ଡକାୟତି ଯୋଜନା ବେଳେ ୪ ଗିରଫ, ରିଭଲଭର ଜବତ

ସୋର, ୧୧ା୨(ଡି.ଏନ.ଏ.)-ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଷ୍ଟେଶନ ନିକଟ ରାସ୍ତାରେ ରବିବାର ରାତିରେ ଡକାୟତି ଯୋଜନା କରୁଥିବା ବେଳେ ୪ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି। ଜଣେ ଫେରାର ହୋଇଯାଇଛନ୍ତି। ସୋର ପୋଲିସ ରାତି ପାଟ୍ରୋଲିଂ ବେଳେ ସେମାନଙ୍କୁ ସନ୍ଦେହଜନକ ଅବସ୍ଥାରେ ଏହି ନିଛାଟିଆ ସ୍ଥାନରେ ଯୋଜନା କରୁଥିବା ବେଳେ ଧରାପଡିଛନ୍ତି। ରାତି ଅନ୍ଧାରର ସୁଯୋଗରେ ଜଣେ ଖସିଯିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କଠାରୁ ଗୋଟିଏ ରିଭଲଭର, ଗୋଟିଏ ଆପାଚି ବାଇକ୍‌, ୫ ମୋବାଇଲ, ଲୁହାରଡ୍‌ ସହ ମାରଣାସ୍ତ୍ର ଜବତ କରାଯାଇଛି। ଥାନାରେ ପଚରାଉଚୁରା ବେଳେ ଡକାୟତି ଯୋଜନା କରୁଥିବା ଜାଣି ସମସ୍ତଙ୍କ ବିରୋଧରେ ମାମଲା (ନଂ.୪୫/୨୦) ରୁଜୁ କରି କୋର୍ଟଚାଲାଣ କରାଯାଇଛି।
ଗିରଫ ଡକାୟତମାନେ ହେଲେ ଖଇରା ଥାନା ଅନ୍ତର୍ଗତ ଗଗନଧୂଳି ପଞ୍ଚାୟତ ପିତିଗଢ଼ିଆ ଗ୍ରାମର ସାପ ଓରଫ ସରୋଜ ମଲ୍ଲିକ, ନିଳଗିରି ଥାନା ଭିମେଇ ଗ୍ରାମର ବାଉଲି ଓରଫ ସୁଶାନ୍ତ ମଲ୍ଲିକ, ଭଦ୍ରକ ଥାନା ବାଂଶଡା ଥାନା କଇଁଥଖୋଲା ଗ୍ରାମର ରାଜେଶ ପାଢ଼ୀ, ଆଗରପଡା ଥାନା ଆଡିଆ ଗ୍ରାମର ରାଜେଶ କୁମାର ଦାସ। ସୋର ଥାନା ମହୁମୁହାଣ ପଞ୍ଚାୟତ ଜୁଡାମ୍ବ ଗ୍ରାମର ବାଜନ ଓରଫ ପ୍ରହଲ୍ଲାଦ ଦାସ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri