ଡ୍ରାଇଭରଙ୍କୁ ମାଡ଼ ମାରି ପ୍ରବାସୀ ଯୁବକ ଫେରାର

ପଦ୍ମପୁର, ୨୭ା୫(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ବିରସ ରାସ୍ତାର ସୁଇସଗେଟ୍‌ ଛକ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରବାସୀ ଯୁବକ ବସ୍‌ ଡ୍ରାଇଭର ଓ ଦୁଇଜଣ ଯୁବକଙ୍କୁ ମାଡ଼ ମାରି ଡ୍ରାଇଭରଙ୍କ ପର୍ସ ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ଭଣ୍ଡାରିପୋଖରୀଠାରୁ ଏକ ମିନିବସ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ରାଜଘରପୋଖରୀ ସଙ୍ଗରୋଧ କେନ୍ଦ୍ରକୁ ଜିଲାପ୍ରଶାସନ ପକ୍ଷରୁ ପଠାଯାଇଥିଲା। ବସ୍‌ ପଦ୍ମପୁର ଛକରେ ପହଞ୍ଚତ୍ବା ପରେ କିଆପଡ଼ାକୁ ଯିବାକୁ କହି ଗାଡ଼ି ରଖିବା ପାଇଁ ଯୁବକଜଣକ ଡ୍ରାଇଭରଙ୍କୁ କହିଥିଲେ। ଡ୍ରାଇଭର ପ୍ରଶାସନର ନିର୍ଦ୍ଦେଶମତେ ଗାଡ଼ି ବାଟରେ ରହିପାରିବନି ବୋଲି ମନା କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଗାଡ଼ି ନ ରଖିଲେ ଗାଡ଼ିରୁ ଡେଇଁ ପଡ଼ିବାକୁ ଯୁବକଜଣକ ଧମକ ଦେଇଥିଲେ। ଫଳରେ ଡ୍ରାଇଭର ଗାଡ଼ିର ଗତି ଧୀର କରିବାରୁ ଯୁବକଜଣକ ଓହ୍ଲାଇ ଡ୍ରାଇଭରଙ୍କୁ ମାର୍‌ପିଟ କରିଥିଲେ। ଗାଡ଼ିରେ ବସିଥିବା ଦୁଇଜଣ ଯୁବକ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଗାଡ଼ିରୁ ଏକ ରଡ଼ ଆଣି ଆକ୍ରମଣ କରିଥିଲେ। ଯୁବକଙ୍କ ଆକ୍ରମଣରେ ଗାଡ଼ି ଚାଳକ ଓ ଅନ୍ୟ ଦୁଇ ଯୁବକ ଆହତ ହୋଇଛନ୍ତି। ବାସୁଦେବପୁର ପୋଲିସ ଏଏସ୍‌ଆଇ ଚିତ୍ତରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଆକ୍ରମଣକାରୀ ଯୁବକଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବେକାରି ସମସ୍ୟା ଦୂର ପାଇଁ ଇସ୍ପାତ କାରଖାନା ଜରୁରୀ’

କେନ୍ଦୁଝର,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବେକାରି ସମସ୍ୟା ଉତ୍କଟ ମହାମାରୀ ସଦୃଶ ହୋଇଗଲାଣି। ଜିଲାରେ ଛୋଟ ଛୋଟ ପ୍ଳାଣ୍ଟ୍‌ ଗୁଡ଼ିକ ବନ୍ଦ ହେଇଗଲାଣି। ଖଣି ଖାଦାନରେ କାମ...

ଗୁଳି ବିନିମୟ ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ମାଲକାନଗିରି,୩୧ା୧: ଦୀର୍ଘଦିନ ପରେ ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ମାଡ଼କାପଦର ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ...

ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ

ଭବାନୀପାଟଣା,୩।୧୨(ସ୍ବ.ପ୍ର.): ଦୁର୍ଗମ ଅଞ୍ଚଳ ଆଦିବାସୀମାନେ କିଭଳି ମୁଖ୍ୟସ୍ରୋତରେ ସାମିଲ ହେବେ, ସରକାରୀ ଯୋଜନାର କିଭଳି ଲାଭ ପାଇବେ, କିଭଳି ବିକାଶ ହେବ ସେ ନେଇ ସ୍ବତନ୍ତ୍ର...

ମମିତା ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ,୨୦ା୧୦: ମମିତା ମେହେର ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ତାଙ୍କୁ କଡ଼ା ସୁରକ୍ଷା...

ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣକୁ ବିରୋଧ, ଶିଳାନ୍ୟାସ କାର୍ଯ୍ୟକ୍ରମ ବାତିଲ

ଉଦଳା,୨୪ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ସହରରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିର୍ମାଣ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି। ଫଳରେ...

ଅଟୋ ତଳେ ଚାପିହୋଇ ଚାଲିଗଲା ବାପାଙ୍କ ଜୀବନ, ପୁଅ ଗୁରୁତର

ଆସିକା,୧୫ା୯ (ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା କୋଟିନଡା ଥାନା ଅନ୍ତର୍ଗତ ଭେଟନଈ-ଭେଜିପୁଟ ରାସ୍ତାରେ ଏକ ଅଟୋ ରିକ୍ସା ଓଲଟି ପଡିଥିଲା। ଏଥିରେ ଅଟୋ ଚାଳକ...

ରାତି ନ ପାହୁଣୁ ଲମ୍ବୁଛି ଧାଡ଼ି

ବଇଣ୍ଡା,୯।୫: ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ବୈଠକ ବସୁଛି। ବିଶେଷକରି ଗ୍ରାମାଞ୍ଚଳର ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବା ଉପରେ ଏଥିରେ ଗୁରୁତ୍ୱ...

ଗଇଲୋ ଘାଟିରେ ଅଟୋ ଓଲଟି ୧୫ ଗୁରୁତର

ଦେବଗଡ଼,୧୪।୪(ଡି. ଏନ୍‌. ଏ.): ଦେବଗଡ଼ ଜିଲା ଗଇଲୋ ଘାଟିରେ ଗୁରୁବାର ଅଟୋ ଓଲଟି ୧୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ମହିଳା, ପୁରୁଷଙ୍କ ସମେତ...

Advertisement
Archives

Model This Week