ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ଲାଗି ଜି-୨୦ ଦେଶ ରାଜି

ଟୋକିଓ,୯-୬: ମଲ୍ଟିନ୍ୟାଶନାଲ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ପାଇଁ ଜି-୨୦ ଦେଶ ସମୂହର ଅର୍ଥମନ୍ତ୍ରୀମାନେ ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ଆରମ୍ଭ କରିବା ଲାଗି ଶନିବାର ସହମତ ହୋଇଛନ୍ତି। ଆସନ୍ତା ବର୍ଷ ଏହାର ପୂର୍ଣ୍ଣାଙ୍ଗ ସ୍ବରୂପ ସ୍ଥିର କରାଯିବ। ଜାପାନର ଫୁକୁଓକାଠାରେ ଜି-୨୦ର ମିନିଷ୍ଟ୍ରିଆଲ ସିମ୍ପୋସିୟମରେ ଗତ ଗୁରୁବାର ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ଡିଜିଟାଲ ଅର୍ଥନୀତିକୁ ସହାୟତା କଲା ଭଳି ଏକ ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ସପକ୍ଷରେ ସମସ୍ତେ ସେତେବେଳେ ମତପ୍ରକାଶ କରିଥିଲେ। ଗୁଗଲ, ଫେସବୁକ୍‌ ଭଳି ମଲ୍ଟିନ୍ୟାଶନାଲ ଡିଜିଟାଲ କମ୍ପାନୀଗୁଡ଼ିକ ଲାଗି ବିଶ୍ୱସ୍ତରରେ ଏକ ଟିକସ ପ୍ରଣାଳୀ ଆରମ୍ଭ କରାଯିବାକୁ ସମସ୍ତେ ଏକମତ ହୋଇଥିଲେ। ଏହି ବ୍ୟବସ୍ଥା କିପରି ଲାଗୁ ହେବ ସେନେଇ ପଦକ୍ଷେପ ନେବାକୁ ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ(ଓଇସିଡି)କୁ ଦାୟିତ୍ୱ ଦିଆଯାଇଛି। ଜାପାନ, ଆମେରିକା, ଚାଇନା, ଫ୍ରାନ୍ସ ଏବଂ ବ୍ରିଟେନ ସେମାନଙ୍କ ଆଇନରେ ସଂଶୋଧନ କରିବାକୁ ରାଜି ହୋଇଛନ୍ତି। ଅନ୍ତର୍ଜାତୀୟ ଟିକସ ବ୍ୟବସ୍ଥାର ଡିଜିଟାଇଲେଜେଶନର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ଜି-୨୦ ଦେଶ ମିଳିମିଶି କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି ବୋଲି ଜାପାନ ଅର୍ଥ ମନ୍ତ୍ରୀ ଟାରୋ ଆସୋ କହିଛନ୍ତି। ସୂଚନାଯୋଗ୍ୟ ଯେ, ଆୟରଲାଣ୍ଡ ଭଳି ଦେଶରେ କମ୍‌ ଟିକସ ଦେବାର ଫାଇଦା ଉଠାଇ ଆମାଜନ, ଗୁଗଲ, ଫେସବୁକ୍‌ ଭଳି ଡିଜିଟାଲ କମ୍ପାନୀଗୁଡ଼ିକ ବେଶ ଟିକସ ଫାଇଦା ନେଉଛନ୍ତି ବୋଲି ଓଇସିଡି ପ୍ରମୁଖ ଆଞ୍ଜେଲ ଗୁରିୟା କହିଛନ୍ତି। ଏହି ପ୍ରସଙ୍ଗରେ ଫ୍ରାନ୍ସ ଅର୍ଥ ମନ୍ତ୍ରୀ ବ୍ରୁନୋ ଲା ମାଇରେ କହିଛନ୍ତି ଯେ, ଆମକୁ ଏହି ବ୍ୟବସ୍ଥା ତ୍ୱରାନ୍ବିତ କରିବାକୁ ହେବ। ସେହିପରି ବ୍ରିଟେନ ଅର୍ଥ ମନ୍ତ୍ରୀ ଫିଲିପ୍‌ ହେମଣ୍ଡ କହିଛନ୍ତି ଯେ, ବଡ଼ ଇଣ୍ଟରନେଟ କମ୍ପାନୀଗୁଡ଼ିକ ବିରୋଧରେ ଠିକ୍‌ ଟିକସ ଆଦାୟ କରି ଦେଶବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟର ଉଚିତ୍‌ ଜବାବ ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri