ଡିହ ମିଲିଛେ, ଘରଖଁଡ଼େ ଆଶ୍‌ରେ ୧୯ ବଛର

କେସିଙ୍ଗା, ୩୦।୬ (ଡି.ଏନ୍‌.ଏ): ଆମର ବିଧି ବେବସ୍‌ତା ଭାରି ଅଜବ୍‌। ସତେ ଯେନ୍‌ତା ଇଠାନେ ଭୁଲଭଟକାର ଲାଗି କେହି ଦାୟୀ ନୁହଁନ୍‌। କେନ୍‌ଠାନେ ଲୋକ୍‌ ନିଏ ପାଏବାର ଲାଗି ବଛର ବଛର ଯୁଝୁଛନ୍‌ ତ ଆର କିଏ ନିଜର ହକ୍‌ ଲାଗି ଭିନେ ଭିନେ ଅଫିସ ଯାଇଆସି ନିହାଲ ହେଉଛେ। ସର୍ଭେରେ ଭୁଲଭଟକା ହେଉ କି ସରକାରୀ ଅଧ୍‌କାରୀ, କରମଚାରୀକର ଖାମଖିଆଲି ମନଭାବ, ଇଥିରେ ସବୁବେଲେ ଗରିବ୍‌ ଦୁଖି ନ ସରକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ କନ୍ତେଶିର ପଁଚେତ୍‌ର ଗେଟିପଡ଼ା ଗଁାରେ।
ସୂଚନା ଅନ୍‌ସାରେ ଗେଟିପଡ଼ାର ବାସିନ୍‌ଦା ହେଉଛନ୍‌ କପିଳେଶ୍ୱର ସାହୁ(୬୫)। ପରିବାର କହେଲେ ମାଏକିନା ମଥୁରା(୬୨) ଆର ଦୁଇ ପୁଓ। ହେଲେ ପୁଓମାନେ ବିହାଚୁରା ହେଇ ଅଲଗେ ରହୁଛନ୍‌। କପିଳେଶ୍ୱର ଭୂମିହୀନ ହେଇଥିଲାବେଲେ ୨୦୦୦ ସାଲେ ସରକାରକଁର ତରଫୁ ୪ ଡେସିମିଲ ଘରଡ଼ିହ ପାଇଛନ୍‌। ହେଲେ ଆଏଜ୍‌ତକ ସରକାରୀ ଯୋଜନାରେ ଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ଦୁଇ ବୁଢ଼ାବୁଢ଼ି ପାଇଥିବାର ଜାଗାରେ ଗୁଟେ ଭଂଗା ଦଦ୍‌ରା ଝାଟିମାଟି କୁରିଆରେ ପଲିଥିନ୍‌ ଖଁଡ଼େ ଢାପି ରହୁଛନ୍‌। ଦୁହେଁ ମାସିକ ପାଉଥିବାର ୧୦ କେ.ଜି. ସରକାରୀ ଚାଉଲ ଆର ୧ ହଜାର ଟଁକା ଭତାରେ ବଡ଼ା ଦୁଖେ ଚଲୁଛନ୍‌। ରହୁଥିବାର ଘରର ଅବସ୍‌ତା ଏନ୍‌ତା ଯେ ଖରାଦିନେ ଧୁକାଗରେଲ ହେଉ କି ବରଷା ପାଏନ୍‌ ଦୁଇ ବୁଢ଼ାବୁଢ଼ି ଖଟ ଉପରେ ଖାଡ଼ା ଉପାସରେ ଦିନ୍‌ ରାଏତ୍‌ ବିତଉଛନ୍‌। ଗଲା ବଛର ହେଇଥିବାର ଧୁକାଗରେଲ ଆର ବରଷାରେ କପିଳେଶ୍ୱରକଁର କୁରିଆର ଛାଉନି ଉଡ଼ିଯାଇଥିଲା। ଅଭିଯୋଗ ଉତାରୁ କଶୃପଡ଼ା ରାଜସ୍ବ ନିରୀକ୍ଷକ ପରିଦରଶନ କରି ତାହାକୁ ପଲିଥିନ୍‌ ଖଁଡ଼େ ଯୁଗେଇ ଦେଇଥିଲେ। ଆଏଜ୍‌କେ ବଛ୍‌ରେ ହେଲା ବୁଢ଼ାବୁଢ଼ି କୁରିଆରେ ପଲିଥିନ୍‌ ଢଁାପି ବଡ଼ାଦୁଖେ ରହୁଛନ୍‌। ଇଆଡ଼େ କପିଳେଶ୍ୱରକଁର ନଁା ଏଇସିସି ତାଲିକାରେ ବି ରହିଥିବାର ଜନାଯାଇଛେ। ହେଲେ ଦୁଖର କଥା କପିଳେଶ୍ୱର ସରକାରୀ ଯୋଜନାରେ ଘରଡ଼ିହ ପାଏବାର ୧୯ ବଛର ବିତିଯାଇଥିଲେ ବି ଆବାସ ଯୋଜନାରେ ଘରଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଘରଖଁଡ଼େ ପାଏବାର ଆଶ୍‌ରେ ବୁଢ଼ାବୁଢ଼ି ପଁଚେତ୍‌ନୁ ମୂଲ କରି ବ୍ଲକ ଅଫିସ୍‌ ତକ୍‌ ବାରବାର ଯାଇଆସି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ କେସିଙ୍ଗା ବିଡିଓ ଭୀମସେନ ଶବରକୁଁ ପଚରାଲାରୁ ମୁଇଁ ସୋମବାର ଘଟନାର ତଦଁତ୍‌ କରି ବିଚାର କରମି ବଲି କହିଥିଲେ। ସେନ୍‌ତା ଇ ବାବ୍‌ଦେ କନ୍ତେଶିରା ସରପଁଚ୍‌ ଜିତେନ୍ଦ୍ର ବ୍ରହ୍ମାକୁଁ ପଚରାଲାରୁ ଅଲପ୍‌ ଦିନ୍‌ ଭିତରେ ତାହାକୁ ଘର ମିଲିଯିବା। ସେଥିରଲାଗି କାମ୍‌ ଚାଲିଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ସୁବିଧାରୁ ବଁଚିତ୍‌ କେଁଦୁପତର ବଁଧାଲି

