Posted inଖେଳ

ଡିଡିସିଏରୁ ଇସ୍ତଫା ଦେଲେ ରଜତ ଶର୍ମା

ନୂଆଦିଲ୍ଲୀ,୧୬।୧୧(ପି.ଟି.)- ସିନିୟର ସାମ୍ବାଦିକ ରଜତ ଶର୍ମା ଶନିବାର ଦିଲ୍ଲୀ ଡିଷ୍ଟ୍ରକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଆସୋସିଏଶନ ମଧ୍ୟର ଚାପ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ୨୦ ମାସର କାର୍ଯ୍ୟକାଳରେ ସେ ବହୁ ଉତ୍ଥାନ ପତନ ଦେଇ ଗତି କରିଛନ୍ତି। ତାଙ୍କର ସାଧାରଣ ସମ୍ପାଦକ ବିନୋଦ ତିହାରାଙ୍କ ସହ ମତଭେଦ ଥିଲା, ଯାହାଙ୍କୁ ଆସୋସିଏଶନର ସମ୍ପୂର୍ଣ୍ଣ ସମର୍ଥନ ରହିଥିଲା। ଏଠାରେ ସର୍ବଦା ଟଣାଓଟାର ଓ ଭିତରି ଚାପ ରହିଛି। କ୍ରିକେଟ ସ୍ବାର୍ଥ ବିରୋଧରେ କାର୍ଯ୍ୟ ହେଉଥିବା ମୁଁ ଅନୁଭବ କରୁଛି। ମୋ ସ୍ବଚ୍ଛତା, ସତ୍‌ଭାବନା ଓ ବିଶ୍ୱସ୍ତ ଭଳି ନିୟମରେ ରହି କାର୍ଯ୍ୟ କରିବା ସମ୍ଭବ ପର ମଣୁ ନୁହେଁ। ମୋ ନିୟମ ସହ କୌଣସି ମୂଲ୍ୟରେ ବୁଝାମଣା କରିବାକୁ କଦାପି ରାଜି ନୁହେଁ ବୋଲି ସାମ୍ବାଦିକରୁ କ୍ରିକେଟ ପ୍ରଶାସକ ହୋଇଥିବା ରଜତ କହିଛନ୍ତି। ଉଲ୍ଲେଖଥାଉ କି, ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସମ୍ପୂର୍ଣ୍ଣ ସମର୍ଥନ ପରେ ଶର୍ମା କ୍ରିକେଟ ପ୍ରଶାସନରେ ଯୋଗ ଦେଇଥିଲେ। ଡିଡିସିଏ କର୍ମକର୍ତ୍ତଙ୍କ ମତ ଅନୁଯାୟୀ, ଜେଟଲିଙ୍କ ମୃତ୍ୟୁ ପରେ ବିଭିନ୍ନ ବିଭାଗରୁ ଶର୍ମାଙ୍କ ଉପରେ ଚାପ ପକାଯାଇଥିଲା। କ୍ରିକେଟର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବାବେଳେ ମୁଁ ବାଧା, ବିରୋଧୀ ଓ ଅତ୍ୟାଚାର ସମ୍ମୁଖୀନ ହୋଇଛି। ମୋ ଦାୟିତ୍ୱ ଦୂରେଇ ରଖିବା ପାଇଁ ଏଭଳି କରାଯାଉଥିଲା। ଏଥିନେଇ ମୁଁ ଡିଡିସିଏ ସଭାପତି ପଦରୁ ଇସ୍ତାଫ ଦେବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ; ମିଳିଲା ନାହିଁ ଶାର୍ଦ୍ଦୁଳଙ୍କୁ ସ୍ଥାନ

ସାଉଥାମ୍ପଟନ,୧୫।୬: ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ମଙ୍ଗଳବାର ଘୋଷିତ ୧୫ ଜଣିଆ ଭାରତୀୟ...

ବିରାଟ-ଅନୁଷ୍କା ଝିଅର ନାମ କ’ଣ ରଖିଲେ ଜାଣନ୍ତୁ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା...

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

ବେଙ୍ଗାଲୁରୁ, ୨୪।୪(ପି.ଟି.)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ।...

ମହିଳା ଟି୨୦ ଚ୍ୟାଲେଞ୍ଜ: ଟ୍ରେଲବ୍ଲେଜର୍ସର ସହଜ ବିଜୟ

ଶାରଜା: ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ସୁପରନୋଭାସକୁ ୫ ଉଇକେଟରେ ହରାଇଥିବା ଭେଲୋସିଟି ଗୁରୁବାର ଦ୍ୱିତୀୟ ମ୍ୟାଚରେ ଟ୍ରେଲବ୍ଲେଜର୍ସଠାରୁ ଶୋଚନୀୟ ପରାଜୟ...

୨୫ ବର୍ଷରେ ଘୋଷଣା କଲେ ସନ୍ନ୍ୟାସ

ସିଡ୍‌ନୀ,୨୩।୩: ବିଶ୍ୱର ନମ୍ବର ୧ ମହିଳା ଟେନିସ ଖେଳାଳି ଆଶଲେ ବାର୍ଟି ବୁଧବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ସ୍ବପ୍ନ ପୂରା କରିସାରିଥିବାରୁ ମାତ୍ର ୨୫ ବର୍ଷ...

ଟେଷ୍ଟ ବଦଳରେ ଆଇପିିଏଲ୍‌ ବାଛିଲେ

ଜୋହାନ୍ସବର୍ଗ,୧୯।୩: ଆଗାମୀ ଆଇପିଏଲରେ ଖେଳିବାକୁ ଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳିମାନେ ଟେଷ୍ଟ ସିରିଜ୍‌କୁ ମନା କରି ଦେଇଛନ୍ତି। ଏଥି ଯୋଗୁ ଫ୍ରାଞ୍ଚାଇଜ ବନାମ ଦେଶ ଯୁକ୍ତି...

୪୯ ବର୍ଷ ପରେ ଆଥ୍‌ଲେଟ୍‌ଙ୍କୁ ମିଳିଲା ସମ୍ମାନ

ଟୋକିଓ,୨୩।୭: ୧୯୭୨ ମ୍ୟୁନିକ୍‌ ଅଲିମ୍ପିକ୍ସରେ ଇସ୍ରାଏଲର ୯ ଜଣ ଆଥ୍‌ଲେଟଙ୍କୁ ହତ୍ୟା କରିଥିଲା ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ‘ବ୍ଲାକ ସେପ୍ଟେମ୍ବର’। ଏହି  ଆଥ୍‌ଲେଟଙ୍କ ପାଇଁ ଶୁକ୍ରବାର...

ଏହି କ୍ରିକେଟରଙ୍କୁ ହଁ କହିବାକୁ ୩ ବର୍ଷ ସମୟ ନେଇଥିଲେ ପ୍ରେମିକା: ଏବେ…

ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଲିଉଡ୍‌ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଯୋଡି ହେଲେ ଯୁବରାଜ ସିଂହ ଏବଂ ହେଜଲ...

Advertisement
Archives

Model This Week