Posted inଖେଳ

ଡ୍ରିମ୍ସକୁ ଘରୋଇ ଗ୍ରାଉଣ୍ଡ କରିବ ସିକିମ

କଟକ ଅଫିସ,୧୭|୫- ଆସନ୍ତା କ୍ରିକେଟ ସିଜନରେ ଡ୍ରମ୍ସକୁ ଘରୋଇ ଗ୍ରାଉଣ୍ଡ ଭାବେ ବ୍ୟବହାର କରିବ ସିକିମ। ଏଠାରେ କୋଚିଂ କ୍ୟାମ୍ପ କରିବା ସହ ମ୍ୟାଚ ଖେଳିବ। ଏହି ପରିପ୍ରେକ୍ଷୀରେ ସିକିମ୍‌ କ୍ରିକେଟ ଆସୋସିଏସନ (ସିସିଏ) କର୍ମକର୍ତ୍ତା ବୁଧବାର ପୂର୍ବାହ୍ନରେ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି । ଆସୋସିଏସନର ସମ୍ପାଦକ ସୋନମ୍‌ ପାଲଡେନ୍‌ ଭୂତିଆ ଓ ଯୁଗ୍ମ ସମ୍ପାଦକ ନାରାୟଣ ଥିରିଙ୍ଗ ଭୂତିଆ ଡ୍ରିମ୍‌ସ କ୍ରିକେଟ ଗ୍ରାଉଣ୍ଡ, ପିଚ୍‌, ଏହାର ଆର୍ଥ ଗ୍ୟାଲେରୀ, ପ୍ୟାଭିଲିୟନ, ଅମ୍ପାୟର୍ସ ରୁମ୍‌, ଅଫିସିଆଲ ରୁମ ଓ ପ୍ରେସ ଗ୍ୟାଲେରୀ ସମେତ ଷ୍ଟାଡିୟମରେ ଉପଲବ୍ଧ ସୁବିଧାସୁଯୋଗ ବୁଲି ଦେଖିଥିଲେ। ବିଶେଷ କରି ଜିମ୍‌, ସୁଇମିଂ ପୁଲ ଇତ୍ୟାଦି ପରିଦର୍ଶନ କରିବା ସହିତ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଅନ୍ତର୍ଜାତୀୟସ୍ତରର କ୍ରୀଡା ଭିତ୍ତିଭୂମିର ଉଚ୍ଚପ୍ରଶଂସା କରିଥିଲେ । କ୍ରୀଡା ନିର୍ଦ୍ଦେଶକ ନବକିଶୋର ମିଶ୍ର ଓ ଅନ୍ୟ ଅଧିକାରୀ ସେମାନଙ୍କୁ ସ୍ବାଗତ କରିବା ସହ ଅଭ୍ୟର୍ଥନା ଜଣାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କୁ ନେଇ ଚମକାଇବା ଭଳି ବୟାନ ଦେଲେ ଏହି ପୂର୍ବ ଭାରତୀୟ ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୧।୪: ବିଗତ ଦିନର ପ୍ରଦର୍ଶନକୁ ନେଇ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ଭାଗ୍ୟ ଶିଖର ଛୁଉଁଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ଚୟନ...

ଟସ୍‌ ଜିତିଲା ପଞ୍ଜାବ: ଆରମ୍ଭରୁ ଲକ୍ଷ୍ନୌକୁ ଝଟ୍‌କା

ପୁଣେ,୨୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ଶନିବାର ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ...

ଏକାଥରେ ପଦାର୍ପଣ କରିବେ ୪ ଖେଳାଳି

କଲମ୍ବୋ,୨୮।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ। ଘରୋଇ ଦଳର ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ବୋଲିଂ...

ଧୋନୀଙ୍କ ଘରକୁ ଆସିଲା ନୂଆ ଅତିଥି

ରାଞ୍ଚି,୭।୫: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଘରକୁ ଏକ ନୂଆ ଅତିଥି ଆସିଛି। ଏନେଇ ତାଙ୍କ ସ୍ତ୍ରୀ ସୋସିଆଲ ମିଡିଆରେ...

କିରନ ମୋରେଙ୍କୁ ବ୍ୟାଟ୍‌ରେ ପିଟିବାକୁ ଉଦ୍ୟମ କରିଥିଲେ ଏହି ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କିରନ ମୋରେଙ୍କୁ ଏକଦା ଗୋଟିଏ ଟେଷ୍ଟ ମ୍ୟାଚ୍‌ ସମୟରେ ପାକିସ୍ତାନର ସଲିମ୍‌ ମଲିକ ବ୍ୟାଟ୍‌ରେ...

‘୧୨-୦’ କିଛି ମାନେ ରଖେ ନାହିଁ: କୋହଲି

ନୂଆଦିଲ୍ଲୀ,୨୪।୧୦: ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆର ପୁରୁଣା ରେକର୍ଡ କିଛି ମାନେ ରଖେ ନାହିଁ। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏଭଳି କହିଛନ୍ତି...

ଚେନ୍ନାଇରେ ସିଏସକେ-ଆରଆର ଲଢ଼େଇ…

ନୂଆଦିଲ୍ଲୀ,୧୨।୪ : ଜୋସ ବଟଲର୍‌ ଏବଂ ଯଶସ୍ବୀ ଜୈସୱାଲଙ୍କ ରାଜସ୍ଥାନ ରୟାଲର୍ସ (ଆରଆର) ଦଳର ଓପନିଂ ଯୋଡି ଆଇପିଏଲ ସିରିଜ ୧୬ର ୧୭ତମ ମ୍ୟାଚରେ ଚେନ୍ନାଇର...

ଦୀପାଙ୍କୁ ଖେଳ ରତ୍ନ, ଜାଡେଜାଙ୍କ ସମେତ ୧୯ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୮।୮(ପି.ଟି.)- ତାରକା ରେସଲର ବଜରଙ୍ଗ ପୁନିଆଙ୍କ ସମେତ ପାରା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଦୀପା ମଲିକ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ...

Advertisement
Archives

Model This Week