ଡିସେମ୍ବର ଶେଷ ସୁଦ୍ଧା ସ୍ବର୍ଗଦ୍ୱାର ନବୀକରଣ କାମ

ପୁରୀ ଅଫିସ, ୩୦ା୧୧: ମହାପ୍ରସ୍ଥାନମ୍‌ କ୍ରିମେଟୋରିୟମ୍‌ ଢାଞ୍ଚାରେ ସ୍ବର୍ଗଦ୍ୱାର ପାଇବ ନୂଆରୂପ। ବଦଳିବ ଏହାର ଚେହେରା। ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ ସ୍ଥାନ ପାଇଛି ସ୍ବର୍ଗଦ୍ୱାର। ଏହାର ପ୍ରକ୍ରିୟା ବି ତ୍ୱରାନ୍ବିତ ହୋଇଛି। ସ୍ବର୍ଗଦ୍ୱାର ପ୍ରତି ଆସ୍ଥା ଏବଂ ବିଶ୍ୱାସ ରଖି ଦୂରଦୂରାନ୍ତରୁ ମୃତଦେହ ଦାହ ପାଇଁ ଆସୁଥିବା ସମ୍ପର୍କୀୟମାନେ ଯେପରି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସ୍ବର୍ଗଦ୍ୱାରର ପୁନରୁଦ୍ଧାର କାମ ଆରମ୍ଭ ହେବ ବୋଲି କହିଛନ୍ତି ଜିଲାପାଳ ବଲଓ୍ବନ୍ତ ସିଂ।
ସ୍ବର୍ଗଦ୍ୱାର ବିକାଶର ରୂପରେଖ ସମ୍ପର୍କରେ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, ବର୍ତ୍ତମାନ ଥିବା ୧ ଏକର ଜମିରେ ସ୍ବର୍ଗଦ୍ୱାରର ବିକାଶ କରାଯିବ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଏହାର ନକ୍ସା ଦେଖାଇବା ପରେ ସେ ଖୁସି ହୋଇଛନ୍ତି। ଏଠାକୁ ମୃତଦେହ ଦାହ କରିବାକୁ ଆସୁଥିବା ସମ୍ପର୍କୀୟମାନେ ଯେପରି ସାମାନ୍ୟତମ ଅସୁବିଧାରେ ନ ପଡିବେ ତାହାକୁ ନଜରରେ ରଖି ନିର୍ମାଣ କରାଯିବ। ଏହାମଧ୍ୟରେ କାର୍ଯ୍ୟାଳୟ, ମୃତଦେହ ରଖିବା ପାଇଁ ସ୍ଥାନ, ପୂଜା ସାମଗ୍ରୀ ବିକ୍ରି ଦୋକାନ, ୪ଟି ପଥଶ୍ରାଦ୍ଧ ପିଣ୍ଡି, କାଠ ରଖିବା ସ୍ଥାନ, ଶୌଚାଳୟ, ପରିଶ୍ରାଗାର, ପୋଷାକ ପରିବର୍ତ୍ତନ ଗୃହ ଆଦି ତିଆରି କରାଯିବ। ତେବେ ଏକସଙ୍ଗରେ ୧୪ ମୃତଦେହ ଦାହ କରାଯାଇପାରିବ। ମଝିରେ ଏକ କରିଡର ରହିବ। ଉଭୟ ପାର୍ଶ୍ୱରେ ୭ଟି ଲେଖାଏ ମୃତଦେହ ଦାହ ପିଣ୍ଡି ତିଆରି କରାଯିବ। ଗୋଟିଏ ପାର୍ଶ୍ୱ କାମ ସମ୍ପୂର୍ଣ୍ଣ ଭାବେ ତିଆରି ସରିବା ପରେ ଅପର ପାର୍ଶ୍ୱ କାମ ଆରମ୍ଭ କରାଯିବ। ବର୍ଷା, ପବନ ସମୟରେ ଯେପରି ଶବଦାହ ବାଧାପ୍ରାପ୍ତ ନ ହୁଏ ସେଥିଲାଗି ପ୍ରତ୍ୟେକ ପିଣ୍ଡି ଉପରେ ଛୋଟ ଶେଡ ରହିବ। ପବନକୁ ପ୍ରତିହତ ପାଇଁ ବାଡା ତିଆରି କରାଯିବ। ସମୁଦ୍ର କୂଳରେ ଏକ ଘାଟ କରାଯିବ। ଏଠାକୁ ଯିବା ପାଇଁ ରୋଡ ଓଭର ବ୍ରିଜ୍‌ (ଆରଓବି) ନିର୍ମାଣର ଯୋଜନା ରହିଥିବା ଜିଲାପାଳ କହିଛନ୍ତି। ତେବେ ସବୁଠୁ ଆକର୍ଷଣୀୟ ହେବ ପ୍ରବେଶ ପଥ ଫାଟକ। ବର୍ତ୍ତମାନ ୧ ଏକର ଜମିରେ ଏହା କରାଯିବ। ଆବଶ୍ୟକ ପଡିଲେ ଜବରଦଖଲ ଜମିକୁ ଉଚ୍ଛେଦ ନଚେତ ଅଧିଗ୍ରହଣ ହେବ ବୋଲି ଜିଲାପାଳ କହିଛନ୍ତି।
ସୂଚନାଥାଉ କି, ସ୍ବର୍ଗଦ୍ୱାରରେ ଥିବା ବିଜୁ ପଟ୍ଟନାୟକଙ୍କ ସମାଧି ପୀଠ ହଟାଯିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଜୁବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି। ସ୍ବର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା ଥିଲା ସେ ସବୁ ଓଡ଼ିଶାବାସୀଙ୍କ ସେବାରେ ଲାଗିବ। ତେଣୁ ସ୍ବର୍ଗଦ୍ୱାରର ବିକାଶରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri