ଡିସେମ୍ବର ଶେଷ ସୁଦ୍ଧା ସ୍ବର୍ଗଦ୍ୱାର ନବୀକରଣ କାମ

ପୁରୀ ଅଫିସ, ୩୦ା୧୧: ମହାପ୍ରସ୍ଥାନମ୍‌ କ୍ରିମେଟୋରିୟମ୍‌ ଢାଞ୍ଚାରେ ସ୍ବର୍ଗଦ୍ୱାର ପାଇବ ନୂଆରୂପ। ବଦଳିବ ଏହାର ଚେହେରା। ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ ସ୍ଥାନ ପାଇଛି ସ୍ବର୍ଗଦ୍ୱାର। ଏହାର ପ୍ରକ୍ରିୟା ବି ତ୍ୱରାନ୍ବିତ ହୋଇଛି। ସ୍ବର୍ଗଦ୍ୱାର ପ୍ରତି ଆସ୍ଥା ଏବଂ ବିଶ୍ୱାସ ରଖି ଦୂରଦୂରାନ୍ତରୁ ମୃତଦେହ ଦାହ ପାଇଁ ଆସୁଥିବା ସମ୍ପର୍କୀୟମାନେ ଯେପରି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସ୍ବର୍ଗଦ୍ୱାରର ପୁନରୁଦ୍ଧାର କାମ ଆରମ୍ଭ ହେବ ବୋଲି କହିଛନ୍ତି ଜିଲାପାଳ ବଲଓ୍ବନ୍ତ ସିଂ।
ସ୍ବର୍ଗଦ୍ୱାର ବିକାଶର ରୂପରେଖ ସମ୍ପର୍କରେ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, ବର୍ତ୍ତମାନ ଥିବା ୧ ଏକର ଜମିରେ ସ୍ବର୍ଗଦ୍ୱାରର ବିକାଶ କରାଯିବ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଏହାର ନକ୍ସା ଦେଖାଇବା ପରେ ସେ ଖୁସି ହୋଇଛନ୍ତି। ଏଠାକୁ ମୃତଦେହ ଦାହ କରିବାକୁ ଆସୁଥିବା ସମ୍ପର୍କୀୟମାନେ ଯେପରି ସାମାନ୍ୟତମ ଅସୁବିଧାରେ ନ ପଡିବେ ତାହାକୁ ନଜରରେ ରଖି ନିର୍ମାଣ କରାଯିବ। ଏହାମଧ୍ୟରେ କାର୍ଯ୍ୟାଳୟ, ମୃତଦେହ ରଖିବା ପାଇଁ ସ୍ଥାନ, ପୂଜା ସାମଗ୍ରୀ ବିକ୍ରି ଦୋକାନ, ୪ଟି ପଥଶ୍ରାଦ୍ଧ ପିଣ୍ଡି, କାଠ ରଖିବା ସ୍ଥାନ, ଶୌଚାଳୟ, ପରିଶ୍ରାଗାର, ପୋଷାକ ପରିବର୍ତ୍ତନ ଗୃହ ଆଦି ତିଆରି କରାଯିବ। ତେବେ ଏକସଙ୍ଗରେ ୧୪ ମୃତଦେହ ଦାହ କରାଯାଇପାରିବ। ମଝିରେ ଏକ କରିଡର ରହିବ। ଉଭୟ ପାର୍ଶ୍ୱରେ ୭ଟି ଲେଖାଏ ମୃତଦେହ ଦାହ ପିଣ୍ଡି ତିଆରି କରାଯିବ। ଗୋଟିଏ ପାର୍ଶ୍ୱ କାମ ସମ୍ପୂର୍ଣ୍ଣ ଭାବେ ତିଆରି ସରିବା ପରେ ଅପର ପାର୍ଶ୍ୱ କାମ ଆରମ୍ଭ କରାଯିବ। ବର୍ଷା, ପବନ ସମୟରେ ଯେପରି ଶବଦାହ ବାଧାପ୍ରାପ୍ତ ନ ହୁଏ ସେଥିଲାଗି ପ୍ରତ୍ୟେକ ପିଣ୍ଡି ଉପରେ ଛୋଟ ଶେଡ ରହିବ। ପବନକୁ ପ୍ରତିହତ ପାଇଁ ବାଡା ତିଆରି କରାଯିବ। ସମୁଦ୍ର କୂଳରେ ଏକ ଘାଟ କରାଯିବ। ଏଠାକୁ ଯିବା ପାଇଁ ରୋଡ ଓଭର ବ୍ରିଜ୍‌ (ଆରଓବି) ନିର୍ମାଣର ଯୋଜନା ରହିଥିବା ଜିଲାପାଳ କହିଛନ୍ତି। ତେବେ ସବୁଠୁ ଆକର୍ଷଣୀୟ ହେବ ପ୍ରବେଶ ପଥ ଫାଟକ। ବର୍ତ୍ତମାନ ୧ ଏକର ଜମିରେ ଏହା କରାଯିବ। ଆବଶ୍ୟକ ପଡିଲେ ଜବରଦଖଲ ଜମିକୁ ଉଚ୍ଛେଦ ନଚେତ ଅଧିଗ୍ରହଣ ହେବ ବୋଲି ଜିଲାପାଳ କହିଛନ୍ତି।
ସୂଚନାଥାଉ କି, ସ୍ବର୍ଗଦ୍ୱାରରେ ଥିବା ବିଜୁ ପଟ୍ଟନାୟକଙ୍କ ସମାଧି ପୀଠ ହଟାଯିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଜୁବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି। ସ୍ବର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା ଥିଲା ସେ ସବୁ ଓଡ଼ିଶାବାସୀଙ୍କ ସେବାରେ ଲାଗିବ। ତେଣୁ ସ୍ବର୍ଗଦ୍ୱାରର ବିକାଶରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri