ଡେଙ୍ଗୁ ନିରାକରଣ ସଚେତନତା

ହିଞ୍ଜିଳିକାଟୁ,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମ ସତ୍ୟଭାମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ଛାତ୍ରୀଛାତ୍ରଙ୍କ ଦ୍ୱାରା ଡେଙ୍ଗୁ ସଚେତନତା ରାଲି କରାଯାଇଥିଲା। ପ୍ରଧାନଶିକ୍ଷକ ଏ. ଶଙ୍କର ପ୍ରସାଦ ଆଚାରୀ ସବୁଜ ପତାକା ଦେଖାଇ ରାଲିକୁ ଉଦ୍‌ଘାଟନ କରିଥିଲେ। ଗୋପବନ୍ଧୁ ସ୍କାଉଟ ଗ୍ରୁପ୍‌, ଗାଇଡ୍‌ ଜୁନିୟର ରେଡ଼କ୍ରସ,ଇକୋ କ୍ଲବ ସହ ଛାତ୍ରୀଛାତ୍ର ଏଥିରେ ସାମିଲ ଥିଲେ। ମଶା ବାହିତ ଡେଙ୍ଗୁ ରୋଗର ନିରାକରଣ ଓ ପ୍ରତିରୋଧ ପାଇଁ ପରିବେଶ ସଫା ରଖିବା ଓ ଅନ୍ୟାନ୍ୟ ସତର୍କତା ନେଇ ଗ୍ରାମବାସୀଙ୍କୁ ରାଲି ଓ ପ୍ରାର୍ଥନା ସଭା ଦ୍ୱାରା ସଚେତନତା କରାଯାଇଥିଲା। ଶିକ୍ଷକ ରାମହରି ସାହୁ, ଏନ୍‌. ୍‌ଲୋକନାଥ, କେ ରଘୁନାଥ, ଦେବୀ ସାହୁ,ଚନ୍ଦ୍ରିକା ତ୍ରିପାଠୀ ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ନିଶାସକ୍ତ ବାଇକ୍‌ ଚାଳକ କୋର୍ଟ ଚାଲାଣ

କୋରେଇ,୫ା୧୦(ସ୍ବ.ପ୍ର.): ପାଣିକୋଇଲି ପୋଲିସ ଗୁରୁବାର ରାତିରେ ୪ ନିଶାସକ୍ତ ବାଇକ୍‌ ଚାଳକଙ୍କୁ ଗିରଫ କରିଥିଲା। ଏ ନେଇ ମାମଲା ରୁଜୁ ପରେ ଶୁକ୍ରବାର ସେମାନଙ୍କୁ କୋର୍ଟ...

ସମସ୍ୟା ଘେରରେ ତାମଡ଼ା ବଜାର:କାଦୁଅ ପାଣିରେ ଚାଲିଛି କିଣାବିକା

ବଅଁରପାଳ, ୩୦।୭(ଡି.ଏନ.ଏ.)ଅନୁଗୋଳ ଜିଲା ବଅଁରପାଳଠାରେ ଥିବା ତାମଡ଼ା ବଜାରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଏଠାରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ରହିଥିବାବେଳେ ମରାମତି...

ବରଗଡରେ ୧୪୮ ନୂଆ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୬୯୧୭ରେ ପହଞ୍ଚିଲା

ବରଗଡ ଅଫିସ,୫।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୧୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

କରୋନା ପାଇଁ ସଂଘର୍ଷ ଜାରି ରଖିଛି ଗଞ୍ଜାମ ପୋଲିସ

ଗଞ୍ଜାମ,୨୬ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଓଡ଼ିଶାରେ ମଧ୍ୟ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।...

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ

ନୟାଗଡ଼ ଅଫିସ,୧୯ା୯: ନୟାଗଡ଼ ସଦର ଥାନା ବାଲୁଗାଁ ସଅର ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ...

ଇଏସ୍‌ଆଇ ମେଡିକାଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଚୌଦ୍ୱାର,୯ା୭(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ଚୌଦ୍ୱାରସ୍ଥିତ ରାଜ୍ୟ କର୍ମଚାରୀ ବୀମା ଚିକିତ୍ସାଳୟ(ଇଏସ୍‌ଆଇ)ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସାମାଜିକ ଦୂରତା ଅବଲମ୍ବନ କରି...

ଜାମିନ ପାଇଁ ହାଇକୋର୍ଟ ଗଲେ ଡାକ୍ତର

କଟକ ଅଫିସ,୪। ୮: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ କରାଇବା ଘଟଣାରେ ପୂର୍ବତନ ଆଇଆଇସି ଆନନ୍ଦ...

ଆଟେଣ୍ଡାଣ୍ଟଙ୍କ ଦ୍ୱାରା ଚାଲିଛି ପ୍ରାଣୀ ଚିକିତ୍ସା

ଗୋପାଳପୁର,୮ା୨-କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ବଜେଟରେ ମଧ୍ୟ କୃଷକଙ୍କ ବିକାଶ ପାଇଁ ଲୋକାଭିମୁଖୀ...

Advertisement


Archives

Model This Week