ଡକ୍ୟୁମେଣ୍ଟାରି ନିର୍ମାଣରେ ଓଡ଼ିଶା ପଛରେ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ଓଡ଼ିଆ ଭାଷାରେ ପ୍ରାମାଣିକ ବା ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ରାଜ୍ୟ ବହୁପଛରେ ରହିଛି। କେତେଜଣ ପ୍ରଯୋଜକ ଏଭଳି ଚଳଚ୍ଚିତ୍ର ନିର୍ମାଣ ଲାଗି ଆନ୍ତରିକତା ଦେଖାଉଥିଲେ ବି ପ୍ରୋତ୍ସାହନ ଅଭାବ ଓ ଫିଲ୍ମରେ ଲଗାଉଥିବା ଟଙ୍କା ଫେରସ୍ତ ପାଉ ନଥିବାରୁ ସେମାନେ ଆଗକୁ ବଢୁନାହାନ୍ତି। ୧୯୭୩ ମସିହାରୁ ପ୍ରାମାଣିକ ଚଳଚ୍ଚିତ୍ର ଲାଗି ରାଜ୍ୟ ସରକାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବ୍ୟବସ୍ଥା କରିଥିଲେ ମଧ୍ୟ ହାତଗଣତି କେତେବର୍ଷକୁ ଛାଡିଦେଲେ ପ୍ରାମାଣିକ ଚଳଚ୍ଚିତ୍ର ଚୟନ ପ୍ରକ୍ରିୟାକୁ ଆସିନାହିଁ। କେବଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନୁହେଁ, କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ସମ୍ମାନଜନକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାରେ ମଧ୍ୟ ଓଡ଼ିଆ ଫିଲ୍ମ ବିଫଳ ହେଉଛି। ଆବଶ୍ୟକ ସଂଖ୍ୟକ ଡକ୍ୟୁମେଣ୍ଟାରି ନିର୍ମିତ ହେଉ ନଥିବାରୁ ଓଡ଼ିଆ ଫିଲ୍ମ ଆବେଦନ ଏବଂ ଚୟନ ପ୍ରକ୍ରିୟାରେ ମଧ୍ୟ ସାମିଲ ହୋଇପାରୁନାହିଁ। ପଶ୍ଚିମବଙ୍ଗ, କର୍ନାଟକ, ଆସାମ, ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ ଭଳି ରାଜ୍ୟ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାଣ କ୍ଷେତ୍ରରେ ବେଶ୍‌ ଆଗରେ ରହିଛନ୍ତି। କେବଳ ଡକ୍ୟୁମେଣ୍ଟାରି ନୁହେଁ, ଶିଶୁ ଚଳଚ୍ଚିତ୍ର, ଆଦିବାସୀ ଭାଷାରେ ଚଳଚ୍ଚିତ୍ର ଓ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର ଆଦି ନିର୍ମାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ବହୁପଛରେ ରହିଛି। ଆନ୍ତରିକତା, ପ୍ରୋତ୍ସାହନ ଅଭାବ ସହ ରାତାରାତି ପ୍ରଯୋଜକର ଟ୍ୟାଗ୍‌ ପାଇଁ ଅଧିକାଂଶ ନିର୍ମାତା କମ୍‌ଦିନରେ ଶେଷ ହୋଇପାରୁଥିବା ଫିଚର ଫିଲ୍ମ ନିର୍ମାଣ କରୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା କୁହାଯାଉଛି।
ଅନ୍ୟପକ୍ଷରେ ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାଣ କରାଯାଉଥିଲା। ବିଶେଷକରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, କୃଷି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଉଥିଲା। ଏଥିପାଇଁ ସ୍ବତନ୍ତ୍ର ବଜେଟ ରହୁଥିଲା। ଏଥିଲାଗି କିଛି ନିର୍ଦ୍ଦେଶକ ଓ ନିର୍ମାତା ମଧ୍ୟ ରହୁଥିଲେ। ହେଲେ ଏବେ ଏହା ପ୍ରାୟ ବନ୍ଦ ହୋଇଗଲାଣି। ଅନ୍ୟ ରାଜ୍ୟରେ ସେମାନଙ୍କ କଳା, ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ସରକାର ଡକ୍ୟୁମେଣ୍ଟାରିର ସାହାଯ୍ୟ ନେଉଥିବାବେଳେ ଓଡ଼ିଶା ଏହି ଚିନ୍ତାଧାରାଠାରୁ ବହୁ ଦୂରରେ ରହିଛି। ସେହିଭଳି ଓଡ଼ିଶାରେ ୬୨ ପ୍ରକାର ଆଦିବାସୀ ରହିଥିବା ବେଳେ ସେମାନଙ୍କ ଭାଷା ଭିନ୍ନ ଭିନ୍ନ। ୩୦ ଜିଲାରେ ଏମାନେ ବସବାସ କରୁଥିବା ବେଳେ ୧୪ ଜିଲାରେ ଏମାନଙ୍କ ସଂଖ୍ୟା ଅଧିକ। ଏପରିକି ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୧କୋଟି କେବଳ ଆଦିବାସୀ। ହେଲେ ସେମାନଙ୍କ ଭାଷାରେ ଫିଲ୍ମ ନିର୍ମାଣ ହେଉନାହିଁ। