ଡିଜିପି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟଙ୍କ କାର୍ଯ୍ୟକାଳକୁ ସରକାର ବୃଦ୍ଧି କରିଛନ୍ତି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ନଂ.୧୩୨୨୯ ପ୍ରକାଶ ପାଇଛି। ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟ ୨୦୧୯ ଡିସେମ୍ବର ୯ରେ ଓଡ଼ିଶାର ନୂଆ ଡିଜିପି ଭାବେ ନିଯୁକ୍ତ ହୋଇଥିଲେ। ୨୦୨୧ ଜୁନ୍‌ ୩୦ରେ ତାଙ୍କର ଚାକିରି କାର୍ଯ୍ୟକାଳ ଶେଷ ହେବାର ଥିଲା। ତେବେ ପୋଲିସ ମହାନିର୍ଦ୍ଦେଶ ଭାବେ ତାଙ୍କ କାର୍ଯ୍ୟକାଳକୁ ୨ବର୍ଷ କରିବାକୁ ଗୃହ ବିଭାଗ ପକ୍ଷରୁ ଗତ ନଭେମ୍ବର ୨୦ତାରିଖରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଥିଲା। ଏହାକୁ ବିଚାର କରି ସରକାର ଅଭୟଙ୍କ ଅବସର ସମୟକୁ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକରରୁ ମିଳିଲା ୧୭ କେଜି ସୁନା, ୧.୫୭ କୋଟି ଟଙ୍କା

ଭୁବନେଶ୍ୱର, ୧୮।୧ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତଟ ରେଳପଥର ଅବସରପ୍ରାପ୍ତ ପ୍ରିନ୍ସିପାଲ ଚିଫ୍‌ ଅପରେଶନ୍‌ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଘର...

CORONAVIRUS UPDATE: ୨୯ ଜିଲାରୁ ୧୩୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୯ ଜିଲାରୁ ୧୩୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭୯୬କୁ ବୃଦ୍ଧି...

କମିବାର ନାଁ ନେଉନି: ପୁଣି ରାଜ୍ୟରେ ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୨୧ ରେ ପହଞ୍ଚିଥିବା...

ଛତିଶଗଡ଼ ଖୋଲିଲା ୪ ବ୍ୟାରେଜ: ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି

ସମ୍ବଲପୁର,୨୦।୬(ବ୍ୟୁରୋ)-ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରେ କିଛିଦିନ ହେବ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଡ୍ୟାମ୍‌ ଉପରମୁଣ୍ଡରେ ଦୁଇଦିନ ଭିତରେ ୨୪.୯୮ ଓ ୮.୩୪ ମିମି...

ଫିକା ପଡ଼ିଗଲା ପାର୍ବଣ ଉତ୍ସାହ

ଦୁଇବର୍ଷ ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ମହାମାରୀ ପ୍ରାଚୀର ହୋଇ ଠିଆ ହୋଇଛି। ଗତବର୍ଷଠାରୁ ମନ୍ଦିର ପ୍ରବେଶ ଓ ପୂଜାପର୍ବ ପାଳନ ଉପରେ...

କରୋନାରେ ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକଙ୍କ ପରଲୋକ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଆଲବମ୍‌ ଓ ଓଡ଼ିଆ ଜଗତର ବେଶ୍‌ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା। କଟକ...

ପୁରୀ-ଇନ୍ଦୋର ଏକ୍ସପ୍ରେସ୍‌ ଦୁଇଦିନ ବାତିଲ

ଭୁବନେଶ୍ୱର,୧୧-୯(ବ୍ୟୁରୋ): ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳପଥର ଭୂପଦେଓପୁର ରେଳ ଷ୍ଟେଶନର ଆଧୁନିକୀକରଣ କାର୍ଯ୍ୟ ଆସନ୍ତା ୧୭ ଓ ୧୮ ତାରିଖରେ ହେବ। ଏଥିପାଇଁ ଏହି ରୁଟ୍‌ରେ ଚଳାଚଳ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜୁନାଗଡ଼,୨ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଗୁରୁବାର ନୂଆଁଖାଇ ପାଇଁ ଚାରିଆଡ଼େ ଆନନ୍ଦ,ଉଲ୍ଲାସ ରହିଥିବାବେଳେ ଏପଟେ ବିଳମ୍ବିତ ରାତିରେ ଜିଲାର ଜୁନାଗଡ଼ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା...

Advertisement
Archives

Model This Week