Posted inଜାତୀୟ

ଡିସେମ୍ବର ୧୮ ପର୍ଯ୍ୟନ୍ତ ମୁଲତବି ରହିଲା ନିର୍ଭୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଏହାର ଶୁଣାଣିକୁ ମୁଲତବି ରଖିଛନ୍ତି। ଆସନ୍ତା ୧୬ରେ ଏହି ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବା କଥା ଆଲୋଚନା ହେଉଥିବା ବେଳେ ଶୁକ୍ରବାର ଉକ୍ତ କୋର୍ଟରେ ଏମାନଙ୍କ ଡେଥ୍‌ ଓ୍ବାରେଣ୍ଟକୁ ନେଇ ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟ କହିଥିଲେ ଉକ୍ତ ମାମଲାର ଜଣେ ଦୋଷୀଙ୍କ ପୁନର୍ବିଚାର ଆବେଦନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ରହିଛି। ଏହାପରେ ଯାଇ ମାମଲାର ଶୁଣାଣି କରାଯିବ। ତେବେ ଏହାର ଶୁଣାଣି ଆସନ୍ତା ୧୮ ତାରିଖ ଦିନ ୨ଟାରେ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହାପରେ ନିର୍ଭୟାଙ୍କ ମା’ କହିଛନ୍ତି ଦୀର୍ଘ ୭ ବର୍ଷ ହେବ ସେ ଫାଶୀ ଦଣ୍ଡକୁ ଅପେକ୍ଷା ରଖିଛନ୍ତି ଆଉ ଶେଷରେ ତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ। ଯେତେଦୂର ଯିବାକୁ ହେଲେ ମଧ୍ୟ ସେ କେବେ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି। ନିର୍ଭୟାଙ୍କ ମାତାମିତା ଉଭୟ କହିଛନ୍ତି ଆସନ୍ତା ୧୮ ତାରିଖରେ ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳିକାଣ୍ଡକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୩୧-୧(ପି.ଟି.):ଦିଲ୍ଲୀର ଜାମିଆ ନଗରରେ ଗୁରୁବାର ଘଟିଥିବା ଗୁଳିକାଣ୍ଡକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବା ପାଇଁ ଏହା ଭାଜପାର ଏକ...

ଭାଜପାର ବି ଟିମ୍‌ ଭଳି କାମ କରୁଛି ଏଆଇଏମ୍‌ଆଇଏମ୍‌: ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୨: ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ ମୁସ୍ଲିମିନ୍‌(ଏଆଇଏମ୍‌ଆଇଏମ)ର ପୂର୍ବତନ ବିଧାୟକ ଓ୍ବାରିସ୍‌ ପଠାନଙ୍କ ବିବାଦୀୟ ବୟାନକୁ କଡା ସମାଲୋଚନା କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ।...

କପେ ଚା’ ଦାମ ୧୦୦୦ ଟଙ୍କା

କୋଲକାତା,୨।୩: କପେ ଚା’ର ଦାମ ୧୦୦୦ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ମୁକୁନ୍ଦପୁରରେ ଥିବା ପ୍ରତିମ...

ଦୁଷ୍ୟନ୍ତଙ୍କ ମା’ ହୋଇପାରନ୍ତି ହରିୟାଣାର ଉପ ମୁଖ୍ୟମନ୍ତ୍ରୀ

ହରିୟାଣା,୨୬।୧୦: ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ମା’ ନୈନା ସିଂ ଚୌତାଲା ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ବିଶେଷ ସୂତ୍ରରୁ ମିଳିଥିବା...

ସୁଶାନ୍ତଙ୍କ ବଦଳରେ ୨୦୦ କିଲୋର ବସ୍ତା ଝୁଲିବ ସିଲିଂ ଫ୍ୟାନ୍‌ରେ…

ମୁମ୍ବାଇ, ୨୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ୍‌ ସିବିଆଇ ହାତକୁ ଯାଇଛି। ଏବେ ସିବିଆଇର ୪ ଜଣିଆ ଟିମ୍‌ ପ୍ରତିଟି...

ଆଇନ ପେଶାରେ ନାରୀବାଦୀ ଚିନ୍ତା ସାମିଲ କରାଯିବା ଜରୁରୀ: ବିଚାରପତି ଚନ୍ଦ୍ରଚୂଡ…

ନୂଆଦିଲ୍ଲୀ,୧୫।୧୦ : ନ୍ୟାୟିକ ବୃତ୍ତିକୁ ଅଧିକ ସୁଗମ ତଥା ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ କରିବା ଲାଗି ସୁପ୍ରିମକୋର୍ଟର ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଆଇନ ଛାତ୍ରମାନଙ୍କୁ ପରାମର୍ଶ...

ମୁମ୍ବାଇ କାରଖାନରେ ନିଆଁ

ମୁମ୍ବାଇ,୨୭।୧୨: ମହାରାଷ୍ଟ୍ର ମୁମ୍ବାଇର ଘଟକୋପାରରେ ଥିବା ଏକ କାରଖାନାରେ ଶୁକ୍ରବାର କୌଣସି କାରଣରୁ ନିଆଁ ଲାଗି ଯାଇଛି। ଏହାକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୧୫ଟି ଦମକଳ...

ମନ ପସନ୍ଦର ସିଟ୍‌ ନ ମିଳିବାରୁ ସ୍ପାଇସ୍‌ ଜେଟ୍‌ ବିମାନରେ ୨୦ ମିନିଟ୍‌ ଧାରଣା ଦେଲେ ପ୍ରଜ୍ଞା ସିଂ ଠାକୁର

ଭୋପାଳ,୨୨।୧୨: ସ୍ପାଇସ୍‌ ଜେଟ୍‌ ବିମାନରେ ମନ ପସନ୍ଦର ସିଟ୍‌ ନ ମିଳିବାରୁ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ୨୦ ମିନିଟ୍‌ ଧାରଣା ଦେଇଥିବା କୁହାଯାଉଛି।...

Advertisement
Archives

Model This Week