Posted inଖେଳ

ଡିସେମ୍ବରରେ ମେରିକମ୍‌-ନିଖାତଙ୍କ ଟ୍ରାଏଲ

ନୂଆଦିଲ୍ଲୀ,୯।୧୧- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରିକମ୍‌ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବକ୍ସର ନିଖାତ ଜାରିନଙ୍କ ମଧ୍ୟରେ ଟ୍ରାଏଲ ମ୍ୟାଚ୍‌ ଖେଳାଯିବା ନେଇ ଶନିବାର ସ୍ପଷ୍ଟ ହୋଇଛି। ଉଭୟଙ୍କ ମଧ୍ୟରେ ଡିସେମ୍ବର ଶେଷ ସପ୍ତାହରେ ମୁକାବିଲା ହେବ ବୋଲି ଅଫିସିଆଲ ସୂଚନା ମିଳିଛି। ଟ୍ରାଏଲର ବିଜେତା ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ୫୧ କେଜି ଓଜନ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ଏ ନେଇ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନୋଟିସ କରାଯିବ ବୋଲି ବିଏଫ୍‌ଆଇ ସଭାପତି ଅଜୟ ସିଂ କହିଛନ୍ତି। ଲଭଲିନା ବରଗୋହିନଙ୍କୁ ମଧ୍ୟ ୬୯ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିବ। ଗତ ଗୁରୁବାର ବିଏଫ୍‌ଆଇ ଅଫିସିଆଲ, ସାଇ କର୍ମକର୍ତ୍ତା, ଡିରେକ୍ଟର ଜେନେରାଲ ସନ୍ଦୀପ ପ୍ରଧାନ ଓ ଦୁଇ ବିଦେଶୀ କୋଚ୍‌ ରାଫାଲେ ବରଗାମାସ୍କୋ ଓ ସାଣ୍ଟିଆଗୋ ନେଇଭାଙ୍କୁ ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ସାଇ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା। ଏଥିରେ ଭାରତୀୟ ପ୍ରତିନିଧିତ୍ୱ ଦଳ ଚୟନ କରିବା ପାଇଁ ଥିବା ନିୟମ ଉପରେ ଚର୍ଚ୍ଚା ହୋଇଥିଲା। ବୋର୍ଡର ସଭାପତିଙ୍କ ସମେତ ସଭିଙ୍କ ସହ ଆଲୋଚନା ପରେ ଚୟନ ଲାଗି ଉଦ୍ଦିଷ୍ଟ ନିୟମରେ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଜଣାପଡ଼ିଥିଲା। ଏଣୁ ଚାଇନାର ଉହାନଠାରେ ଫେବୃୟାରୀ ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ଟ୍ରାଏଲ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଆମକୁ ନିୟମରେ ରହିବାକୁ ପଡ଼ିବ। ଏବେ କିଛି ଦ୍ୱନ୍ଦ୍ୱ ନାହିଁ। ଏହି ଟ୍ରାଏଲ ଇଣ୍ଡିଆନ ବକ୍ସିଂ ଲିଗ୍‌ (ଆଇବିଏଲ୍‌) ପରେ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଟ୍ରାଏଲ ସମ୍ମୁଖୀନ ହେବାରେ ମେରିକମ୍‌ଙ୍କ କିଛି ଅସୁବିଧା ନ ଥିଲା। ହେଲେ ବିଏଫ୍‌ଆଇ ସଭାପତିଙ୍କ ମନ୍ତବ୍ୟ ପରେ ସବୁ ବିବାଦ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇନିଂସ ବିଜୟର ନିକଟତର ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ, ୧୪ା୧୨ (ଏପି)-ସ୍ଥାନୀୟ ରିଜର୍ଭ ବେସିନଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଇନିଂସ ବିଜୟ ନିକଟତର ହୋଇଛି। ରବିବାର ଥିଲା ମ୍ୟାଚର...

କେଦାର ଯାଦବ କାହିଁକି ବ୍ୟାଟିଂ କରୁନାହାନ୍ତି ସିବିଆଇ ଯାଞ୍ଚ୍‌ କରାଯାଉ

ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୪ଟିରେ ପରାଜୟର ସମ୍ମୁଖୀନ ହୋଇଛି। ବୁଧବାର କୋଲକାତା ନାଇଟ ରାଇଡର୍ସଠାରୁ ଦଳ ୧୦...

ଗୁରୁକୁଳ ଟେନିସ ଚାମ୍ପିୟନଶିପ୍‌: ଦେବାଶିଷ ସାହୁଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀ ଜନିତ ବ୍ରେକ୍‌ ପରେ ରାଜ୍ୟର ପ୍ରଥମ ଟେନିସ ଟୁର୍ନାମେଣ୍ଟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଶନିବାର...

ଭୂମିକମ୍ପରେ ତୁର୍କୀ ଗୋଲକିପରଙ୍କ ମୃତ୍ୟୁ

ଅଙ୍କାରା,୯ା୨: ତୁର୍କୀ ଓ ଇଜିପ୍ଟରେ ଘଟିଥିବା ଭୟାବହ ଭୂମିକମ୍ପରେ ତୁର୍କୀ ଗୋଲକିପରଙ୍କ ମୃତ୍ୟୁ ଘଟିଛି। ତୁର୍କୀ ପାଇଁ ୫ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଅହମତ୍‌ ଇୟୁପ୍‌...

କ୍ରିକେଟ ନିଶା ପାଇଁ ଇଞ୍ଜିନିୟର ଚାକିରି ଛାଡିଥିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳରେ ‘ଜମ୍ବୋ’ ନାମରେ ପରିଚିତ ଥିଲେ ଅନିଲ କୁମ୍ବଲେ। ଭାରତୀୟ ଦଳର ଏହି ପୂର୍ବତନ କୋଚ   ଜଣେ ସ୍ପିନର୍‌ ଭାବେ ଭାରତ ପାଇଁ...

ରାଜ୍ୟ ଆଥଲେଟିକ୍‌ ମିଟ୍‌: ଦ୍ୱିତୀୟ ଦିବସରେ ୫ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୬୭ତମ ରାଜ୍ୟ ଆଥଲେଟିକ୍‌ ମିଟ୍‌ର ଦ୍ୱିତୀୟ ଦିବସରେ ୫ଟି ମିଟ୍‌...

ଟୋକିଓ ଅଲିମ୍ପିକ୍ସ : ସର୍ବାଧିକ ୧୦ହଜାର ସ୍ଥାନୀୟ ଦର୍ଶକଙ୍କୁ ଅନୁମତି

ଟୋକିଓ, ୨୨ା୬ (ଏପି)-ଟୋକିଓ ଅଲିମ୍ପିକ୍ସକୁ ଦେଖିବାଲାଗି କିଛି ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦିଆଯିବ। ଆୟୋଜକ କମିଟିର ଅଫିସିଆଲ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୋମବାର...

୫୧ ବର୍ଷରେ ବି ନୂଆ ନୂଆ ଗର୍ଲଫ୍ରେଣ୍ଡ କରିବାକୁ ପସନ୍ଦ କରନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଲେଗ-ସ୍ପିନର ସେନ୍‌ ୱାର୍ଣ୍ଣ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି। କ୍ରିକେଟର ଶ୍ରେଷ୍ଠ ଲେଗ-ସ୍ପିନର ଭାବରେ ମାନ୍ୟତା ପାଇବା ବ୍ୟତୀତ ୱାର୍ଣ୍ଣ ପ୍ରେମ...

Advertisement
Archives

Model This Week