Posted inଖେଳ

ଡେଭିସ୍‌ କପ୍‌: ପାକିସ୍ତାନକୁ ଦଳ ପଠାଇପାରେ ଆଇଟା

ନୂଆଦିଲ୍ଲୀ, ୧୫ା୧୦ (ପି.ଟି.)-ଜାତୀୟ ଟେନିସ ମହାସଂଘ ଏହାର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ଲାଗି ପାକିସ୍ତାନ ଭିଜା ଯୋଗାଡ଼ କରିବା ପ୍ରକ୍ରିୟା ଆରମ୍ଭ କରବା ଲାଗି ମଙ୍ଗଳବାର ନିଷ୍ପତ୍ତି ନେଇଛି। ଇଣ୍ଟରନ୍ୟାଶନାଲ ଟେନିସ ଫେଡେରେଶନ (ଆଇଟିଏଫ୍‌) ଯଦି ନିରପେକ୍ଷ ଭେନ୍ୟୁରେ ମ୍ୟାଚ ଆୟୋଜନ କରିବା ଲାଗି ରାଜି ନ ହୁଏ ତେବେ ପଡ଼ୋଶୀ ଦେଶରେ ଡେଭିସ୍‌ କପ୍‌ ମ୍ୟାଚ ଖେଳିବାକୁ ପଡ଼ିବ। ଦ୍ୱିତୀୟ ଦଳ ପଠାଇପାରେ। ଖବର ଅନୁସାରେ ସର୍ବଭାରତୀୟ ଟେନିସ ଆସୋସିଏଶନ (ଆଇଟା) ପାକିସ୍ତାନ ଗସ୍ତ ଲାଗି କୌଣସି ଖେଳାଳିଙ୍କୁ ବାଧ୍ୟ କରିବ ନାହିଁ। ଆଇଟିଏଫ୍‌ ଦ୍ୱାରା ସସ୍‌ପେଣ୍ଡ, ଜରିମାନା ଓ ନିମ୍ନ ପାହ୍ୟାକୁ ଖସିବା ସମ୍ଭାବନାକୁ ଏଡାଇବା ଲାଗି ଆଇଟା ଆବଶ୍ୟକ ସ୍ଥଳେ ଦ୍ୱିତୀୟ ଦଳ ପଠାଇପାରେ। ଯଦି ଆଇଟିଏଫ୍‌ ମୁକାବିଲାକୁ ଏକ ନିରପେକ୍ଷ ଭେନ୍ୟୁରେ କରିବା ଲାଗି ସ୍ଥିର କରେ ତେବେ ପ୍ରଜନେଶ ଗୁଣେସ୍ବରନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଟପ୍‌ ଖେଳାଳି ଉପଲବ୍‌ଧ ହେବେ ବୋଲି ଆଶା। ନଭେମ୍ବର ୨୯ରେ ମୁକବିଲାର ପ୍ରଥମ ଦିବସରେ ପ୍ରଜନେଶ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଭାରତ-ପାକିସ୍ତାନ ଡେଭିସ୍‌ କପ୍‌ ମ୍ୟାଚ ପ୍ରକୃତରେ ଇସ୍‌ଲାମାବାଦ୍‌ଠାରେ ସେପ୍ଟେମ୍ବର ୧୪ ଓ ୧୫ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଆଇଟିଏଫ୍‌ର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପରେ ଏହାକୁ ନଭେମ୍ବର ୨୯-୩୦କୁ ଘୁଞ୍ଚାଇ ଦିଆଯାଇଥିଲା। ସୁରକ୍ଷାଜନିତ କାରଣ ଦର୍ଶାଇ ମ୍ୟାଚକୁ ଏକ ନିରପେକ୍ଷ ଭେନ୍ୟୁରେ କରାଇବା ଲାଗି ଆଇଟା ବାରମ୍ବାର ବିଶ୍ୱ ଗଭର୍ନିଂବଡିକୁ ବାରମ୍ବାର ଚିଠି ଲେଖିଛି। ମଙ୍ଗଳବାର ଦିଲ୍ଲୀ ଲନ୍‌ ଟେନିସ୍‌ ଆସୋସିଏଶନ (ଡିଏଲ୍‌ଟିଏ) ପରିସରରେ ଆଇଟା କର୍ମକର୍ତ୍ତାଙ୍କ ଏକ ବୈଠକ ବସିଥିଲା। ଏଥିରେ ମହେଶ ଭୂପତି ମଧ୍ୟ ଉପସ୍ଥିତ ଥିଲେ। ଭିଜା ପ୍ରକ୍ରିୟା ଆରମ୍ଭ କରିବା ବ୍ୟତୀତ ମ୍ୟାଚକୁ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବା ନେଇ ଆଇଟିଏଫ୍‌କୁ ବୁଝାଇବା ଲାଗି ଉଦ୍ୟମ ଜାରି ରଖିବା ଲାଗି ଏଥିରେ ନିଷ୍ପତ୍ତି ନିଆଯାଇଥିଲା। ଆଇଟା ସାଧାରଣ ସମ୍ପାଦକ ହିରଣମୟ ଚାଟ୍ଟାର୍ଜୀ କହିଛନ୍ତି, ଆମେ ଆଇଟିଏଫ୍‌ର ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛୁ। କିନ୍ତୁ ବର୍ତ୍ତମାନ ଆମକୁ ଭିଜା ପ୍ରକ୍ରିୟା ଆରମ୍ଭ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri