ଡାକ୍ତରଖାନା ପରିଦର୍ଶନ, ଉନ୍ନୟନ କାର୍ଯ୍ୟ ସମୀକ୍ଷା

ପାଲଲହଡା,୫।୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଦିନିକିଆ ପାଲଲହଡା ଗସ୍ତରେ ଆସି ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ ସହ ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଛନ୍ତି। ପ୍ରଥମେ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ନିରାମୟ ଯୋଜନା ସମ୍ପର୍କରେ କମିଶନର ପଚାରି ବୁଝିବା ସହ ସବୁ ୱାର୍ଡ ବୁଲି ଦେଖିଥିଲେ। ପରେ ରୋଗୀ ଏବଂ ଉପଖଣ୍ଡ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ନାୟକଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ମୁକ୍ତାପୁର ଗ୍ରାମକୁ ଯାଇ ଅଙ୍ଗନଓ୍ବାଡି କେନ୍ଦ୍ର, ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ସେହିପରି ମାଲ୍ୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାକାର ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟ ବୁଲି ଦେଖିଲା ପରେ ଡାଲ ଗ୍ରାମରେ ଥିବା ପାଉଡି ଭୂୟଁା ଉନ୍ନୟନ ସଂସ୍ଥା (ପିବିଡିଏ)ର ଓପିଲିପି ଯୋଜନାରେ ଚାଷୀଙ୍କ ପକ୍ଷରୁ କରାଯାଇଥିବା କଦଳୀ ଚାଷ ଦେଖିବା ସହ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ଶିମିଳିପାଳ ଏବଂ ପେଚାମୁଣ୍ଡି ଗ୍ରାମକୁ ଯାଇ ଏଲଆଇ ପଏଣ୍ଟ ଏବଂ ସୌଭାଗ୍ୟ ଯୋଜନାରେ ଯୋଗାଇ ଦିଆଯାଇଥିବା ବିଦ୍ୟୁତ୍‌ ସଂଯୋଗ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ କମିଶନର ପେଣ୍ଡେରାବସା ଗ୍ରାମରେ ପହଞ୍ଚି ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କ ପାଇଁ ହେବାକୁ ଥିବା ପ୍ରସ୍ତାବିତ ଆବାସିକ ଭୋକେଶନାଲ ଟ୍ରେନିଂ ସେଣ୍ଟର ଜମି ବୁଲି ଦେଖିଥିଲେ। ପରେ ଖମାରର ଏକ ଛତୁଆ ପ୍ରସ୍ତୁତ କେନ୍ଦ୍ର ଏବଂ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରି ଅନୁଗୋଳ ଫେରି ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ପାଲଲହଡା ଉପଜିଲାପାଳ ଅଜିତ କୁମାର ପ୍ରଧାନ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଯୋଗାଣ ନିରୀକ୍ଷକ ପିଣ୍ଟୁ ବେହେରା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ମାଧବ ଚନ୍ଦ୍ର ବରାଡ଼, ଜିଲା ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ, ବିଡିଓ ରବିନାରାୟଣ ମାଝି, ତହସିଲଦାର ସ୍ବାଗତ ଦାସ, ଭାରପ୍ରାପ୍ତ ପିବିଡିଏ ସ୍ବତନ୍ତ୍ର ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୁମନ ମିଞ୍ଜ, ଅତିରିକ୍ତ ବିଡିଓ ଏସ. ଲଲାଟେନ୍ଦୁ ନୈବେଦ୍ୟଙ୍କ ପ୍ରମୁଖ ବହୁ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ଚମକିଲେ ସୋନାଲୀ

ଅନୁଗୋଳ ଅଫିସ, ୯।୧ – ଧୀରେ ଧୀରେ ବଢ଼ୁଥିବା ପ୍ରଦୂଷଣ ସମସ୍ୟାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ଉପରେ ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ନିଜ ପ୍ରକଳ୍ପ...

ସଂପ୍ରୀତିର ବାର୍ତ୍ତା ଦେଲା ନାଟକ ନାଗୀନ୍‌ ତେରା ବଂଶ ବଢ଼େ

ବଲାଙ୍ଗୀର ଅଫିସ, ୨୧ା୧ ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ରାଜସ୍ଥାନୀ ଲୋକକଥା ଉପରେ ଆଧାରିତ ହିନ୍ଦୀ ନାଟକ ନାଗୀନ୍‌ ତେରା...

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚିକିତ୍ସା କରିଥିବା ଡାକ୍ତର, ସହଯୋଗୀଙ୍କୁ ଜେରା

ପାରଳାଖେମୁଣ୍ଡି,୧୮।୮: ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିରେ ପହଞ୍ଚିବାକୁ ୫ ଦିନ ହୋଇଗଲାଣି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହ ମାରାଥନ...

ଡଗରା ବେଳାଭୂମିରେ ଗହଳି

ବାଲିଆପାଳ, ୨୬ା୧୨(ସ୍ବ.ପ୍ର.) ଓମିକ୍ରନ ଭାରିଏଣ୍ଟ ସଂକ୍ରମଣ ରୋକିବା ଲାଗି ଗାଇଡଲାଇନ୍‌ ଜାରି କରାଯିବା ସହ ନାଇଟ୍‌ କର୍ଫ୍ୟୁ ଲଗାଯାଇଛି। ଏଥିପ୍ରତି ଅମାନିଆଙ୍କ ନଜର ନାହିଁ କି ଗାଇଡଲାଇନ୍‌କୁ...

ଦୁଇ ହେଭିଓ୍ବେଟଙ୍କ ସହ ମହେଶଙ୍କ ଲଢେଇ

ଅନୁଗୋଳ ଅଫିସ, ୨୧।୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ଭାବେ ବିଜେଡି ମହେଶ ସାହୁଙ୍କୁ ମଇଦାନକୁ ଆଣିଛି। ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ଥିବା ମହେଶ...

ପାକଳ ଧାନ କ୍ଷେତରେ ପୂଜା

ନୂଆଁଖାଇ କୃଷି ଓ କୃଷକର ପର୍ବ । ସେଥିପାଇଁ ଏହାକୁ କୃଷିଭିତ୍ତିକ ପର୍ବ ବୋଲି କୁହାଯାଏ । ନୂଆଁଖାଇ ଦିନ ଚାଷୀ ପୁଅ ପାକଳ ଧାନ...

ଡ୍ରେନ୍‌ ଭିତରେ ନବଜାତ ଶିଶୁପୁତ୍ରର ମୃତଦେହ

ବଲାଙ୍ଗୀର ଅଫିସ,୨୮।୧୨: ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ନିକଟ ସୁଲଭ ଶୌଚାଳୟ ଡ୍ରେନ ଭିତରୁ ଏକ ନବଜାତ ଶିଶୁପୁତ୍ର ମୃତଦେହ ଉଦ୍ଧାର କରାଯାଇଛ। ଶିଶୁଟିକୁ କେହି ଜଣେ...

ଉପରେ ପିଆଜ ବସ୍ତା, ତଳେ ଗଞ୍ଜେଇ

ମନମୁଣ୍ଡା, ୧୯।୫ (ଡି.ଏନ.ଏ.)-ବୌଦ୍ଧ ଜିଲା ଅଧୀନ କଣ୍ଟାମାଳରୁ ଏକ ଟ୍ରକ ଯୋଗେ ମନମୁଣ୍ଡା ଦେଇ ଚୋରାଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ଓ ୩୫ ବସ୍ତା...

Advertisement
Archives

Model This Week