ଡାକ୍ତର ଓ ସ୍ବାସ୍ଥ୍ୟ ସେବିକାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୩ ଘଣ୍ଟା ଧରି ରୋଗୀସେବା ବ୍ୟାହତ

ବାରିପଦା ଅଫିସ, ୩୦।୬- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍‌ପିଟାଲରେ ଚିକତ୍ସା ସେବା ନ ମିଳିବା ଘଟଣାକୁ ନେଇ ଶନିବାର ଗଣ୍ଡଗୋଳ ଘଟି କାର୍ଯ୍ୟବନ୍ଦ ଆନ୍ଦୋଳନ ଯାଏ କଥା ଯାଇଛି। ରୋଗୀଙ୍କ ସମ୍ପର୍କୀୟ ଏବଂ ସ୍ବାସ୍ଥ୍ୟସେବିକାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ରୋଗୀଙ୍କ ସମ୍ପର୍କୀୟମାନେ ଦୁର୍ବ୍ୟବହାର କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟ ସେବିକାମାନେ ଅଭିଯୋଗ କରି ଚିକିତ୍ସାଳୟ ପରିସରରେ ଥିବା ଫାଣ୍ଡି ନିକଟରେ ନିଜର ସୁରକ୍ଷା ଦାବରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଫଳରେ ପ୍ରାୟ ୩ ଘଣ୍ଟା ଧରି ରୋଗୀସେବା ବ୍ୟାହତ ହୋଇଥିଲା। ପରେ ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ପ୍ରଦୀପ ମହାପାତ୍ର ଘଟଣାସ୍ଥଳକୁ ଆସି ଡାକ୍ତର ଓ ସେବିକାଙ୍କ ସହ ଆଲୋଚନା କରି ବୁଝାଶୁୁଝା କରିବାରୁ ଅପରାହ୍ନ ୩ଟା ବେଳକୁ ସ୍ବାସ୍ଥ୍ୟସେବା ସ୍ବାଭାବିକ ହୋଇଥିଲା। ବୁଝାଶୁଝା ଉଦ୍ୟମ ବେଳେ ୨ଜଣ ଡାକ୍ତର, ପୋଲିସ ଅଧିକାରୀ ଓ ଉପସ୍ଥିତ ଗଣମାଧ୍ୟମ ପ୍ରତିନଧିଙ୍କ ସହିତ ମଧ୍ୟ କଥା କଟାକଟି ହୋଇଥିଲା।
ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ, ଶନିବାର ସକାଳେ ମହିଳା ବିଭାଗର ମେଡିସିନ ୱାର୍ଡରେ ଝାରପୋଖରିଆ ଥାନା ଏକଡାଲି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସେହି ୱାର୍ଡର ଅନ୍ୟ ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସମ୍ପର୍କୀୟମାନେ ଡାକ୍ତର ଓ ନର୍ସଙ୍କୁ ଡାକିବାକୁ ଯାଇଥିଲେ। ଡ୍ୟୁଟିରେ ଥିବା ଜଣେ ନର୍ସ ସେମାନଙ୍କ କଥାକୁ ହାଲୁକା ଭାବେ ନେଇ ବସି ରହିଥିଲେ। କିଛି ସମୟ ପରେ ରୋଗୀଙ୍କ ସମ୍ପର୍କୀୟମାନେ ପୁନର୍ବାର ଡାକ୍ତରଙ୍କୁ ଡାକିବାକୁ ଯାଇଥିବା ବେଳେ ନର୍ସଙ୍କ ସହିତ କଥା କଟାକଟି ହୋଇ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ମେଡିକାଲ କଲେଜର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟସେବିକା ମଧ୍ୟାହ୍ନ ୧୨ଟା ବେଳେ ମେଡିକାଲ ଫାଣ୍ଡି ନିକଟକୁ ଆସି ଆନ୍ଦୋଳନ କରିଥିଲେ। ସେମାନଙ୍କୁ ସୁରକ୍ଷା ଯୋଗାଇ ଦିିଆ ନ ଗଲେ କାର୍ଯ୍ୟ କରିବେ ନାହିଁ ବୋଲି ଅଡି ବସିଥିଲେ। ଖବର ପାଇ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ସଦଳବଳେ ଘଟଣା ସ୍ଥଳକୁ ଆସି ବୁଝାଶୁୁଝା ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ମେଡିକାଲ କଲେଜ ପରିଚାଳନା ଦାୟିତ୍ୱରେ ଥିବା କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ନ ଥିବାରୁ ପୋଲିସ ଅସହାୟ ଭାବେ ବସି ରହିଥିଲା। ପରେ ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ଆସି ଡାକ୍ତର ଓ ସ୍ବାସ୍ଥ୍ୟସେବିକାଙ୍କ ସହ ଆଲୋଚନା କରି ସେମାନଙ୍କୁ ମନାଇ ଥିଲେ। କଥାବାର୍ତ୍ତା ବେଳେ ବେଳେ ଦୁଇ ଜଣ ଡାକ୍ତର ପୋଲିସ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ କଥାକଟା କଟି ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ଓ ସେବୀକାଙ୍କୁ ଘେରାଉ କରି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ଭଲ ବ୍ୟବହାର କରିବାକୁ ଦାବି କରିଥିଲେ। ଉପସ୍ଥିତ ପୋଲିସ ଫୋର୍ସ ପରିସ୍ଥିତିକୁ ଆୟତ୍ତ କରି ନେଇଥିଲେ। ସ୍ବାସ୍ଥ୍ୟ ସେବିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବାରିପଦା ଟାଉନ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି। ଡାକ୍ତର କିମ୍ବା ସ୍ବାସ୍ଥ୍ୟସେବିକାଙ୍କ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନ ଥିବା ପୋଲିସ କହିଛି। ଉଲ୍ଳେଖନୀୟ ଯେ, ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସା କାର୍ଯ୍ୟରେ ଅବହେଳା କରାଯିବା ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ବିଭିନ୍ନ ସମୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପାଲଟା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?