ଡିହ ମିଲିଛେ, ଘରଖଁଡ଼େ ଆଶ୍‌ରେ ୧୯ ବଛର

କେସିଙ୍ଗା, ୩୦।୬ (ଡି.ଏନ୍‌.ଏ): ଆମର ବିଧି ବେବସ୍‌ତା ଭାରି ଅଜବ୍‌। ସତେ ଯେନ୍‌ତା ଇଠାନେ ଭୁଲଭଟକାର ଲାଗି କେହି ଦାୟୀ ନୁହଁନ୍‌। କେନ୍‌ଠାନେ ଲୋକ୍‌ ନିଏ ପାଏବାର ଲାଗି ବଛର ବଛର ଯୁଝୁଛନ୍‌ ତ ଆର କିଏ ନିଜର ହକ୍‌ ଲାଗି ଭିନେ ଭିନେ ଅଫିସ ଯାଇଆସି ନିହାଲ ହେଉଛେ। ସର୍ଭେରେ ଭୁଲଭଟକା ହେଉ କି ସରକାରୀ ଅଧ୍‌କାରୀ, କରମଚାରୀକର ଖାମଖିଆଲି ମନଭାବ, ଇଥିରେ ସବୁବେଲେ ଗରିବ୍‌ ଦୁଖି ନ ସରକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ କନ୍ତେଶିର ପଁଚେତ୍‌ର ଗେଟିପଡ଼ା ଗଁାରେ।
ସୂଚନା ଅନ୍‌ସାରେ ଗେଟିପଡ଼ାର ବାସିନ୍‌ଦା ହେଉଛନ୍‌ କପିଳେଶ୍ୱର ସାହୁ(୬୫)। ପରିବାର କହେଲେ ମାଏକିନା ମଥୁରା(୬୨) ଆର ଦୁଇ ପୁଓ। ହେଲେ ପୁଓମାନେ ବିହାଚୁରା ହେଇ ଅଲଗେ ରହୁଛନ୍‌। କପିଳେଶ୍ୱର ଭୂମିହୀନ ହେଇଥିଲାବେଲେ ୨୦୦୦ ସାଲେ ସରକାରକଁର ତରଫୁ ୪ ଡେସିମିଲ ଘରଡ଼ିହ ପାଇଛନ୍‌। ହେଲେ ଆଏଜ୍‌ତକ ସରକାରୀ ଯୋଜନାରେ ଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଦୁଇ ବୁଢ଼ାବୁଢ଼ି ପାଇଥିବାର ଜାଗାରେ ଗୁଟେ ଭଂଗା ଦଦ୍‌ରା ଝାଟିମାଟି କୁରିଆରେ ପଲିଥିନ୍‌ ଖଁଡ଼େ ଢାପି ରହୁଛନ୍‌। ଦୁହେଁ ମାସିକ ପାଉଥିବାର ୧୦ କେ.ଜି. ସରକାରୀ ଚାଉଲ ଆର ୧ ହଜାର ଟଁକା ଭତାରେ ବଡ଼ା ଦୁଖେ ଚଲୁଛନ୍‌। ରହୁଥିବାର ଘରର ଅବସ୍‌ତା ଏନ୍‌ତା ଯେ ଖରାଦିନେ ଧୁକାଗରେଲ ହେଉ କି ବରଷା ପାଏନ୍‌ ଦୁଇ ବୁଢ଼ାବୁଢ଼ି ଖଟ ଉପରେ ଖାଡ଼ା ଉପାସରେ ଦିନ୍‌ ରାଏତ୍‌ ବିତଉଛନ୍‌। ଗଲା ବଛର ହେଇଥିବାର ଧୁକାଗରେଲ ଆର ବରଷାରେ କପିଳେଶ୍ୱରକଁର କୁରିଆର ଛାଉନି ଉଡ଼ିଯାଇଥିଲା। ଅଭିଯୋଗ ଉତାରୁ କଶୃପଡ଼ା ରାଜସ୍ବ ନିରୀକ୍ଷକ ପରିଦରଶନ କରି ତାହାକୁ ପଲିଥିନ୍‌ ଖଁଡ଼େ ଯୁଗେଇ ଦେଇଥିଲେ। ଆଏଜ୍‌କେ ବଛ୍‌ରେ ହେଲା ବୁଢ଼ାବୁଢ଼ି କୁରିଆରେ ପଲିଥିନ୍‌ ଢଁାପି ବଡ଼ାଦୁଖେ ରହୁଛନ୍‌। ଇଆଡ଼େ କପିଳେଶ୍ୱରକଁର ନଁା ଏଇସିସି ତାଲିକାରେ ବି ରହିଥିବାର ଜନାଯାଇଛେ। ହେଲେ ଦୁଖର କଥା କପିଳେଶ୍ୱର ସରକାରୀ ଯୋଜନାରେ ଘରଡ଼ିହ ପାଏବାର ୧୯ ବଛର ବିତିଯାଇଥିଲେ ବି ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଘରଖଁଡ଼େ ପାଏବାର ଆଶ୍‌ରେ ବୁଢ଼ାବୁଢ଼ି ପଁଚେତ୍‌ନୁ ମୂଲ କରି ବ୍ଲକ ଅଫିସ୍‌ ତକ୍‌ ବାରବାର ଯାଇଆସି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକୁଁ ପଚରାଲାରୁ ମୁଇଁ ସୋମବାର ଘଟନାର ତଦଁତ୍‌ କରି ବିଚାର କରମି ବଲି କହିଥିଲେ। ସେନ୍‌ତା ଇ ବାବ୍‌ଦେ କନ୍ତେଶିରା ସରପଁଚ୍‌ ଜିତେନ୍ଦ୍ର ବ୍ରହ୍ମାକୁଁ ପଚରାଲାରୁ ଅଲପ୍‌ ଦିନ୍‌ ଭିତରେ ତାହାକୁ ଘର ମିଲିଯିବା। ସେଥିରଲାଗି କାମ୍‌ ଚାଲିଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ, ଦିଅର, ଯାଆ ମିଶି ଦେଉଥିଲେ ନିର୍ଯାତନା, କୋର୍ଟ ଶୁଣାଇଲେ ଏଭଳି ଦଣ୍ଡ…

ସମ୍ବଲପୁର,୨୯।୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ତେନ୍ତୁଳିକୁର୍ଲା ଗ୍ରାମର ଏକ ବହୁ ଚର୍ଚ୍ଚିତ ବଧୂ ନିର୍ଯାତନା ମାମଲାରେ ସମ୍ବଲପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri