୋଇଥିଲା। ତେବେ ଅସମାପ୍ତ ୭ମ ଉଇକେଟରେ ଅବଦୁଲ ସାମଦ (୩୦ ରନ) ଓ ଆକ୍ବୁବ ନବି (୨୬ରନ) ୪୨ରନ ସଂଗ୍ରହ କରି ଭ୍ରମଣକାରୀ ଦଳକୁ ରୋମାଞ୍ଚକ ବିଜୟ ଭେଟି ଦେଇଥିଲେ। ଓଡ଼ିଶା ପକ୍ଷରୁ ଦେବବ୍ରତଙ୍କୁ ୪ ଏବଂ ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୪୮ ରନରେ ୪ଟି ଉଇକେଟ ଅକ୍ତିଆର କରି ପ୍ରଥମ ଶ୍ରେଣୀ କ୍ରିକେଟରେ ଦେବବ୍ରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri