Posted inଖେଳ

ଡୋପ୍‌ ଟେଷ୍ଟରେ ବିଫଳ ହେଲେ ଗ୍ରାଣ୍ଡସ୍ଲାମ ବିଜୟିନୀ

ପ୍ୟାରିସ, ୬।୨ (ଏଏଫ୍‌ପି)- ପୂର୍ବତନ ଅଷ୍ଟ୍ରେଲିଆନ୍‌ ଓପନ୍‌ ମିକ୍ସଡ ଡବଲ୍‌ ଟାଇଟଲ୍‌ ବିଜୟିନୀ ଆମେରିକାର ଆବିଗେଲ୍‌ ସ୍ପିଅର୍ସ ଟେନିସରୁ ବାସନ୍ଦ ହୋଇଛନ୍ତି। ଡୋପ୍‌ ଟେଷ୍ଟରେ ବିଫଳ ହେବା ଯୋଗୁ ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍‌) ସ୍ପିଅର୍ସଙ୍କୁ ୨୨ ମାସ ଲାଗି ବାସନ୍ଦ କରିଛି। ୨୦୧୯ ୟୁଏସ୍‌ ଓପନ୍‌ ସମୟରେ ହୋଇଥିବା ଡୋପ୍‌ ଟେଷ୍ଟରେ ୩୮ ବର୍ଷୀୟା ଏହି ଆମେରିକୀୟ ମହିଳା ଟେନିସ ଖେଳାଳିଙ୍କ ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡ଼ିଛି। ସ୍ପିଅର୍ସଙ୍କ ବାସନ୍ଦ ପଛୁଆ ତାରିଖ ଭାବେ ୭ ନଭେମ୍ବର ୨୦୧୯ରୁ ଲାଗୁ ହୋଇଛି। ୬ ସେପ୍ଟେମ୍ବର ୨୦୨୧ରେ ତାଙ୍କର ବାସନ୍ଦ ଅବଧି ପୂରଣ ହେବ। ସ୍ପିଅର୍ସ ତାଙ୍କ କ୍ୟାରିୟରରେ ୨୧ ଡବଲ୍‌ ଟାଇଟଲ୍‌ ଜିତିଛନ୍ତି। ୨୦୧୭ରେ ସେ କଲମ୍ବିଆର ଜୁଆନ ସେବାଷ୍ଟିଆନ କାବାଲଙ୍କୁ ସାଥୀ କରି ଅଷ୍ଟ୍ରେଲିଆନ୍‌ ଓପନ୍‌ ମିକ୍ସଡ ଡବଲ୍ସ ଟାଇଟଲ୍‌ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ବିଶ୍ୱକପରୁ ବିଦା ହେବାପରେ ଏହି ଦଳ ବିଶ୍ୱକପ ଜିତୁ ବୋଲି ଚାହୁଁଛନ୍ତି ସୋଏବ ଅଖତର

ଇସଲମାବାଦ, ୮।୭:ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୋଏବ ଅଖତର ଏଥର ବିଶ୍ୱକପ୍‌ ଉପମହାଦେଶୀୟ ଦଳ ଭାରତ ଜିତୁ ବୋଲି ପ୍ରାର୍ଥନା କରୁଛନ୍ତି। ନିଜ ୟୁଟ୍ୟୁବ...

ମୁଁ ପାକିସ୍ତାନ ଦଳର ମା’ ନୁହେଁ: ସାନିଆ

ଲଣ୍ଡନ, ୧୮।୬:ଭାରତୀୟ ଦଳ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ଦଳ ବିପକ୍ଷରେ ତା’ର ଅପରାଜେୟ ଧାରା ଜାରି ରଖିବାରେ ସକ୍ଷମ ହୋଇଛି। ଏଭଳି ହାଇଭୋଲ୍ଟେଜ ମ୍ୟାଚ୍‌ ପୂର୍ବରୁ...

ଆଶେସ ଚତୁର୍ଥ ଟେଷ୍ଟ: ବନର୍‌ସ, ରୁଟ୍‌ଙ୍କ ଅର୍ଦ୍ଧଶତକ

ମାଞ୍ଚେଷ୍ଟର,୭।୯- ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଆଶେସ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ସଂଘର୍ଷ ଜାରି ରଖିଛି। ଟସ୍‌ ଜିତି...

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ନୀତୀନ ଏକମାତ୍ର ଭାରତୀୟ ଅମ୍ପାୟର

ଦୁବାଇ, ୧୨।୨ (ପି.ଟି.):  ଆଇସିସି ଟି୨୦ ମହିଳା ବିଶ୍ୱକପ୍‌ର ଆଗାମୀ ୭ମ ସଂସ୍କରଣ ଚଳିତ ମାସ ୨୧ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଆୟୋଜକ ଅଷ୍ଟ୍ରେଲିଆ ଓ...

କୋପା ଆମେରିକା ଫାଇନାଲରୁ ବାଦ୍‌ ପଡ଼ିଲେ କାସମିରୋ

ରିଓ ଡି ଜେନିରୋ, ୬।୭(ଏଏଫ୍‌ପି)- କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲ ବ୍ରାଜିଲ ଓ ପେରୁ ମଧ୍ୟରେ ଖେଳାଯିବ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବ୍ରାଜିଲ ଦଳକୁ...

ରିଦ୍ଧିମାନଙ୍କ ମାଇଲଷ୍ଟୋନ

କୋଲକାତା,୨୨।୧୧(ପି.ଟି.)- ଭାରତୀୟ ଉଇକେଟକିପର ରିଦ୍ଧିମାନ ଶାହା ଶୁକ୍ରବାର କ୍ରିକେଟର ଲମ୍ବା ଫର୍ମାଟରେ କ୍ୟାଚ୍‌ ଓ ଷ୍ଟମ୍ପିଂକୁ ମିଶାଇ ୧୦୦ ଉଇକେଟ ପୂରଣ କରିଛନ୍ତି। ଏହି ସଫଳତା...

ଅମୀରଙ୍କ ଅବସର ନିଷ୍ପତ୍ତିକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା

କରାଚୀ,୨୮।୭(ପି.ଟି.)- ପାକିସ୍ତାନ ତାରକା ଦ୍ରୁତ ବୋଲର ମହମ୍ମଦ ଅମୀର ମାତ୍ର ୨୭ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତେବେ ଏହା ଅନେକଙ୍କର...

୪ ଖେଳାଳି ଆହତ, ଫିଲ୍ଡିଂ କଲେ କୋଚ୍‌

ସାଉଥ୍‌ମ୍ପଟନ, ୨୫।୫(ପି.ଟି.)- ଦୀର୍ଘ ୮ ବର୍ଷ ପୂର୍ବେ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଇଂଲଣ୍ଡର ପ୍ରାକ୍ତନ ଅଧିନାୟକ ତଥା ବର୍ତ୍ତମାନ ସହାୟକ କୋଚ୍‌ ଦାୟିତ୍ୱ ତୁଲାଉଥିବା ପଲ୍‌...

Coronavirus Update


Archives

Model This Week

Why Dharitri