Posted inଖେଳ

ଡଚ୍‌ ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ମୀର, ମାନସୀଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨ା୩ (ପି.ଟି.)-ଭାରତୀୟ ବାଳିକା ବ୍ୟାଡ୍‌ମିଣ୍ଟନ ଖେଳାଳି ତସନିମ ମୀର ଏବଂ ମାନସୀ ସିଂ ନେଦରଲାଣ୍ଡ୍ସର ହାର୍ଲେମ୍‌ଠାରେ ଅନୁଷ୍ଠିତ ୟୋନେକ୍ସ ଡଚ୍‌ ଜୁନିୟର ଇଣ୍ଟରନ୍ୟାଶନାଲ ୨୦୨୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ବାଳିକା ସିଙ୍ଗଲ୍ସରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବିଡବ୍ଲ୍ୟୁଏଫ୍‌ ଜୁନିୟର ଇଣ୍ଟରନ୍ୟାଶନାଲ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ବାଳିକା ସିଙ୍ଗଲ୍ସରେ ଭାରତ ପ୍ରଥମ ଥର ଦୁଇଟି ବ୍ରୋଞ୍ଜ ପଦକ ଜିତିପାରିଛି। ରବିବାର ଅନୁଷ୍ଠିତ ସେମିଫାଇନାଲରେ ମୀର ତୃତୀୟ ସିଡ୍‌ ସୋ ୟୁଲ୍‌ ଲି’ଙ୍କ ବିପକ୍ଷରେ ଲଢୁଆ ପ୍ରଦର୍ଶନ କରିଥିଲେ ହେଁ ୧୯-୨୧, ୧୦-୨୨ରେ ପରାସ୍ତ ହୋଇଥିଲେ। ଗତବର୍ଷ ଦୁବାଇ ଇଣ୍ଟରନ୍ୟାଶନାଲ ସିରିଜରେ ସ୍ବର୍ଣ୍ଣ ପଦକ ଜିତିଥିବା ୧୧ତମ ସିଡ୍‌ ମୀର ଡଚ୍‌ ଟୁର୍ନାମେଣ୍ଟରେ ତାଙ୍କଠାରୁ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳିଙ୍କ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏଶନ (ବାଇ) ପ୍ରକାଶ କରିଛି। ଟୁର୍ନାମେଣ୍ଟରେ ମାନସୀଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ରହିଛି। ସେ ସେମିଫାଇନାଲରେ କଡ଼ା ଟକ୍ୱର ଦେଇଥିଲେ ମଧ୍ୟ ଇଣ୍ଡୋନେସିଆର ସାଇଫି ରିଜ୍‌କା ନୁରହିଦୟାଙ୍କଠାରୁ ୧୧-୨୧, ୧୬-୨୧ରେ ହାରିଯାଇଥିଲେ। ଭାରତୀୟ ଖେଳାଳିମାନେ ବର୍ତ୍ତମାନ ବର୍ଲିନରେ ମାର୍ଚ୍ଚ ୪ରୁ ୮ ପର୍ଯ୍ୟନ୍ତ ହେବାକୁଥିବା ୟୋନେକ୍ସ ଜର୍ମାନ ଜୁନିୟର ୨୦୨୦ରେ ଭାଗ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ବିଜୟଧାରକୁ ଫେରିଲା ନର୍ଥଇଷ୍ଟ

ଭାସ୍କୋ,୧୮।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ୨-୧ ଗୋଲରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ଏଥିସହିତ...

ଏହି ୨ ଖେଳାଳିଙ୍କୁ ଆନନ୍ଦ ମହିନ୍ଦ୍ରା ଦେଲେ ଦାମୀ ଉପହାର: ରିଟର୍ନରେ ମିଳିଲା…

୨୦୨୧ ଜାନୁଆରୀରେ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁକୁ ଧୂଳି ଚଟାଇଥିବା ଭାରତୀୟ ଦଳର ଐତିହାସିକ ବିଜୟ ହୋଇଥିଲା। ଭାରତର ଏହି ବିଜୟ ପରେ ଦଳର ୬ ଯୁବ...

