ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ସହଜ ଉପାୟ…

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ ଥିବା ଆମିନୋ ଏସିଡ୍‌ ଯୋଗୁ ଏହା ସମ୍ଭବ ହୁଏ। ମେଥିରେ ଥିବା ଆଣ୍ଟି-ଇନ୍‌ଫ୍ଲେମେଟୋରୀ ତତ୍ତ୍ୱ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ମେଥିଦାନାକୁ ପାଣିରେ ଭିଜାଇ ପିଇବା ଦ୍ୱାରା ଏହାର ପୁଷ୍ଟିସାର ତତ୍ତ୍ୱ ବହୁ ଗୁଣ ବଢିଯାଇଥାଏ । ତେଣୁ ମେଥି ପରିବର୍ତ୍ତେ ଏହାର ପାଣି ପିଇଲେ ବେଶୀ ଉପକାର ମିଳେ । ରାତିରେ ଏକ କପ୍‌ ପାଣିରେ କିଛି ମେଥି ଦାନା ପକାଇ ଭିଜାଇ ଏହି ପାଣିକୁ ଛାଣି ଖାଲିପେଟରେ ପିଇଲେ ଅନେକ ଉପକାର ମିଳିଥାଏ। ନିୟମିତ ସକାଳେ ମେଥିପାଣି ପିଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇବା ସହ କୋଷ୍ଠକାଠିନ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ସୁନ୍ଦର ଓ ସୁସ୍ଥ ରଖିଥାଏ । ମେଥିପାଣିରେ ଥିବା ପୋଟାସିୟମ୍‌ ଶରୀରର ସୋଡିୟମ୍‌ସ୍ତରକୁ ନିୟନ୍ତ୍ରିତ କରେ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ହାର୍ଟ ଆଟାକ୍‌ ଆଶଙ୍କା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣମୁକ୍ତ ଫଳ

କଦଳୀ କାନ୍ଦି ଗଛରେ ଝୁଲୁଥିବା ଅବସ୍ଥାରେ କଦଳୀ ଶୀଘ୍ର ବଢ଼ି ପାକଳ ହେବା ପାଇଁ ଚାଷୀ କାନ୍ଦିରୁ ଭଣ୍ଡାକୁ ବାହାରକରି ସେ ସ୍ଥାନରେ କିଛି ୟୁରିଆ...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

କଞ୍ଚା ପନିର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ପନିରରେ ଓମେଗା-୩ ଏସିଡ୍‌ ରହିଥାଏ। ଏହା ରକ୍ତ ଶର୍କରାସ୍ତରକୁ ସନ୍ତୁଳିତ କରେ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ...

ୱାର୍ଲଡ ହାଇପରଟେନ୍‌ସନ ଡେ’: କରୋନା ଓ ଉଚ୍ଚ ରକ୍ତଚାପ

ଏବେ କରୋନାର ଦ୍ୱିତୀୟ ଲହର ଯୋଗୁ ଦେଶରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ନୀରବ ଘାତକ ଭାବେ ଆଖ୍ୟାୟିତ ଉଚ୍ଚ ରକ୍ତଚାପ ବି କରୋନା...

ମଙ୍ଗଳରେ ହେଲିକପ୍ଟର

ମଙ୍ଗଳ ହେଉଛି ସୂର୍ଯ୍ୟଠାରୁ ଦୂରତା କ୍ରମରେ ସୌରଜଗତର ଚତୁର୍ଥ ଏବଂ ପୃଥିବୀର ଅନ୍ୟତମ ପଡୋଶୀ ଗ୍ରହ। ଅନେକ ବର୍ଷରୁ ଏହାକୁ ନେଇ ପୃଥିବୀବାସୀଙ୍କ ମନରେ ଅହେତୁକ...

ଏହି ତେଲ ଲଗାଇଲେ ବୟସର ଛାପ ପଡ଼େନି

ସାଧାରଣତଃ ଲୋକେ ବିଭିନ୍ନ ତେଲର ବ୍ୟବହାର କରିଥା’ନ୍ତି। ମାତ୍ର ନଡ଼ିଆ ତେଲରେ ଏପରି ଗୁଣ ରହିଛି, ଯାହାକୁ ଲଗାଇଲେ ବୟସ ବୃଦ୍ଧି ହେଲେ ମଧ୍ୟ ଜଣାପଡ଼ି...

ବ୍ୟାୟାମ ପୂର୍ବରୁ ଓ ପରେ

ବ୍ୟାୟାମ କରିବା ପୂର୍ବରୁ ଆମେ ଫିଟ୍‌ ରହିବା ନିହାତି ଜରୁରୀ। ଯଦି ଅସୁସ୍ଥ ରହିବା ସତ୍ତ୍ୱେ ଆମେ ବ୍ୟାୟାମ କରୁ ତେବେ ଏହାର ଖରାପ ପ୍ରଭାବ...

ସ୍ତ୍ରୀ-ସ୍ବାମୀ ଏହି ଦିଗର କୋଠରୀରେ ଶୋଇଲେ ବଢ଼ିଥାଏ କଳହ, ଜାଣନ୍ତୁ କେଉଁ କଥା ପ୍ରତି ଦେବେ ଧ୍ୟାନ

ବାସ୍ତୁ ଶାସ୍ତ୍ରରେ ଦିଗକୁ ମହତ୍ତ୍ୱ ଦିଆଯାଇଛି। ବାସ୍ତୁ ଅନୁଯାୟୀ, ଘରର ଦକ୍ଷିଣ ପାର୍ଶ୍ୱରେ ଥିବା ଭୂମି ତୁଳନାତ୍ମକ ଭାବରେ ଉଚ୍ଚ ହେବା ଉଚିତ୍‌। ଏହି ଦିଗର...

ଏହି ୪ ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ଖାଲି ପାଦରେ ଘାସ ଉପରେ ଚାଲନ୍ତୁ

ସାଧାରଣତଃ ପାର୍କ ହେଉ କି ପଡିଆରେ ଲୋକଙ୍କୁ ଜୋତା କିମ୍ବା ଚପଲ ପିନ୍ଧି ବ୍ୟାୟାମ କରିବା ଦେଖାଯାଏ। ଚପଲ ପିନ୍ଧି ଚାଲିବା ଅପେକ୍ଷା ବିନା ଚପଲରେ...

Advertisement
Archives

Model This Week