ଡକାୟତ ଯୋଜନା ବେଳେ ପୋଲିସ ଚଢ଼ାଉ : ୩ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ, ଖଣ୍ଡା,ପିସ୍ତଲ,ଗୁଳି ଓ ମୁଖା ଜବତ

ଦେବଗଡ,୧୫।୧୨(ଡି.ଏନ.ଏ.)-ଗୁରୁବାର ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଆମ୍ବଗାଁ ହାଇସ୍କୁଲର ପୁରୁଣା ଛାତ୍ରାବାସ ନିକଟରେ ସଶସ୍ତ୍ର ଡକାୟତି ପାଇଁ ଯୋଜନା କରୁଥିବାବେଳେ ବାରକୋଟ ଥାନା ପୋଲିସ ୩ଜଣ ପିଏଲଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରଛି ା ସେମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ଟୋରପା ଜିଲା ଖୁଣ୍ଟି ଥାନାଞ୍ଚଳର ମଣ୍ଟୁ ଓରଫ୍‌ ଯୋଗେଶ୍ୱର ସିଂ(୩୦)ଓ ସିମଡେଗା ଜିଲା ଜଲଦେଗା ଥାନାଞ୍ଚଳର ମୁନା ଓରଫ୍‌ ମନୋଜ କାଣ୍ଡୁଲାନା (୨୩) ଏବଂ ସୁନ୍ଦରଗଡ ଜିଲା ବଣାଇଁଗଡ ଥାନାଞ୍ଚଳର ପଣ୍ଡୁଆ ଗ୍ରାମର ଦିଲ୍ଲୀପ କେଶରୀ (୩୨) ା ସେମାନଙ୍କ ପାଖରୁ ୨ଟି ଦେଶୀ ପିସ୍ତଲ,ଗୋଟିଏ ଚାଇନା ନିର୍ମିତ ସେମି ଅଟୋମେଟିକ ପିସ୍ତଲ, ୭ଗୋଟି ଜୀବନ୍ତ ଗୁଳି ଓ ଗୋଟିଏ ଖଣ୍ଡା ଓ ୩ଟି ମୁଖା ଜବତ କରିଛି ା ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରିବାପାଇଁ ଉଦ୍ୟମ ଜାରି ରହିଛି ବୋଲି ଜିଲା ପୋଲିସ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦେବଗଡ ଏସ୍‌.ପି.ରାହୁଳ ଜୈନ ସୂଚନା ଦେଇଛନ୍ତି ା
ଗତ ୧୨ ତାରିଖ ରାତ୍ରି ପ୍ରାୟ ୧୧ଟା ସମୟରେ ଉପରୋକ୍ତ ଯୁବକମାନେ କୌଣସି ସ୍ଥାନରେ ଡକାୟତି ପାଇଁ ଆମ୍ବଗାଁ ହାଇସ୍କୁଲର ପୁରୁଣା ଛାତ୍ରାବାସ ନିକଟରେ ଯୋଜନା କରୁଥିଲେ ା ପୋଲିସ କୌଣସି ସୂତ୍ରରୁ ସୂଚନା ପାଇବା ପରେ ବାରକୋଟ ଥାନା ଆଇଆଇସି ଚିତ୍ତ ରଞ୍ଜନ ବେହେରା ଓ ସବ୍‌ଇନ୍ସପେକ୍ଟର ଦେବଶିଷ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚତ୍ ୩ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରିଥିଲା ା ଅନ୍ୟ ୨ ଡକାୟତ ଫେରାର ହୋଇଯାଇଥିଲେ ା ଗିରଫ ପିଏଲ୍‌ଏଫ୍‌ଆଇ ସଦସ୍ୟମାନଙ୍କ ମଧ୍ୟରୁ ମନୋଜ କାଣ୍ଡୁଲାନାଙ୍କ ନାମରେ ପୂର୍ବରୁ ହତ୍ୟା , ଡକାୟତି ଓ ବ୍ୟାଙ୍କଲୁଟ ମାମଲା ରହିଥିବା ବେଳେ ଯୋଗେଶ୍ୱର ଓ ,ଦିଲ୍ଲୀପଙ୍କ ସମେତ ଫେରାର ଦୁଇଜଣଙ୍କ ନାମରେ ଝାଡ଼ଖଣ୍ଡ ରାଜ୍ୟ ସମେତ ଓଡିଶାର ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସ୍‌.ପି. ଜୈନ କହିଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ ଖବରଦାତା ସମ୍ମିଳନୀରେ ଦେବଗଡ ଏସଡିପିଓ ସୁଲେମାନ ଏକ୍କା, ବାରକୋଟ ଥାନା ଆଇଆଇସି ଚିତ୍ତ ରଞ୍ଜନ ବେହେରା ଓ ସବ ଇନ୍ସପେକ୍ଟର ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫ ଜିଲାର କୋଭିଡ ହସ୍ପିଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୨୦।୪: ରାଜ୍ୟର ୨୨ଟି କୋଭିଡ ହସ୍ପିଟାଲ ଇତିମଧ୍ୟରେ ଉଦ୍‌ଘାଟିତ ହୋଇସାରିଛି। ସୋମବାର ନୂତନ ଭାବେ ୫ଟି ଜିଲା ଯଥା ଅନୁଗୋଳ, ଜଗତ୍‌ସିଂହପୁର, ସୁନ୍ଦରଗଡ, ବରଗଡ଼...