୩୯ ବର୍ଷ ବୟସରେ ଏହି ଭାରତୀୟ ଫୁଟବଲ ଖେଳାଳିଙ୍କ ପରଲୋକ

କୋଲକାତା,୯।୮(ପି.ଟି.): ପୂର୍ବତନ ଭାରତୀୟ ଡିପେଣ୍ଡର ତଥା ଜଣାଶୁଣା କ୍ଲବ ମୋହନ ବାଗାନ ଅଧିନାୟକ ମାନିଟୋମ୍ବି ସିଂ ମାତ୍ର ୩୯ ବର୍ଷରେ ପରଲୋକ ଗମନ କରିଛନ୍ତି। ଉତ୍ତରପୂର୍ବାଞ୍ଚଳ...

ନ୍ୟୁଜିଲାଣ୍ଡ ବିଜୟ ନିକଟତର: ସୌଦିଙ୍କୁ ୩୦୦ତମ ଟେଷ୍ଟ ଉଇକେଟ

ମାଉଣ୍ଟ ମଙ୍ଗାନୁଇ, ୩୦ା୧୨ (ଏପି)-ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ବିଜୟ ନିକଟତର ହୋଇଛି। ପ୍ରଥମ ଇନିଂସରେ ୧୯୨ରନ ଅଗ୍ରଣୀ ଲାଭ କରିବାପରେ ଘରୋଇ...

ଜିଏସ୍‌ଟି ବିଲ୍‌ ର଼୍ୟାକେଟର ପର୍ଦ୍ଦାଫାଶ: ୨୦୦ କୋଟିର ଖେଳ

ଭୁବନେଶ୍ୱର,୨୩।୧୨: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ ଦ୍ୱାରା ଜାଲ୍‌ ବିଲ୍‌ ର଼୍ୟାକେଟ ବିରୋଧରେ ରାଜ୍ୟବ୍ୟାପୀ କାର୍ଯ୍ୟାନୁଷ୍ଠାନକୁ ଏକ ବଡ ସଫଳତା ମିଳିଛି। ସୋମବାର ୨୦୦ କୋଟି...

ବଲ ଟ୍ୟାମ୍ପରିଂ କରି ନାହାନ୍ତି ଜାମ୍ପା

ଲଣ୍ଡନ,୧୦।୬- ଭାରତ ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଲେଗ୍‌ ସ୍ପିନର ଆଡାମ ଜାମ୍ପାଙ୍କ କାର୍ଯ୍ୟ ଉପରେ ବହୁତ ପ୍ରଶ୍ନ ଉଠିଛି। ମ୍ୟାଚ୍‌ ବେଳେ ସେ ବୋଲିଂ କରିବା...

ପ୍ରଥମ ଦିନିକିଆ: ଭାରତୀୟ ମହିଳାଙ୍କ ବୃହତ୍‌ ପରାଜୟ

ଲକ୍ଷ୍ନୌ, ୮।୩(ପି.ଟି.): ଦୀର୍ଘଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ଭାରତୀୟ ମହିଳା କ୍ରିକେଟ ଦଳ ଏକ ବଡ଼ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକା...

ବାର୍ଟି ବର୍ଷର ଶ୍ରେଷ୍ଠ ମହିଳା ଟେନିସ ଖେଳାଳି

ଲସ୍‌ ଏଞ୍ଜେଲ୍ସ, ୧୨।୧୨ (ଏଏଫ୍‌ପି)- ଚଳିତ ସିଜନରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆର ମହିଳା ଟେନିସ ଖେଳାଳି ଆସଲେଇଘ ବାର୍ଟି ୨୦୧୯ ବର୍ଷ ଲାଗି ‘ଡବ୍ଲ୍ୟୁଟିଏ...

Advertisement
Ten Cric Info


Archives

Model This Week