Posted inଜାତୀୟ

ଠିକ୍‌ ସମୟରେ ମୌସୁମୀ: ଚଳିତବର୍ଷ ସ୍ବାଭାବିକ ବର୍ଷା

ନୂଆଦିଲ୍ଲୀ,୧।୬: ସୋମବାର କେରଳରେ ମୌସୁମୀ ପହଞ୍ଚିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ପୂର୍ବରୁ ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁ ଦକ୍ଷିଣ ଭାରତରେ ଏବେ ବର୍ଷାର ପଦଧ୍ୱନି ଦେଖିବାକୁ ମିଳିଛି। କେରଳର ବିଭିନ୍ନ ଅଞ୍ଚଳରେ ଆଚ୍ଛାଦିତ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା କୋଝିକୋଡେରେ ୯ ସେଣ୍ଟିମିଟର, ଭଡ଼କରାରେ ୧୫ ସେଣ୍ଟିମିଟର, ତ୍ରିଭେନ୍ଦ୍ରମରେ ୬ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମେ ୨୮ରେ ସୋମବାର କେରଳରେ ମୌସୁମୀ ପହଞ୍ଚିବ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଥିଲା। ତାହା ସତ୍ୟ ହୋଇଥିବା ଆଇଏମ୍‌ଡିର ଉପମହାନିର୍ଦ୍ଦେଶକ ଆନନ୍ଦ କୁମାର ଶର୍ମା ପ୍ରକାଶ କରିଛନ୍ତି।
କେରଳରେ ମୌସୁମୀ ପହଞ୍ଚିବା ସହ ବର୍ଷାଦିନର ଆଗମନ ହୋଇଛି। ଏବେ ମୌସୁମୀର ସ୍ଥିତି ଭଲ ଥିବାରୁ ଚଳିତ ବର୍ଷ ସ୍ବାଭାବିକ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେପ୍ଟେମ୍ବର ସୁଦ୍ଧା ଦେଶରେ ବର୍ଷାର ସ୍ଥିତି ଶତ ପ୍ରତିଶତ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ବର୍ଷାର ଆବଶ୍ୟକତା ଏଠାରେ ଯଥେଷ୍ଟ ରହିଛି। ଦେଶରେ ୫୦% କୃଷିକ୍ଷେତ୍ର ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ଧାନ, ମକା, ତୁଳା, ସୋୟାବିନ୍‌ ଆଦି ଚାଷ ଲାଗି ମୌସୁମୀ ବର୍ଷାର ବେଶ୍‌ ଆବଶ୍ୟକତା ରହିଛି। ୨୦୨୦ ମେ ମାସରେ ସ୍ବାଭାବିକ ବର୍ଷା ଦେଶରେ ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଥିଲା। ଏବେ କେରଳରେ ମୌସୁମୀ ପହଞ୍ଚିବା ଓ ସ୍ବାଭାବିକ ବର୍ଷାର ସମ୍ଭାବନା ଥିବା ଚାଷୀକୁଳଙ୍କ ମୁହଁରେ ହସ ଆଣିଦେଇଛି। ଏହା କୃଷି ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଉଛି। ଜୁନ୍‌ ୧୦ ବେଳକୁ ପୂର୍ବ ଭାରତରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୬।୫: ମନି ଲଣ୍ଡରିଂ ମାମଲାରେ ଗତ ଏକ ବର୍ଷ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନାଙ୍କୁ ସୁପ୍ରିମକୋର୍ଟ ୬ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ...

କର୍ନାଟକ ଉପନିର୍ବାଚନ: ୬୭% ମତଦାନ

ବେଙ୍ଗାଲୁରୁ, ୬।୧୨(ଆଇଏଏନ୍‌ଏସ୍‌):କର୍ନାଟକର ୧୫ ବିଧାନସଭା ଆସନ ଲାଗି ଗୁରୁବାର କଡ଼ା ସୁରକ୍ଷା ମଧ୍ୟରେ ଭୋଟଗ୍ରହଣ କରାଯାଇଥିବାବେଳେ ମତଦାନ ହାର ୬୭ ପ୍ରତିଶତ ହୋଇଥିବା ଜଣାପଡ଼ିଛି। ସବୁଠାରୁ...

ପୁଣି କରୋନା ଆତଙ୍କ: ମୁମ୍ବାଇରେ ୧୩୦୫ ବିଲ୍ଡିଂ ସିଲ୍‌

ନୂଆଦିଲ୍ଲୀ,୨୧।୨: ଦେଶରେ ପୁଣି କରୋନା ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦେଶର ମହାରାଷ୍ଟ୍ର, କେରଳ, ତାମିଲନାଡୁ କର୍ନାଟକ, ପଞ୍ଜାବ, ମଧ୍ୟପ୍ରଦେଶ ଆଦି ୬ଟି ରାଜ୍ୟରେ...

ତୃଣମୂଳରେ ଫାଟ ଆଶଙ୍କା: କ୍ୟାବିନେଟ୍‌ ବୈଠକରେ ଯୋଗ ଦେଲେନି ମନ୍ତ୍ରୀ ଶୁଭେନ୍ଦୁ

କୋଲକାତା,୧୨।୧୧: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ପରେ ମମତାଙ୍କ...

ଦିଲ୍ଲୀରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ: ଉତ୍ତର ପ୍ରଦେଶରେ ବସ୍‌ ଜାଳିଦେଲେ ଲୋକେ

ନୂଆଦିଲ୍ଲୀ,୧୯।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ରାଜନେତା, ବୁଦ୍ଧିଜୀବୀ ସମସ୍ତେ...

ସୁସ୍ଥ ଅଛନ୍ତି ଶାହା

ନୂଆଦିଲ୍ଲୀ,୯।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁସ୍ଥ ଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ଏକ ବିବୃତ୍ତି ଜାରି କରି ସୁସ୍ଥ ଥିବା ଦର୍ଶାଇଛନ୍ତି।...

ରୁଷିଆ ବିରୋଧୀ କଟକଣାରେ ସାମିଲ ହେଉ ଭାରତ: ଲିଜ୍‌ ଟ୍ରୁସ୍‌

ନୂଆଦିଲ୍ଲୀ,୧ା୪: ଏପ୍ରିଲରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ଗୁରୁବାର ତାଙ୍କ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ଦିଲ୍ଲୀ ଆସିଛନ୍ତି। ସେ...

ଅକ୍ଟୋବରରେ ତୃତୀୟ ଲହର

ବେଙ୍ଗାଲୁରୁ, ୧୯।୬: ଭାରତରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଅକ୍ଟୋବର ସୁଦ୍ଧା ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯଦିଓ ବର୍ତ୍ତମାନର ସଂକ୍ରମଣଠାରୁ ତୃତୀୟ...

Advertisement
Archives

Model This Week