୩ ଓଡ଼ିଆ ପାଇବେ ସାହସିକତା ପୁରସ୍କାର

ଭୁବନେଶ୍ୱର, ୨୨ା୧(ବ୍ୟୁରୋ):ଭାରତୀୟ ଶିଶୁ କଲ୍ୟାଣ ପରିଷଦ ବା ଇଣ୍ଡିଆନ କାଉନ୍‌ସିଲ ଫର୍‌ ଚାଇଲ୍ଡ ଓ୍ବେଲ୍‌ଫେୟାର(ଆଇସିସିଡବ୍ଲ୍ୟୁ) ପକ୍ଷରୁ ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ସାହସୀ ପିଲାଙ୍କ...

ରାଜ୍ୟରେ କରୋନାର ସଙ୍ଗୀନ ସ୍ଥିତି: ଦିନକରେ ୪୫୨ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୪୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା

ବାଲେଶ୍ୱର ଅଫିସ,୨୫।୧: କୋଭିଡ୍‌ ନିୟମ ଉଲ୍ଲଘଂନ କରି ହେଉଥିଲା ନିର୍ବାଚନ ପ୍ରଚାର । ବିରୋଧ କରିବାରୁ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ଏଭଳି ଘଟଣା ଘଟିଛି ବାଲେଶ୍ୱର...

ବୋନ୍‌ ଟ୍ୟୁମର କୁନିଙ୍କୁ ସବ୍ୟସାଚୀଙ୍କ ସହାୟତା

ପୁରୀ ଅଫିସ,୨୭।୨: ପୁରୀ ସଦର ବ୍ଲକ୍‌ ବାଲିପଡ଼ାର କୁନି ପଣ୍ଡା ବୋନ୍‌ ଟ୍ୟୁମରରେ ପୀଡ଼ିତ ହୋଇ ଯନ୍ତ୍ରଣାରେ ରହୁଥିଲେ। ୨୪ ବର୍ଷ.ବୟସର କୁନିର ଏହି ଦୁଃଖର...

ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଅଭାବ ଆଶଙ୍କା

ସମ୍ବଲପୁର,୨୬।୪(ବ୍ୟୁରୋ): ରାଜ୍ୟର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟସେବା ଭଳି ଟିକାକରଣ...

ହଟିଲା ରାସ୍ତାରୋକ: ମୃତକଙ୍କ ପରିବାରକୁ ଚାକିରି , ୫ଲକ୍ଷର କ୍ଷତିପୂରଣ

ବାରଙ୍ଗ,୩୦।୧୦(ଡି.ଏନ୍‌ଏ.): ବିଏମ୍‌ସି ଅଳିଆ ଗାଡ଼ି ଧକ୍କାରେ ରବିବାର ସକାଳେ ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ମୃତକଙ୍କ ପରିବାରକୁ ୫...

ଆଜି ବୌଦ୍ଧରେ ୪୪.୫ ଡିଗ୍ରୀ

ଭୁବନେଶ୍ୱର,୩ା୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇଦିନ ହେବ ପାରଦ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଛି। ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ...

Advertisement
Archives

Model This Week