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇପାରନ୍ତା। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର କହିଛନ୍ତି, ବିଭାଗ ପକ୍ଷରୁ ‘ଆମ କଥା ଓଡ଼ିଶା କଥା’ ଏବଂ ‘ବିକାଶର ନବଦିଗନ୍ତ’ ନାମରେ ଦୁଇଟି ସଚେତନଧର୍ମୀ କାର୍ଯ୍ୟକ୍ରମ ଦୂରଦର୍ଶନରେ ପ୍ରସାରିତ ହେଉଛି। ଫିଲ୍ମ ନ ହେଉଥିଲେ ବି ଡିପିଆରଓମାନଙ୍କ ଦ୍ୱାରା ପାଲା, ଦାସକାଠିଆ ଭଳି ଲୋକକଳା ମାଧ୍ୟମରେ ଜିଲାଗୁଡ଼ିକରେ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ କରାଯାଉଛି।

ପ୍ରୋତ୍ସାହନ ଅଭାବରୁ ପଛାଉଛନ୍ତି ନିର୍ମାତା
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପେସାଦାର ପ୍ରଯୋଜକ ଓ ଫିଲ୍ମ ନିର୍ମାତାଙ୍କ ଅଭାବ ଏକ ପ୍ରମୁଖ ସମସ୍ୟା ସୃଷ୍ଟି କରିଥିବା ବେଳେ କପି-ପେଷ୍ଟ୍‌ର ଟ୍ରେଣ୍ଡ ଓଡ଼ିଆ ଫିଲ୍ମ ଦର୍ଶକଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟିକରିଛି। ଆଗରୁ ଓଡିଆ ଚଳଚ୍ଚିତ୍ର ନିର୍ମାତାମାନେ ବର୍ଷକୁ ହାତଗଣତି ଗୋଟିଏ ଦୁଇଟି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇଛି। ପ୍ରତିବର୍ଷ ପାଖାପାଖି ୪୦ଟି ଫିଲ୍ମ ମୁକ୍ତିଲାଭ କରୁଛି। ସେଥିମଧ୍ୟରୁ ଅତିବେଶିରେ ଗୋଟିଏ କିମ୍ବା ଦୁଇଟି ଫିଲ୍ମ ଲୋକଙ୍କ ମନକୁ ଛୁଇଁପାରୁଛି। ଏଭଳିସ୍ଥଳେ ଓଡ଼ିଆ ଭାଷାରେ ପ୍ରାମାଣିକ ଚଳଚ୍ଚିତ୍ର ଓ ଭିନ୍ନସ୍ବାଦର ଫିଲ୍ମ କଥା ନ କହିଲେ ଭଲ। ଯଦି ବି କାଁ ଭାଁ ନିର୍ମାତା ଭିନ୍ନସ୍ବାଦର ଫିଲ୍ମ ନିର୍ମାଣ କରୁଛନ୍ତି, ତାହେଲେ ନିର୍ମାଣ ପାଇଁ ନା ପ୍ରୋତ୍ସାହନ ମିଳୁଛି ନା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ତାକୁ ସ୍ବତନ୍ତ୍ର ପରିଚୟ ମିଳୁଛି। ୧୩ଟି ଦେଶର ୨୩ଟି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିବା ଏବଂ ବହୁ ଅନ୍ତର୍ଜାତୀୟ ଓ ଜାତୀୟ ପୁରସ୍କାର ହାସଲ କରିଥିଲେ ମଧ୍ୟ ‘କ୍ଷଣିକା’କୁ ୨୦୧୭ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଅବହେଳା କରାଯାଇଥିଲା। ସେହିଭଳି ୨୦୧୬ରେ ଡକ୍ୟୁମେଣ୍ଟାରି ଫିଲ୍ମ ‘ସାବାସ୍‌ ବିଜୁ’କୁ କୌଣସି ପୁରସ୍କାର ମିଳି ନଥିବାରୁ ବିବାଦ ଉଠିଥିଲା। ଏନେଇ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି, ଭଲ ଫିଲ୍ମ ଥିଲେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ତାହାକୁ ସମ୍ମାନ ମିଳୁଛି। ଟେଲି ପୁରସ୍କାରରେ ମଧ୍ୟ ସ୍ବତନ୍ତ୍ର ବିଭାଗ ରହିଛି। ଡକ୍ୟୁମେଣ୍ଟାରି ଫିଲ୍ମ ନିର୍ମାଣ ପାଇଁ ପ୍ରୋତ୍ସାହନ ଦେବାକ୍ଷେତ୍ରରେ ଆମେ କାର୍ଯ୍ୟକରୁନୁ। ଆମେ କେବଳ ପୁରସ୍କାର ପ୍ରଦାନ କରିଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri