ଡିଜେଲ ସରିଯିବାରୁ କାମ କଲାନି ଏସି: ୨ ଘଣ୍ଟା ଅଟକିଲା ଟ୍ରେନ

ବାଲେଶ୍ୱର ଅଫିସ, ୨୨।୮-ବାଲେଶ୍ୱର ରେଳଷ୍ଟେଶନର ୨ ନମ୍ବର ପ୍ଲାଟଫର୍ମରେ ଯଶୋବନ୍ତପୁର-କାମାକ୍ଷା ଏକ୍ସପ୍ରେସ୍‌ ଟ୍ରେନ୍‌ (ନଂ. ୧୨୫୫୨) ରୁ ଡିଜେଲ ସରିଯିବାରୁ ସମସ୍ତ ଏସି କାମ କରି ନ ଥିଲା। ଫଳରେ ଟ୍ରେନ ଷ୍ଟେଶନରେ ୨ଘଣ୍ଟା ଅଟକ ରହିଥିଲା। ଏସି ସଜଡ଼ାଯିବା ସହ ଡିଜେଲ ଭର୍ତ୍ତି କରାଯାଇଥିଲା। ଏସି ବନ୍ଦ ହେବା କାରଣରୁ ଟ୍ରେନ୍‌ରେ ଥିବା ବହୁ ଯାତ୍ରୀ ନାହଁି ନ ଥିବା ହଇରାଣରେ ସମ୍ମୁଖୀନ ହୋଇଥିଲେ।
ଟ୍ରେନ୍‌ ଯଶୋବନ୍ତପୁରରୁ ବାହାରି କାମାକ୍ଷାନଗର ଯାଉଥିବା ବେଳେ ଅପରାହ୍ନ ୨ଟା ୨୨ ମିନିଟ୍‌ ସମୟରେ ବାଲେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିଥିଲା। ଅପରାହ୍ନ ୪ଟା ୪୦ ମିନିଟରେ ଏସି ସଜଡାଯିବା ସହ ଡିଜେଲ ଭର୍ତ୍ତି ହେବା ପରେ ଟ୍ରେନ ଗନ୍ତବ୍ୟ ପଥକୁ ଯାଇଥିବା ବାଲେଶ୍ୱର ଷ୍ଟେଶନ ମ୍ୟାନେଜର ଭାଗବତ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୋନ୍‌ସ୍ତରୀୟ କଳା ଉତ୍ସବ: ଭାଗ ନେଲେ ୫ ଜିଲାର ଛାତ୍ରୀଛାତ୍ର ଓ ଗାଇଡ୍‌ ଶିକ୍ଷକ

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ସହର ସ୍ଥିତ ମିଶନ ବାଳିକା ବିଦ୍ୟାଳୟ ପରିସରରେ ଜୋନ୍‌ସ୍ତରୀୟ କଳା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର...

ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଯୋଡ଼ା, ୩ା୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ତଥା ୫୨୦ ନଂ. ଜାତୀୟ ରାଜପଥ କଣ୍ଡରା ଛକଠାରେ ନିର୍ମାଣ ହେଉଥିବା ଟୋଲଗେଟ୍‌...

ଜମି ସମସ୍ୟା ନାହିଁ, ଖୁବ୍‌ଶୀଘ୍ର କାମ

ପୁରୀ ଅଫିସ, ୨୩ା୭: ପୁରୀରେ ଭକ୍ତଙ୍କ ନିମନ୍ତେ ଆଉ ଏକ ଧର୍ମଶାଳା ନିର୍ମାଣ ହେବ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ସୁଲଭ ମୂଲ୍ୟରେ...

ରିଆଡ୍‌ମିଶନ ଫି’ କୋହଳ ପାଇଁ ଦାବି

ଅନୁଗୋଳ ଅଫିସ, ୨୭।୫- ଯୁକ୍ତ ୨, ଯୁକ୍ତ ୩ ମହାବିଦ୍ୟାଳୟ, ବେସରକାରୀ ଡିପ୍ଲୋମା ଓ ଡିଗ୍ରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ରିଆଡମିଶନ ଫି’କୁ ତିନି ମାସ କୋହଳ...

ଧର୍ମାନୁଷ୍ଠାନରେ ୧୪୪ ଧାରା ବଳବତ୍ତର: କଟକଣା ମଧ୍ୟରେ ପାଳନ ହେବ ଇଦ୍‌, ଝୁଲଣ

ଭଦ୍ରକ ଅଫିସ,୨୪ା୭: ଲକ୍‌ଡାଉନ୍‌ ସ୍ଥିତିକୁ ନେଇ ଜିଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନରେ ଶ୍ରାବଣ ମାସର ଶେଷ ସୋମବାର ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିଛି।...

ଚିତ୍ରକୋଣ୍ଡା ଡାକ୍ତରଖାନା: ଏଣିକି ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ପାଇବେ ରୋଗୀ

ଚିତ୍ରକୋଣ୍ଡା,୨ା୧(ଡି.ଏନ.ଏ.)- ଚିତ୍ରକୋଣ୍ଡାସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ନିର୍ମଳ ଯୋଜନାରେ ବୁଧବାର ପ୍ରଥମ କରି ରୋଗୀମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର ପାଇଁ ପ୍ରଦାନ କରାଯାଇଛି। ପୂର୍ବରୁ...

ଟ୍ରେନ୍‌ରେ ଲୁଚି ପଳାଇ ଆସିଥିବା ୨ ଛାତ୍ର ଉଦ୍ଧାର

ଯାଜପୁର ରୋଡ୍‌,୧୬ା୯(ନି.ପ୍ର.)- ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର କବାଡିପଡା ବିଦ୍ୟାଳୟର ୨ ଜଣ ଛାତ୍ରଙ୍କୁ ରବିବାର ଉଦ୍ଧାର କରାଯାଇଛି। ଏମାନେ ଖୋର୍ଦ୍ଧା ଭଦ୍ରକ୍‌ ଟ୍ରେନ୍‌ରେ ଚଢି ପଳାଇ...

ନଦୀରେ ବୁଡିଗଲେ ୩ ଯୁବକ, ଜଣଙ୍କ ମୃତଦେହ ଉଦ୍ଧାର

ରେମୁଣା, ୧୬।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ଥାନା ବୁଢାବଳଙ୍ଗ ନଦୀର କାଠସଙ୍ଗଡା ଘାଟରେ ସୋମବାର ଅପରାହ୍ନ ସମୟରେ ଗାଧୋଉଥିବା ବେଳେ ୩ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି।...

Advertisement
Archives

Model This Week