ଡିସେମ୍ବର ୧ରୁ କୋଣାର୍କରେ ଇକୋ ରିଟ୍ରିଟ

ପୁରୀ ଅଫିସ,୨୮ା୧୦:ଇକୋ ରିଟ୍ରିଟ୍‌ର ଚତୁର୍ଥ ସଂସ୍କରଣ ଆସନ୍ତା ଡିସେମ୍ବର ୧ରୁ କୋଣାର୍କରେ ଆରମ୍ଭ ହେବ। ଏନେଇ ଏକ ବୈଠକ ଗୁରୁବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପୂର୍ବ ବର୍ଷର ଅଭିଜ୍ଞତା ଓ ଅନୁଭବକୁ ଆଧାର କରି ଚଳିତ ବର୍ଷର ଇକୋ ରିଟ୍ରିଟ୍‌କୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ ଭାବେ ଆୟୋଜନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବିଭାଗ ପରସ୍ପର ସହ ସମନ୍ବୟ ରଖି କାମ କରିବା, ଧାର୍ଯ୍ୟ ସମୟ ପୂର୍ବରୁ କାର୍ଯ୍ୟ ସାରିବା ଏବଂ ପର୍ଯ୍ୟଟକମାନେ ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ସେଥିପ୍ରତି ଯତ୍ନବାନ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲା ପ୍ରଶାସନ ଏବଂ ଇ-ଫାକ୍ଟର ଏଜେନ୍ସିର ମିଳିତ ସହଯୋଗରେ ଡିସେମ୍ବର ୧ରୁ ୨୦୨୩ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେବ। ୭୦ଟି ଲକ୍‌ଜରି ଟେଣ୍ଟ କରାଯିବ, ଯେଉଁଥିରେ ତାରକା ହୋଟେଲ ଅନୁରୂପ ସୁବିଧା ଯୋଗାଇ ଦିଆଯିବ। ଇକୋ ରିଟ୍ରିଟ୍‌ ସମୟରେ ଜଳକ୍ରୀଡ଼ା, ବିଚ୍‌ ସ୍ପୋର୍ଟସ, ଇନ୍‌ଡୋର ଗେମ୍‌ ଇତ୍ୟାଦି ବ୍ୟବସ୍ଥା ଉପଲବ୍ଧ ହେବ। ନିରବଚ୍ଛିନ୍ନ ବିଦ୍ୟୁତ, ପାଣି, ମୋବାଇଲ ନେଟୱର୍କ, ଚିକିତ୍ସା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ, ସୁରକ୍ଷା, ୨୪ ଘଣ୍ଟିଆ ଲାଇଫ୍‌ ଗାର୍ଡ ବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସ୍ଥିର ହୋଇଛି। ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲାପାଳ (ପ୍ରୋଟୋକଲ) ଦିଲ୍ଲୀପ କୁମାର ମହାପାତ୍ର, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଜିଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ଏବଂ ଅନ୍ୟାନ୍ୟ ବିଭାଗ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ଇକୋ ରିଟ୍ରିଟ୍‌ର ଆୟୋଜନ କରୁଥିବା ଇ-ଫାକ୍ଟରର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣୀପାଲିରୁ ହକି ମହୋତ୍ସବର ଶୁଭାରମ୍ଭ

ସୋନପୁର,୨୪।୧୨(ନି.ପ୍ର.): ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବ। ବିଶ୍ୱକପ ହକିର ଆୟୋଜନରେ କେବଳ ଓଡିଶା ନୁହେଁ,...

ଦ୍ୱିତୀୟ ବିବାହ ହୋଇ ପ୍ରଥମ ସ୍ତ୍ରୀଙ୍କୁ ନିର୍ଯାତନା

ଜୟପୁର,୨୮ା୬ (ନି.ପ୍ର.): ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରି ସ୍ବାମୀ ପ୍ରଥମ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ସୁନାବେଡାର...

ପାରାଦୀପ ବନ୍ଦରରେ ପୁଣି ଏକ ବୃହତ୍‌ ଜାହାଜ ଲାଗିଲା

ପାରାଦୀପ,୨୧ା୩(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ରବିବାର ରାତିରେ ପୁଣି ଏକ ବୃହତ ଜାହାଜ ଏମ୍‌.ଭି ଲିଲା ଲିସବନ୍‌ ଲାଗିଛି। ଏଥିରେ ୧ ଲକ୍ଷ ୩୪ ହଜାର ୩୭୫...

‘ତ୍ରୟୋଦଶୀ ତିଥି ପରେ ରଥଯାତ୍ରା କରାଯିବା ଅନୁଚିତ’

ପୁରୀ, ୧୮ା୬(ଅଜିତ୍‌ ମହାନ୍ତି) ଅଦିନରେ ରଥଯାତ୍ରା କରୁଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନ ଧୀରେ ଧୀରେ ବାଟକୁ ଆସିବେ। ପରମ୍ପରା ଓ ଶାସ୍ତ୍ର ଅନୁଯାୟୀ, ଆଷାଢ଼ ଶୁକ୍ଳ...

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର, ୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣିଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ସୋମବାର ରାତ୍ର ସାଢ଼େ...

ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ବାଲିଗୁଡା,୯ା୬(ଡି.ଏନ୍‌.ଏ.) -ବାଲିଗୁଡା ସ୍ଥିତ ଖଜୁରୀନାଳଠାରେ ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଏକ କାରରୁ ଗଞ୍ଜେଇ ଜବତ କରିବା ସହ ଗାଡି ଚଲାଉଥିବା ମାଲିକଙ୍କୁ ଗିରଫ...

ଜଳିଗଲା ଲିଚୁ ବୋଝେଇ ଗାଡ଼ି

ଭଦ୍ରକ ଅଫିସ, ୧୭।୫ – ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ଲିଚୁ ବୋଝେଇ ଗାଡ଼ି ଜଳିଯାଇଛି। ଖବର ପାଇ...

ଫସଲ ବୀମା ବିଫଳତା ପାଇଁ ଭାଜପା ଦାୟୀ: ବିଜେଡି

ବରଗଡ଼ ଅଫିସ, ୧୬ା୧୧: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାଟବଣା ହୋଇପଡିଛି। ବୀମା ପ୍ରିମିୟମ ରାଶି ଜମା କରିବା ସତ୍ତ୍ୱେ ବରଗଡ଼ ଜିଲାର ଅନେକ କ୍ଷତିଗ୍ରସ୍ତ...

Advertisement
Archives

Model This Week