ସିନାପାଲି, ୩।୭ (ଡି.ଏନ୍‌.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକର ଭିନେ ଭିନେ କେଁଦୁପତର ଫଡିରେ ପତର ବଁଧାଲିମାନେ ବଡ଼ା ଗୁଲଗୁଲା ହେଇ ଜୀବନ୍‌ ବିତଉଥିବାର ଅଭିଯୋଗ...

ଜାମିନରେ ଆସିବା ପରେ ପୋଲିସ ନାଁରେ ଅଭିଯୋଗ

ସମ୍ବଲପୁର,୪ା୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ଥାନା ପରିସରରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ମାରପିଟ କରିଛି। ଏକ ମାମଲାରେ...

କୋଭିଡ ମେଡିକାଲ ନିର୍ମାଣକୁ ବିରୋଧ କରି ରୁଜୁ ମାମଲା ଖାରଜ

ସମ୍ବଲପୁର, ୧୫।୪ (ବ୍ୟୁରୋ)- ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ- ୧୯ ମେଡିକାଲ ନିର୍ମାଣ କରାଯାଉଛି। ଏହାକୁ ବିରୋଧ କରି ମିଶନ ଭିମ୍‌ସାର ତରଫରୁ ଓଡିଶା...

ଗୁଟ୍‌ଖା କାରଖାନାରେ ଅଗ୍ନିକାଣ୍ଡ: ୧୨ ଉଦ୍ଧାର, ଅନେକ ଫସିଥିବା ସନ୍ଦେହ

ସମ୍ବଲପୁର,୨୦।୧୨(ବ୍ୟୁରୋ): ସମ୍ବଲପୁର ପରଧିଆପାଲି ସ୍ଥିତ ଏକ ଗୁଟ୍‌ଖା କାରଖାନାରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ୧୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ...

ଗନ୍ଧମାର୍ଦ୍ଦନକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ପ୍ରସ୍ତାବର ବିରୋଧ

ଖପ୍ରାଖୋଲ, ୧୬ା୬(ଡି.ଏନ.ଏ.):ବଲାଙ୍ଗୀର-ବରଗଡ ସୀମାନ୍ତରେ ଥିବା ଜୈବ ବିବିଧତା ଭରା ଐତିହାସିକ ତଥା ଆଧ୍ୟାମତ୍ିକ ପ୍ରାଣକେନ୍ଦ୍ର ଗନ୍ଧମାର୍ଦ୍ଦନ ପର୍ବତକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ।...

ଗଛକଟା ବିରୋଧରେ ଜିଲା ପ୍ରଶାସନର ଦ୍ୱାରସ୍ଥ

ସମ୍ବଲପୁର,୧୮ା୧୦(ବ୍ୟୁରୋ): ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ ମାଫିଆମାନେ ବେଆଇନ ଗଛ କାଟି ବାହାରକୁ ଚାଲାଣ କରୁଛନ୍ତି। ହେଲେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରୁଛି। ଯୁଯୁମୁରା...

ରୌପ୍ୟ ମୁଦ୍ରାରେ ମା’ସମଲେଇ

ସମ୍ବଲପୁର, ୮ା୧୧ (ବ୍ୟୁରୋ): ସମ୍ବଲପୁରର ଇଷ୍ଟଦେବୀ ସମଲେଇ। ସମଲେଇ ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ପ୍ରଚାରପ୍ରସାର ଲାଗି ଭକ୍ତମାନେ ଅଭିନବ ପ୍ରୟାସ ଜାରି ରଖିଛନ୍ତି। ସମ୍ବଲପୁର...

ଦା’ରେ କାଟିଦେଲେ ସ୍ତ୍ରୀଙ୍କ ଗଳା

ସମ୍ବଲପୁର,୨୬ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ବତେମୁରା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଲକ୍ଷ୍ମୀ ରାକସ (୩୨)ଙ୍କ ଗଳା କାଟି ସ୍ବାମୀ...

Advertisement
Archives

Model This Week