ଡମ୍ଫିୟାଡରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବିଜେପୁର, ୧୫।୧୦(ଡି.ଏନ.ଏ.):ବରଗଡ ଜିଲା ବିଜେପୁର ଏନଏସି ଅନ୍ତର୍ଗତ ବାଉଁଶପୋଲା ନିକଟସ୍ଥ ଡମ୍ଫିୟାଡରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି। ମୃତ ଯୁବକ ଜଣକ ହେଲେ ଗାଇସିଲେଟ ଥାନା ଅନ୍ତର୍ଗତ ନୂଆଁପାଲି ଗ୍ରାମର ତରଣୀସେନ ମହଲା। ସକାଳୁ ଏନଏସି ସଫେଇ କର୍ମଚାରୀ ଉକ୍ତ ଡମ୍ଫିୟାଡକୁ ଆବର୍ଜନା ନିଷ୍କାସନ ପାଇଁ ଯାଇଥିବାବେଳେ ଏକ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ବରଗଡ଼ ପଠାଇଥିଲା। ଉକ୍ତ ମାମଲାରେ ପୋଲିସ ଜଣେ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି

ପୁରୀ ଅଫିସ, ୬ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା...

କୃଷ୍ଣପ୍ରସାଦରେ ୨ ପ୍ରବାସୀଙ୍କୁ ଛାଡ଼ି ଚାଲିଗଲା ପ୍ରଶାସନ

କୃଷ୍ଣପ୍ରସାଦ,୨୨।୫(ଡି.ଏନ୍‌.ଏ.): ମହାରାଷ୍ଟ୍ରରୁ ଆସିଥିବା ୨ ପ୍ରବାସୀଙ୍କୁ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନ ରାସ୍ତାରେ ଛାଡ଼ି ଚାଲଯାଇଛି। ଏହି ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି...

କାଠ ଦୋକାନ ଉପରେ ରାତିଅଧିଆ ଚଢ଼ାଉ

ଭଦ୍ରକ ଅଫିସ, ୬।୧୨: ଭଦ୍ରକ ଜିଲା ବନବିଭାଗ ପକ୍ଷରୁ ଗୁରୁବାର ରାତିରେ ଭଦ୍ରକ ସହରର ଦୁଇଟି ସରକାରୀ କାଠ ଦୋକାନରେ ଚଢ଼ାଉ କରାଯାଇଛି। କ୍ଷମତାଠାରୁ ଅଧିକ...

ସାଲାଇନ ନେବାବେଳେ ଛାତ୍ରଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ, ୩୦।୧: ଢେଙ୍କାନାଳ ସହରସ୍ଥିତ ଗାନ୍ଧୀମନ୍ଦିର ରୋଡ୍‌ ନିକଟରେ ଥିବା ଏକ ଘରୋଇ କ୍ଲିନିକରେ ସାଲାଇନ ନେଉଥିବାବେଳେ ବୁଧବାର ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା...

କୋଭିଡ-୧୯ କକ୍ଷ ପରିଦର୍ଶନ

ତାଳଚେର/ଅନୁଗୋଳ ଅଫିସ,୧୨ା୪(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲର କୋଭିଡ-୧୯ କକ୍ଷକୁ ଭୁବନେଶ୍ୱର ସମ୍‌ ହସ୍ପିଟାଲର ଏକ ଟିମ୍‌ ଶନିବାର ପରିଦର୍ଶନ କରିଛନ୍ତି।...

ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଖଇରା,୧୧।୧୧(ଡି.ଏନ.ଏ.)- ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଖଇରା ବ୍ଲକର ୮୦ଭାଗ ଧାନ ପାଣିରେ ବୁଡିରହିଛି ା ପାଚିଲା ଧାନରେ ବର୍ଷା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି।...

ବଲାଙ୍ଗୀର ବନ୍ୟା ପୀଡ଼ିତଙ୍କ ଲାଗି ହଜାରେ କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୨୨।୧୦: ବଲାଙ୍ଗୀର ଜିଲା ବନ୍ୟା ପୀଡ଼ିତଙ୍କ ଲାଗି ହଜାରେ କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର...

୪ ଓପିଏସ୍‌ ଅଧିକାରୀଙ୍କ ବଦଳି

କଟକ ଅଫିସ, ୨୦ା୧୦- ଷ୍ଟେଟ୍‌ ପୋଲିସ ଏଷ୍ଟାବ୍ଲିଶମେଣ୍ଟ ବୋର୍ଡର ନିଷ୍ପତ୍ତିକ୍ରମେ ଓଡ଼ିଶା ପୋଲିସର ୪ଜଣ ଓଡ଼ିଶା ପୋଲିସ ସର୍ଭିସ(ଓପିଏସ୍‌) ସ୍ତରର ଅଧିକାରୀଙ୍କ ବଦଳି କରାଯାଇଛି। ଡିଜିପି...

Coronavirus Update


Archives

Model This Week

Why Dharitri