Posted inଖେଳ

ଡ୍ରାଭିଡ୍‌ଙ୍କ ସ୍ଥାନରେ କୋଟାକ, ମହାମ୍ବ୍ରେ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ସୌରାଷ୍ଟ୍ର ଅଧିନାୟକ ସିତାଂଶୁ କୋଟାକ ଓ ପୂର୍ବତନ ଭାରତୀୟ ସିମର ପାରସ ମହାମ୍ବ୍ରେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ସ୍ଥାନ ନେଇଛନ୍ତି। ଦୁହେଁ ଯଥାକ୍ରମେ ଭାରତ ଏ’ ଓ ୧୯ ବର୍ଷର କମ୍‌ ଭାରତୀୟ ଦଳର କୋଚ ଭାବେ ନିଯୁକ୍ତ ହୋଇଛନ୍ତି। ଡ୍ରାଭିଡଙ୍କୁ ନିକଟରେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ଏଥିସହ ସେ ଭାରତ ଏ’ ଓ ୧୯ ବର୍ଷରୁ କମ୍‌ ଦଳର ରୋଡ୍‌ମ୍ୟାପ ପ୍ରସ୍ତୁତ କାର୍ଯ୍ୟ କରିବେ। ଏଥିଯୋଗୁ ତାଙ୍କୁ ଏନ୍‌ସିଏରେ ରହିବାକୁ ପଡ଼ିବ। ତେବେ ଆବଶ୍ୟକସ୍ଥଳରେ ସେ ଏ’ ଓ ୧୯ ବର୍ଷରୁ କମ୍‌ ଦଳ ସହ ଗସ୍ତ କରିପାରିବେ। ଏହି ନିଯୁକ୍ତି ନେଇ କୌଣସି ବିଧିବଦ୍ଧ ଘୋଷଣା ହେବ ନାହିଁ। କାରଣ ସମସ୍ତେ ଏନ୍‌ସିଏ ଷ୍ଟାଫ୍‌ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ୧୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ବାମହାତୀ ବ୍ୟାଟ୍ସମ୍ୟାନ କୋଟାକ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତ ଏ’ ଦଳର କୋଚ୍‌ ଦାୟିତ୍ୱରେ ଥିଲେ। ସେଠାରେ ତାଙ୍କ କାର୍ଯ୍ୟ ଓ ଏଥିକ୍ସ ଡ୍ରାଭିଡ୍‌ଙ୍କୁ ପ୍ରଭାବିତ କରିଥିଲା। ଏଥିଯୋଗୁ ସେ ପଦ ବଜାୟ ରଖିବେ ବୋଲି ନିଷ୍ପତ୍ତି ହୋଇଛି। ସେହିଭଳି ଭାରତ ପାଇଁ ଦୁଇ ଟେଷ୍ଟ ଓ ୩ ଦିନିକିଆ ମ୍ୟାଚ୍‌ ଖେଳିଥିବା ମହାମ୍ବ୍ରେଙ୍କୁ ୧୯ ବର୍ଷରୁ କମ୍‌ ଦଳର କୋଚ୍‌ ଭାର ଦିଆଯାଇଛି। ବୋଲିଂ କାଚ୍‌ ପଦରେ ରମେଶ ପାଓ୍ବରଙ୍କୁ ନିଯୁକ୍ତ କରାଯାଇଛି। କୋଟାକ ଓ ପାଓ୍ବରଙ୍କୁ କେବଳ ଗୁରୁବାରଠାରୁ ଥିରୁଭାନାନ୍ତପୁରମଠାରେ ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷରେ ଆରମ୍ଭ ହେବାକୁ ଥିବା ସିରିଜ୍‌ ପାଇଁ ନିଯୁକ୍ତ କରାଯାଇଛି। ଡ୍ରାଭିଡ୍‌ଙ୍କ ସହ ଅଭୟ ଶର୍ମା ଓ ମହାମ୍ବ୍ରେ ଏନ୍‌ସିଏ କାର୍ଯ୍ୟ ଜାରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ବିଦ୍ୟୁତ୍‌ ଉପରେ ପଡ଼ୁଛି ଗ୍ୟାସ୍‌ ଚାପ

ଭୁବନେଶ୍ୱର,୧୩।୪(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌(ଏଲ୍‌ପିଜି)ର ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଏଲ୍‌ପିଜି…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

ବିବାହ ସାରି ଫେରୁଥିବା ବେଳେ ଟ୍ରକକୁ ପିଟିଲା ବସ, ୬ ମୃତ, ୧୩ ଆହତ

ଧୌଲାନା,୧୩।୪: ରବିବାର ବିଳମ୍ବିତ ରାତିରେ ପ୍ରାୟ ୧ଟା ୩୦ ସମୟରେ ଉତ୍ତର ପ୍ରଦେଶର ଧୌଲାନା-ମସୁରୀ ରାସ୍ତାରେ ଅରବିନ୍ଦ ଡାଏରୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଜନ କମାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ

ବର୍ତ୍ତମାନ ଓଜନ ବୃଦ୍ଧି ବା ଓବେସିଟି ଅନ୍ୟତମ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ବିଶେଷଭାବରେ ଯୁବପିଢ଼ି ଏହାର ଅଧିକ ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି। ବିଶେଷଭାବରେ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri