ଡ୍ରାଇଭରଙ୍କୁ ମାଡ଼ ମାରି ପ୍ରବାସୀ ଯୁବକ ଫେରାର

ପଦ୍ମପୁର, ୨୭ା୫(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ବିରସ ରାସ୍ତାର ସୁଇସଗେଟ୍‌ ଛକ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରବାସୀ ଯୁବକ ବସ୍‌ ଡ୍ରାଇଭର ଓ ଦୁଇଜଣ ଯୁବକଙ୍କୁ ମାଡ଼ ମାରି ଡ୍ରାଇଭରଙ୍କ ପର୍ସ ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ଭଣ୍ଡାରିପୋଖରୀଠାରୁ ଏକ ମିନିବସ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ରାଜଘରପୋଖରୀ ସଙ୍ଗରୋଧ କେନ୍ଦ୍ରକୁ ଜିଲାପ୍ରଶାସନ ପକ୍ଷରୁ ପଠାଯାଇଥିଲା। ବସ୍‌ ପଦ୍ମପୁର ଛକରେ ପହଞ୍ଚତ୍ବା ପରେ କିଆପଡ଼ାକୁ ଯିବାକୁ କହି ଗାଡ଼ି ରଖିବା ପାଇଁ ଯୁବକଜଣକ ଡ୍ରାଇଭରଙ୍କୁ କହିଥିଲେ। ଡ୍ରାଇଭର ପ୍ରଶାସନର ନିର୍ଦ୍ଦେଶମତେ ଗାଡ଼ି ବାଟରେ ରହିପାରିବନି ବୋଲି ମନା କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଗାଡ଼ି ନ ରଖିଲେ ଗାଡ଼ିରୁ ଡେଇଁ ପଡ଼ିବାକୁ ଯୁବକଜଣକ ଧମକ ଦେଇଥିଲେ। ଫଳରେ ଡ୍ରାଇଭର ଗାଡ଼ିର ଗତି ଧୀର କରିବାରୁ ଯୁବକଜଣକ ଓହ୍ଲାଇ ଡ୍ରାଇଭରଙ୍କୁ ମାର୍‌ପିଟ କରିଥିଲେ। ଗାଡ଼ିରେ ବସିଥିବା ଦୁଇଜଣ ଯୁବକ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଗାଡ଼ିରୁ ଏକ ରଡ଼ ଆଣି ଆକ୍ରମଣ କରିଥିଲେ। ଯୁବକଙ୍କ ଆକ୍ରମଣରେ ଗାଡ଼ି ଚାଳକ ଓ ଅନ୍ୟ ଦୁଇ ଯୁବକ ଆହତ ହୋଇଛନ୍ତି। ବାସୁଦେବପୁର ପୋଲିସ ଏଏସ୍‌ଆଇ ଚିତ୍ତରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଆକ୍ରମଣକାରୀ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

ବିଏସଏଫ ଯବାନ ତୁଷାର ବାଗଙ୍କୁ ଥୁଆମୂଳ ରାମପୁରରେ ଭବ୍ୟ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର,୧୫।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଜଣେ ଶ୍ରମିକ ଦିନ ମଜୁରିଆଙ୍କ ପୁଅ ତୁଷାର ବାଗ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?