ଡେରାବିଶର ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୩୩୦୦ ଶଯ୍ୟା ପ୍ରସ୍ତୁତ, ରହିଲେଣି ୮୨୦ ପ୍ରବାସୀ ଓଡ଼ିଆ

ଡେରାବିଶ,୧୫ା୫(ସ୍ବ.ପ୍ର.): ମହାମାରୀ କରୋନା ପାଇଁ ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନରେ ଥିବା ୨୬ଟି ପଞ୍ଚାୟତରେ ମୋଟ୍‌ ୬୮ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ସମୁଦାୟ ୩୩୦୦ ଶଯ୍ୟା ବ୍ୟବସ୍ଥା ହୋଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ବ୍ଲକ ଅଧୀନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମୋଟ୍‌ ୮୨୦ ପ୍ରବାସୀ ସେମାନଙ୍କ ନାଁ ପଞ୍ଜିକୃତ କରିବା ସହ ୨୧ ଦିନ ଯାଏ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ବିଡିଓ ଗୋପବନ୍ଧୁ ଭୋସାଗର ସୂଚନା ଦେଇଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀଙ୍କ ପାଇଁ ପାନୀୟ ଜଳ, ସୁଷମ ଖାଦ୍ୟ ସହ ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରାଯାଇଥିବା ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ନିୟମ ଉଲ୍ଲଘଂନ, ଔଷଧ ଦୋକାନ ସିଲ୍‌

ଦିଗପହଣ୍ଡି,୨୧ା୫(ଡି.ଏନ୍‌.ଏ.)- କୋଭିଡ-୧୯ ନିୟମ ଉଲ୍ଲଘଂନ କରି ବ୍ୟବସାୟ କରୁଥିବା ଅଭିଯୋଗରେ ଦିଗପହଣ୍ଡି ବସ୍‌ଷ୍ଟାଣ୍ଡସ୍ଥିତ ରଥ ମେଡିସିନ ଷ୍ଟୋରକୁ ତହସିଲ ପ୍ରଶାସନ ପକ୍ଷରୁ ବୁଧବାର ସିଲ କରାଯାଇଛି।...

ନୀତି ପ୍ରଶାସକଙ୍କୁ ଭକ୍ତ ନିବାସ କର୍ମଚାରୀ ସଂଘର ଦାବିପତ୍ର: ଶ୍ରମ ଆଇନକୁ ଉଲ୍ଲଂଘନ କରୁଛି ଠିକା ସଂସ୍ଥା

ପୁରୀ ଅଫିସ, ୧୨।୧୦: ବିଭିନ୍ନ ଦାବି ନେଇ ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘ। ପରେ...

ଜାଲ ନୋଟ ଜବତ, ୨ ଗିରଫ

ପୁରୁଷୋତ୍ତମପୁର,୧ା୩(ଡି.ଏନ.ଏ.)-ପୁରୁଷୋତ୍ତମପୁର ପୋଲିସ ଜାଲ ନୋଟ କାରବାର ଅଭିଯୋଗରେ ୨ ଜଣ ଯୁବକଙ୍କୁ ଶନିବାର ଗିରଫ କରିଥିଲା। ସେମାନେ ହେଲେ ପୁରୁଷୋତ୍ତମପୁର ଥାନା ଶାଶନପଲ୍ଲୀ ଗ୍ରାମର କେ.ଶୁରେଶ...

ସଂଘବଦ୍ଧ ଆକ୍ରମଣ ଓ ବନ୍ଧୁକ ଜବତ ମାମଲା: ୪ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୧୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମରେ କଲ୍ୟାଣମଣ୍ଡପ ଜମି ଚିହ୍ନଟକୁ କେନ୍ଦ୍ରକରି ବୁଧବାର ସକାଳେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଓ...

୬ ଘଣ୍ଟିଆ ରେଳରୋକୋ, ବିଭିନ୍ନ ଷ୍ଟେଶନରେ ଅଟକିଲା ଟ୍ରେନ

ରୂପସା, ୧୦।୫(ଡି.ଏନ.ଏ.) ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ହଳଦୀପଦା ରେଳଷ୍ଟେଶନରେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ରହଣି ଦାବି ସୋମବାର ଆନ୍ଦୋଳନ ରୂପ...

ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: କୌଣସି ସ୍ଥାନରେ ନାହିଁ ଡଷ୍ଟବିନ୍‌

ନୟାଗଡ଼ ଅଫିସ,୨୦ା୧୨: ନୟାଗଡ଼ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ସହରର ବିଭିନ୍ନ ସ୍ଥାନରେ ପୂର୍ବରୁ ଡଷ୍ଟବିନ୍‌ ଥିବାବେଳେ ବର୍ତ୍ତମାନ ଏହାକୁ କାଢ଼ିନିଆଯାଇଛି। ଏ ନେଇ...

ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୧୯।୮ : ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରେ ପ୍ରଶାସନ ପକ୍ଷରୁ ପ୍ରଥମେ...

୬୦ ଲିଟର ମହୁଲି ମଦ ଜବତ, ୫ ଗିରଫ

ଦେବଗଡ଼,୨୯ା୪(ଡି.ଏନ୍‌.ଏ.)-ଅବକାରୀ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬୦ ଲିଟର ମହୁଲି ମଦ ଓ ୧୮୮୦ କେଜି ମହୁଲ ପୋଚ ଜବତ କରାଯାଇଛି...

Advertisement
Archives

Model This Week